ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ହିଟୱେଭ ଆଲର୍ଟ ଜାରି, ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା

The Sakala Picture
Published On

ଭୁବନେଶ୍ବର: ତାତି ଆଗାମୀ ୫ ଦିନ ପର୍ଯ୍ୟନ୍ତ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୧୭ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଆହୁରି ବଢିବ ତାପମାତ୍ରା। ୪୩ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ  ତାତି ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବଲାଙ୍ଗୀର, ଟିଟଲାଗଡ଼, ବୌଦ୍ଧରେ ସବୁଠୁ ଅଧିକ ତାପମାତ୍ରା ଅନୁଭୂତ ହେବା ନେଇ ଆକଳନ କରିଛି ବିଭାଗ। ଆଗାମୀ ୫ଦିନ ଯାଏ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବଢିବ। ନିର୍ବାଚନ ପ୍ରଚାର ଓ […]

ଭୁବନେଶ୍ବର: ତାତି ଆଗାମୀ ୫ ଦିନ ପର୍ଯ୍ୟନ୍ତ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ୧୭ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଆହୁରି ବଢିବ ତାପମାତ୍ରା। ୪୩ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ  ତାତି ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ବଲାଙ୍ଗୀର, ଟିଟଲାଗଡ଼, ବୌଦ୍ଧରେ ସବୁଠୁ ଅଧିକ ତାପମାତ୍ରା ଅନୁଭୂତ ହେବା ନେଇ ଆକଳନ କରିଛି ବିଭାଗ। ଆଗାମୀ ୫ଦିନ ଯାଏ ତାପମାତ୍ରା ୪ରୁ ୫ ଡିଗ୍ରୀ ଯାଏ ବଢିବ। ନିର୍ବାଚନ ପ୍ରଚାର ଓ ରାଲିଠୁ ନେଇ ଅତ୍ୟଧିକ ଗହଳିଆ ସ୍ଥାନରୁ ଦୁରେଇ ରହିବାକୁ ଆଲର୍ଟ ଜାରି କଲା ବିଭାଗ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ସାଧାରଣ ଲୋକ, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗାକ୍ରାନ୍ତ ଲୋକ ଖରାର ପିକ ସମୟ ୧୧ରୁ ୩ଟା ଯାଏ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ସିଧା ସଳଖ ସୂର୍ଯ୍ୟକିରଣରେ ଆସିଲେ ବିଶେଷ ଅସୁବିଧାର ସମ୍ଭାବନା ହେବେ। ଅଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅତ୍ୟଧିକ ଖରରୁ ଦୂରେଇ ରହିବା ଆବଶ୍ୟକ। ଶୋଷ ନହେଲେ ବି ଯଥେଷ୍ଟ ପାଣି ପିଇବା ଉଚିତ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଦିନ ତାପମତ୍ର ସବୁଠୁ ଅଧିକ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି ପାରଳା ଖେମୁଣ୍ଡିରେ। ଆଉ ୧୦ ସହରରେ ୩୯ରୁ ଅଧିକ ତାପମତ୍ର ରେକର୍ଡ ହୋଇଛି। ରାଜ୍ୟରେ ଶୁଷ୍କ ବାୟୁ ପ୍ରବେଶ କରୁଛି। ତେଣୁ ତାପମତ୍ର ଆଉ ୫ ଦିନ ପର୍ଯ୍ୟନ୍ତ ବଢିବ।

୧୫ତାରିଖ ପାଇଁ ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର, ଯାଜପୁର ବାଲେଶ୍ୱର, ଖୋର୍ଦ୍ଧା, କଟକକୁ ଆଲର୍ଟ ଜାରି କରାଯାଇଛି। ୧୬ ତାରିଖ ପାଇଁ ମାଲକାନଗିରି, କୋରାପୁଟ, କନ୍ଧମାଳ, କେନ୍ଦ୍ରାପଡା, ଢେ଼ଙ୍କାନାଲ ନୟାଗଡ଼ ସେହିପରି ୧୭ ତାରିଖ ମାଲକାନଗିରି, ଅନୁଗୁଳ, ଭଦ୍ରକ, କେନ୍ଦ୍ରାପଡା , ବୌଦ୍ଧ ଓ ଖୋର୍ଦ୍ଧାକୁ ଆଲର୍ଟ ଜାରି କରାଯାଇଥିବା ବେଳେ  ୧୮ ଏପ୍ରିଲ ବଲାଙ୍ଗୀ, କେଉଁଝର, ବୌଦ୍ଧରେ ଅଧିକ ତାପମତ୍ର ରେକର୍ଡ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିବା ସହ ଆଲର୍ଟ ଜାରି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର