ସାରା ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ; ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

The Sakala Picture
Published On

ଭୁବନେଶ୍ୱର: ଗତକାଲିଠୁ ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆଜି ବି ବିଭିନ୍ନ ସ୍ଥାନରେ ଘଡଘଡି ସହ ବିଜୁଳି ଓ ବର୍ଷା ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ବର୍ଷା ପାଇଁ ୧୦ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷା ପରିମାଣ ୨୦୦ ମିଲିମିଟର ପର୍ଯ୍ୟନ୍ତ ରହିପାରେ। କିଛି ଜିଲ୍ଲାରେ ୩୦ରୁ ୫୫ କିଲୋମିଟର ବେଗରେ ପବନ […]

ଭୁବନେଶ୍ୱର: ଗତକାଲିଠୁ ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆଜି ବି ବିଭିନ୍ନ ସ୍ଥାନରେ ଘଡଘଡି ସହ ବିଜୁଳି ଓ ବର୍ଷା ହେବା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ବର୍ଷା ପାଇଁ ୧୦ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷା ପରିମାଣ ୨୦୦ ମିଲିମିଟର ପର୍ଯ୍ୟନ୍ତ ରହିପାରେ। କିଛି ଜିଲ୍ଲାରେ ୩୦ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ। ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପାଇଁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ମଙ୍ଗଳବାର ଦିନତମାମ ରାଜ୍ୟରେ ଏଭଳି ସ୍ଥିତି ଯୋଗୁଁ ଅଧିକାଂଶ ସ୍ଥାନରେ ତାପମାତ୍ରା ପ୍ରାୟ ୫-୭ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିଛି। ଏହାଦ୍ୱାରା ତାତି ଓ ଗୁଳୁଗୁଳିରୁ ସାମୟିକ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ବର୍ଷାର ପ୍ରଭାବ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଗତ ୩୬ ଘଣ୍ଟାରେ ଯାଜପୁରରେ ସର୍ବାଧିକ ୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୩୦ ମିମି, ଦାରିଙ୍ଗବାଡ଼ି ୨୬, ଝାରସୁଗୁଡ଼ାରେ ୨୪, ଢେଙ୍କାନାଳରେ ୨୧, ସମ୍ବଲପୁର ଓ ସୁନ୍ଦରଗଡ଼ରେ ୧୭, ତାଳଚେର ୧୫, ଦେବଗଡ଼ ୧୪ ଓ ଅନୁଗୁଳରେ ୧୦ ମିମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ଅନ୍ୟ ଅଞ୍ଚଳଗୁଡ଼ିକରେ ମଧ୍ୟ ବର୍ଷାର ପରିମାଣ ୧-୧୦ ମିମି ମଧ୍ୟରେ ରେକର୍ଡ କାରଯାଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ଭଳି ବୁଧବାର ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଏଭଳି ପାଗ ଜାରି ରହିବ। ମୁଖ୍ୟତଃ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ୩୦-୪୦ କିମି ପର୍ଯ୍ୟନ୍ତ ପବନ ବହିବାର ଥିବା ବେଳେ ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼ ଓ ଜଗତ୍‌ସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (୭-୧୧ସେମି) ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରାଯାଇଛି। ରାଜ୍ୟ ଉପରେ ବର୍ତ୍ତମାନ ଏକ ନିମ୍ନଚାପ ଓ ଗୁରୁଚାପବଳୟର ପ୍ରଭାବ ରହୁଛି। ଯେଉଁଥିପାଇଁ ସୋମବାର ରାତିଠାରୁ ଉତ୍ତର ଓଡ଼ିଶା ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଦିନତମାମ ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି। ତେବେ ବର୍ତ୍ତମାନ ବର୍ଷା ଯୋଗୁଁ ତାପମାତ୍ରା ହ୍ରାସ ହୋଇଛି। ମଙ୍ଗଳବାର ୭ଟି ସ୍ଥାନରେ ତାପମାତ୍ରା ୨୭ ଡିଗ୍ରୀ ତଳେ ରହିଥିବା ବେଳେ ୨୩.୮ ଡିଗ୍ରୀ ସହ ଢେଙ୍କାନାଳରେ ରାଜ୍ୟର ଦିନର ତାପମାତ୍ରା ସବୁଠାରୁ କମ୍‌‌ ରେକର୍ଡ ହୋଇଛି। ଏହି ସ୍ଥିତି ଆହୁରି ୨-୩ ଦିନ ଜାରି ରହିବା ସହ ୨୨ ତାରିଖଠାରୁ ତାପମାତ୍ରା ଧୀରେଧୀରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ୨୨ରୁ ୨୮ତାରିଖ ପରେ କିଛି ଜିଲ୍ଲାରେ ତାପମାତ୍ରା ୪-୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ଓ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ନିକଟତର ହେବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର