ବୌଦ୍ଧରୁ ବିପୁଳ ପରିମାଣର ବିସ୍ଫୋରକ ବୋଝେଇ ଟ୍ରକ ଜବତ, ଚାଳକ ଅଟକ

The Sakala Picture
Published On

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ସିଆଲିମୁଣ୍ଡା ଛକରୁ ବିପୁଳ ପରିମାଣର ବିସ୍ପୋରକ ବୋଝେଇ ହୋଇଥିବା ଟ୍ରକ ଜବତ ହୋଇଛି । ଟ୍ରକ ଚାଳକ ରାଜେଶ ପ୍ରଧାନଙ୍କୁ ଥାନାରେ ଅଟକ ରଖିଛି ପୁଲିସ । ବିପୁଳ ପରିମାଣର ବିସ୍ଫୋରକ ନେଇ ଟ୍ରକଟି ଗୋଛପଡା ସ୍ଥିତ କ୍ରସରକୁ ଯାଉଥିବା ବେଳେ ସିଆଲିମୁଣ୍ଡା ଛକରେ ଗ୍ରାମବାସୀ ଅଟକାଇବା ସହ ପୋଲିସକୁ ଖବର ଦେଇଥିଲେ । ପରେ ପାଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିଥିଲା । କ୍ରସର ମାଲିକଙ୍କ […]

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ସିଆଲିମୁଣ୍ଡା ଛକରୁ ବିପୁଳ ପରିମାଣର ବିସ୍ପୋରକ ବୋଝେଇ ହୋଇଥିବା ଟ୍ରକ ଜବତ ହୋଇଛି । ଟ୍ରକ ଚାଳକ ରାଜେଶ ପ୍ରଧାନଙ୍କୁ ଥାନାରେ ଅଟକ ରଖିଛି ପୁଲିସ । ବିପୁଳ ପରିମାଣର ବିସ୍ଫୋରକ ନେଇ ଟ୍ରକଟି ଗୋଛପଡା ସ୍ଥିତ କ୍ରସରକୁ ଯାଉଥିବା ବେଳେ ସିଆଲିମୁଣ୍ଡା ଛକରେ ଗ୍ରାମବାସୀ ଅଟକାଇବା ସହ ପୋଲିସକୁ ଖବର ଦେଇଥିଲେ । ପରେ ପାଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିଥିଲା । କ୍ରସର ମାଲିକଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ତେବେ ଟ୍ରକରେ କେତେ ମାତ୍ରାରେ ବିସ୍ଫୋରକ ଅଛି ସେ ନେଇ ପୋଲିସ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ଏହି ମାମଲାରେ କ୍ରଶର ମାଲିକ ଶ୍ରୀନିବାସ ମିଶ୍ରଙ୍କ ନାମରେ ମାମଲ ରୁଜୁ କରିଛି ପୋଲିସ୍ । କ୍ରସର ମାଲିକ ଫେରାର ଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ୍ ତାଙ୍କୁ ଗିରଫ କରିପାରିନାହିଁ । ପୋଲିସ ମାଲିକଙ୍କ ଭାଇଙ୍କୁ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଆଣି ପଚରାଉଚରା କରି ଛାଡ଼ି ଦେଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର