ଗୁଳୁଗୁଳିରେ ଲାଗିବ ବ୍ରେକ୍‍, ଆସନ୍ତା ୫ରୁ ରାଜ୍ୟକୁ ଫେରିବ ବର୍ଷା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ଗୁଳୁଗୁଳି ଲାଗିରହିଛି। ଆସନ୍ତା ୫ ତାରିଖରୁ ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିବା ସହିତ ରାଜ୍ୟକୁ ପୁଣି ଥରେ ମୌସୁମୀ ବର୍ଷା ଫେରିବ ବୋଲି ଜଣାପଡ଼ିଛି। ମୌସୁମୀ ନିମ୍ନ-ଚାପ ରେଖା ହିମାଳୟର ପାଦଦେଶରୁ ସାମାନ୍ୟ ଦକ୍ଷିଣକୁ ଖସିଛି। ଶୁକ୍ରବାର ଏହା ପଞ୍ଜାବର ଅମୃତସରରୁ ବାହାରି ଆମ୍ୱାଲା, ବରେଲୀ, ଆଜମଗଡ଼, ଛପରା, ମାଲଦାରୁ ପୂର୍ବ ଦିଗରେ ଉତ୍ତର-ବଙ୍ଗଳାଦେଶ ଏବଂ […]

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ଗୁଳୁଗୁଳି ଲାଗିରହିଛି। ଆସନ୍ତା ୫ ତାରିଖରୁ ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିବା ସହିତ ରାଜ୍ୟକୁ ପୁଣି ଥରେ ମୌସୁମୀ ବର୍ଷା ଫେରିବ ବୋଲି ଜଣାପଡ଼ିଛି। ମୌସୁମୀ ନିମ୍ନ-ଚାପ ରେଖା ହିମାଳୟର ପାଦଦେଶରୁ ସାମାନ୍ୟ ଦକ୍ଷିଣକୁ ଖସିଛି। ଶୁକ୍ରବାର ଏହା ପଞ୍ଜାବର ଅମୃତସରରୁ ବାହାରି ଆମ୍ୱାଲା, ବରେଲୀ, ଆଜମଗଡ଼, ଛପରା, ମାଲଦାରୁ ପୂର୍ବ ଦିଗରେ ଉତ୍ତର-ବଙ୍ଗଳାଦେଶ ଏବଂ ଆସାମ ଦେଇ ନାଗାଲାଣ୍ଡ ଯାଏଁ ବ୍ୟାପିଛି। ଧୀରେଧୀରେ ଏହା ତଳକୁ ଖସି ସ୍ୱାଭାବିକ ଅବସ୍ଥାକୁ ଫେରିବ ବୋଲି ଜଣାପଡ଼ିଛି। ଏହାସହିତ ୭-୮ ତାରିଖ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟକୁ ପୁଣି ଥରେ ବର୍ଷା ଫେରିବା ନେଇ ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମୌସୁମୀ ଦୁର୍ବଳ ଯୋଗୁଁ ଆସନ୍ତା କିଛି ଦିନ ଏହି ସ୍ଥିତି ଜାରି ରହିବ। ବର୍ତ୍ତମାନ ଉଚ୍ଚ ତାପମାତ୍ରା ଏବଂ ଆର୍ଦ୍ରତା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଗୁଳୁଗୁଳି ହେଉଛି। ମାତ୍ର ୫ ତାରିଖରେ ବର୍ଷା ବଢ଼଼ିବା ସହ ୬ ତାରିଖରୁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ୬ ତାରିଖ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହର ଶେଷ ଆଡ଼କୁ ଆଉ ଏକ ଲଘୁଚାପ ହେବାର ମଧ୍ୟ ସମ୍ଭାବନା ରହିଛି। ଯାହାଦ୍ୱାରା ରାଜ୍ୟରେ କ୍ରମାଗତ ଭାବେ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଅନ୍ୟପଟେ ବର୍ତ୍ତମାନ ଜାରି ରହିଥିବା ଗରମ ଗୁଳୁଗୁଳି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେଉଛି। ଉତ୍ତପ୍ତ ବାୟୁମଣ୍ଡଳ ସହିତ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାସ୍ଫପୂର୍ଣ୍ଣ ବାୟୁ ସଂସ୍ପର୍ଶରେ ଆସିବା ପରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେଉଛି। ଶନିବାର କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷାର ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର