ବିଶ୍ୱବିଦ୍ୟାଳୟଗୁଡ଼ିକରେ କେମିତି ହେବ ଗବେଷଣା ? ଖାଲି ପଡ଼ିଛି ୬୦ ପ୍ରତିଶତ ପ୍ରାଧ୍ୟାପକ ପଦ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରେ ୬୦ପ୍ରତିଶତ ପ୍ରାଧ୍ୟାପକ ଓ ଅନ୍ୟାନ୍ୟ ବର୍ଗର ଶିକ୍ଷକ ପଦ ଖାଲି ପଡ଼ିଛି। ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଫେସର୍, ସହଯୋଗୀ ଏବଂ ସହକାରୀ ପ୍ରଫେସରମାନେ ଅବସର ଗ୍ରହଣ କରୁଥିବା ବେଳେ ଖାଲି ପଡ଼ିଥିବା ସମସ୍ତ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦ ପୂରଣ ହୋଇପାରୁନି। ଓଡ଼ିଶା ସଂଶୋଧିତ ବିଶ୍ୱବିଦ୍ୟାଳୟ ଅଧିନିୟମକୁ ନେଇ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ଓପିଏସ୍ସି ପ୍ରାର୍ଥୀ ଚୟନ କରିଥିଲେ ବି ନିଯୁକ୍ତି ମିଳିପାରୁନି। ଗୋଟିଏପଟେ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତା ନବୀକରଣ ପାଇଁ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରେ ୬୦ପ୍ରତିଶତ ପ୍ରାଧ୍ୟାପକ ଓ ଅନ୍ୟାନ୍ୟ ବର୍ଗର ଶିକ୍ଷକ ପଦ ଖାଲି ପଡ଼ିଛି। ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଫେସର୍, ସହଯୋଗୀ ଏବଂ ସହକାରୀ ପ୍ରଫେସରମାନେ ଅବସର ଗ୍ରହଣ କରୁଥିବା ବେଳେ ଖାଲି ପଡ଼ିଥିବା ସମସ୍ତ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦ ପୂରଣ ହୋଇପାରୁନି। ଓଡ଼ିଶା ସଂଶୋଧିତ ବିଶ୍ୱବିଦ୍ୟାଳୟ ଅଧିନିୟମକୁ ନେଇ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ଓପିଏସ୍ସି ପ୍ରାର୍ଥୀ ଚୟନ କରିଥିଲେ ବି ନିଯୁକ୍ତି ମିଳିପାରୁନି।
ଗୋଟିଏପଟେ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତା ନବୀକରଣ ପାଇଁ ବିଶେଷଜ୍ଞ ଦଳ ଶିକ୍ଷାନୁଷ୍ଠାନ ପରିଦର୍ଶନରେ ଆସୁଥିବା ବେଳେ ଖାଲିଥିବା ଶିକ୍ଷକ ପଦ ଗୁରୁତର ସମାସ୍ୟ ସୃଷ୍ଟି କରୁଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ଗବେଷଣା, ଅଧ୍ୟାପନା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ଏପରି ସ୍ଥିତିରେ ମାମଲାର ସମୀକ୍ଷା ଓ ତ୍ୱରିତ ଶୁଣାଣି ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଶିକ୍ଷାବିତ୍ମାନେ ମତ ଦେଇଛନ୍ତି।
ଉତ୍କଳ, ସମ୍ୱଲପୁର, ବ୍ରହ୍ମପୁର ଭଳି ପୁରୁଣା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏବେ ଅଧାରୁ ଅଧିକ ପ୍ରଫେସର୍ ପଦ ଖାଲି ପଡ଼ିଛି। ରେଭେନ୍ସା ଓ ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ଅବସ୍ଥା ମଧ୍ୟ ସଙ୍ଗୀନ। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଅଧିକାଂଶ ବିଭାଗ ଏକପ୍ରକାର ବିନା ନିୟମିତ ଶିକ୍ଷକରେ ଚାଲିଛି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ସମସ୍ୟା ବି ଗୁରୁତର। ଏହାଛଡ଼ା ଭବାନୀପାଟଣା, ରାଜେନ୍ଦ୍ର, ଗଙ୍ଗାଧର ମେହେର, ଖଲ୍ଲିକୋଟ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟ ଆଦିରେ ଶିକ୍ଷକ ପଦ ଖାଲିଥିବା ବେଳେ ନିକଟରେ ବିକ୍ରମଦେବ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି।
ଅନୁରୂପ ଭାବେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭିସୁଟ୍ ଓ ଓଡ଼ିଶା ୟୁନିଭର୍ସିଟି ଅଫ୍ ଟେକ୍ନିକାଲ ରିସର୍ଚ୍ଚ ଆଦିରେ ମଧ୍ୟ ସମାନ ଅବସ୍ଥା। ତେବେ ରାଜ୍ୟ ଅପେକ୍ଷା କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଅବସ୍ଥା ସଙ୍ଗୀନ। କୋରାପୁଟ ଜିଲ୍ଲାରେ ଥିବା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ସମସ୍ୟା ଅତ୍ୟନ୍ତ ଗୁରୁତର। ଏଠାରେ ପାଖାପାଖି ତିନି ଚତୁର୍ଥାଂଶ ଶିକ୍ଷକ ପଦ ଖାଲି ପଡ଼ିଛି। ବହୁ ବିଭାଗରେ ପ୍ରଫେସର୍ ନାହାନ୍ତି। ମାତ୍ର ୧୦ ପ୍ରତିଶତ ନିୟମିତ କର୍ମଚାରୀଙ୍କୁ ନେଇ ବିଶ୍ୱବିଦ୍ୟାଳୟ ଚାଲିଥିବା ବେଳେ ଖାଲି ପଡ଼ିଥିବା ଶିକ୍ଷକ ପଦଗୁଡ଼ିକ କେବେ ସୁଦ୍ଧା ପୂରଣ ହେବ, ସେ ସଂକ୍ରାନ୍ତରେ କୌଣସି ସୂଚନା ନାହିଁ।
ତେବେ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବାରୁ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଚୟନ ପ୍ରକ୍ରିୟାରେ ରୋକ୍ ଲାଗିଛି। ଓଡ଼ିଶା ସଂଶୋଧିତ ବିଶ୍ୱବିଦ୍ୟାଳୟ ଅଧିନିୟମକୁ ୟୁଜିସି ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ବିଗତ ବର୍ଷରୁ ନିଯୁକ୍ତି ପ୍ରକ୍ରିୟାରେ ରୋକ୍ ଲଗାଯାଇଛି। ଓପିଏସସି ଦ୍ୱାରା ଚୟନ ହୋଇଥିବା ସହକାରୀ ଓ ସହଯୋଗୀ ପ୍ରଧ୍ୟାପକମାନେ ନିଯୁକ୍ତି ପାଇ ପାରୁନାହାନ୍ତି। ଏପରି ସ୍ଥିତିରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ଶିକ୍ଷାର ମାନ କମୁଛି।
ସେହିପରି ଅଧିକାଂଶ ବିଶ୍ୱବିଦ୍ୟାଳୟର ନାକ୍ ମାନ୍ୟତା ଶେଷ ହୋଇଥିବା ବେଳେ ଚଳିତବର୍ଷ ଶିକ୍ଷାନୁଷ୍ଠାନଗୁଡ଼ିକୁ ନାକ୍ ଦଳ ପରିଦର୍ଶନରେ ଆସିବେ। ମାତ୍ର ବିଶ୍ୱବିଦ୍ୟାଳୟଗୁଡ଼ିକ ନାକ୍ ମାନ୍ୟତାରେ ସେତେଟା ଭଲ ପ୍ରଦର୍ଶନ କରି ନପାରନ୍ତି ବୋଲି ଶିକ୍ଷାବିତ୍ ମତ ପୋଷଣ କରିଛନ୍ତି। ସେହିପରି ମାମଲାର ସମୀକ୍ଷା ସହିତ ତ୍ୱରିତ ଶୁଣାଣି ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ମଧ୍ୟ ଅବସରପ୍ରାପ୍ତ ପ୍ରାଧ୍ୟାପକ ସତ୍ୟକାମ ମିଶ୍ର କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ପୁରୁଣା ୧୨ଟି ବିଶ୍ୱବିଦ୍ୟାଳୟରେ ପ୍ରାୟ ୬୦ ପ୍ରତିଶତ ପ୍ରାଧ୍ୟାପକ, ସହକାରୀ ଓ ସହଯୋଗୀ ପ୍ରାଧ୍ୟାପକ ପଦ ଖାଲି ପଡ଼ିଛି। ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଅନୁମୋଦିତ ୧୬୮୬ ପଦରୁ ୯୬୦ଟି ଖାଲି ପଡ଼ିଛି। ପ୍ରାଧ୍ୟାପକ ବର୍ଗରେ ଅନୁମୋଦିତ ୨୪୩ ପଦରୁ ୧୮୧ଟି ଖାଲି ପଡ଼ିଥିବା ବେଳେ ସହଯୋଗୀ ପ୍ରାଧ୍ୟାପକ ବର୍ଗର ୪୮୫ରୁ ୩୧୯ ଏବଂ ସହକାରୀ ପ୍ରାଧ୍ୟାପକ ବର୍ଗର ୯୫୮ରୁ ୪୬୦ଟି ଖାଲି ପଡ଼ିଛି। ୨୫ଶହରୁ ଅଧିକ ଅଣଶିକ୍ଷକ ପଦ ଖାଲିଥିବା ବେଳେ ବିକ୍ରମଦେବ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ପାଇଁ ଶିକ୍ଷକ ପଦ ମଧ୍ୟ ସୃଷ୍ଟି ମଧ୍ୟ କରାଯାଇନାହିଁ। ଖାଲି ପଡ଼ିଥିବା କୁଳପତି ପଦରେ ନିଯୁକ୍ତି ମଧ୍ୟ ମାମଲା ପାଇଁ ଅଟକି ରହିଛି। ଏଭଳି ସ୍ଥିତିରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଆଡଭୋକେଟ୍ ଜେନେରାଲଙ୍କୁ ଚିଠି ଲେଖି ମାମାଲର ତ୍ୱରିତ ଶୁଣାଣି ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି।