ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି: ୪୦ ଡିଗ୍ରୀ ଉପରେ ରାଜ୍ୟର ୧୬ଟି ସହରର ତାପମାତ୍ରା

The Sakala Picture
Published On

ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ବୌଦ୍ଧ ଓ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ଏ ଦୁଇ ସହରରେ ତାପମାତ୍ରା ୪୩ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସମ୍ବଲପୁରରେ ତାପମାତ୍ରା ୪୩. ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ହିରାକୁଦ ୪୨.୦୩, ସୁନ୍ଦରଗଡ଼ […]

ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ବୌଦ୍ଧ ଓ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ଏ ଦୁଇ ସହରରେ ତାପମାତ୍ରା ୪୩ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସମ୍ବଲପୁରରେ ତାପମାତ୍ରା ୪୩. ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ହିରାକୁଦ ୪୨.୦୩, ସୁନ୍ଦରଗଡ଼ ୪୨.୦୧, ରାଉରକେଲା ୪୨.୦, ଅନୁଗୁଳ ୪୧.୦୭, ସୋନପୁର ୪୧.୦୩, ବଲାଙ୍ଗୀର ୪୧.୦୨, ଟିଟିଲାଗଡ଼ ୪୧.୦, ତାଳଚେର ୪୧.୦ ନୂଆପଡ଼ା ୪୧.୦, ବାରିପଦା ୪୦.୦୬, ବରଗଡ଼ ୪୦.୦୨, ନୟାଗଡ଼ ୪୦.୦୨, ମାଲକାନାଗିରିରେ ୪୦.୦ ଡିଗ୍ରୀ ତାପାମାତ୍ରା ରହିଥିଲା।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଉ କିଛି ଦିନ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଗାମୀ ୪ଦିନ ଯାଏଁ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ଏଥିରେ ବୃଦ୍ଧି ହୋଇପାରେ। ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ସହ ଅସ୍ୱାଭାବିକ ପାଣିପାଗ ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଗୋଟିଏ ପଟେ ସମୁଦ୍ର ଭିତରେ ବାତ୍ୟା ମୋକା ତା’ର ବଳ ଗୋଟାଉଥିବା ବେଳେ ଏପଟେ ଓଡ଼ିଶାରେ କିନ୍ତୁ କଲବଲ କରୁଛି ତାତି। ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୫ ତାରିଖରୁ ଓଡ଼ିଶାର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ରହିବ।

ଆହୁରି ପଢ଼ନ୍ତୁ: ନିବେଶ ଅନୁକୂଳ ସୂଚୀରେ ଓଡ଼ିଶାକୁ ୫ମ ସ୍ଥାନ: ନବୀନ କହିଲେ, ବିଜେଡି ସରକାରଙ୍କ ୨୫ ବର୍ଷ ପ୍ରୟାସର ଫଳ

11 May 2023 By The Sakala

ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି: ୪୦ ଡିଗ୍ରୀ ଉପରେ ରାଜ୍ୟର ୧୬ଟି ସହରର ତାପମାତ୍ରା

ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ବୌଦ୍ଧ ଓ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ଏ ଦୁଇ ସହରରେ ତାପମାତ୍ରା ୪୩ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସମ୍ବଲପୁରରେ ତାପମାତ୍ରା ୪୩. ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ହିରାକୁଦ ୪୨.୦୩, ସୁନ୍ଦରଗଡ଼ ୪୨.୦୧, ରାଉରକେଲା ୪୨.୦, ଅନୁଗୁଳ ୪୧.୦୭, ସୋନପୁର ୪୧.୦୩, ବଲାଙ୍ଗୀର ୪୧.୦୨, ଟିଟିଲାଗଡ଼ ୪୧.୦, ତାଳଚେର ୪୧.୦ ନୂଆପଡ଼ା ୪୧.୦, ବାରିପଦା ୪୦.୦୬, ବରଗଡ଼ ୪୦.୦୨, ନୟାଗଡ଼ ୪୦.୦୨, ମାଲକାନାଗିରିରେ ୪୦.୦ ଡିଗ୍ରୀ ତାପାମାତ୍ରା ରହିଥିଲା।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆଉ କିଛି ଦିନ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଗାମୀ ୪ଦିନ ଯାଏଁ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ଏଥିରେ ବୃଦ୍ଧି ହୋଇପାରେ। ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ସହ ଅସ୍ୱାଭାବିକ ପାଣିପାଗ ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି ।

ଗୋଟିଏ ପଟେ ସମୁଦ୍ର ଭିତରେ ବାତ୍ୟା ମୋକା ତା’ର ବଳ ଗୋଟାଉଥିବା ବେଳେ ଏପଟେ ଓଡ଼ିଶାରେ କିନ୍ତୁ କଲବଲ କରୁଛି ତାତି। ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୫ ତାରିଖରୁ ଓଡ଼ିଶାର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର