ମନୋରଞ୍ଜନ
‘ଆତ୍ମଚେତନାର ସ୍ୱରୂପାୟଣ’ ନବୀନଙ୍କ ସମର୍ପିତ ଜନସେବାର ମୂଳ ଆଧାର
ରାଜ୍ୟ ଶାସନର ସର୍ବମୟ କର୍ତ୍ତା ଭାବେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ହେବ ସେ ପଦାସୀନ। ବାସ୍ତବରେ ନବୀନ ନିବାସର ନିରାସକ୍ତ ଏହି ଅନ୍ତେବାସୀଙ୍କ କ୍ଷେତ୍ରରେ ନିରଙ୍କୁଶ କ୍ଷମତା ଓ ପ୍ରାଚୁର୍ଯ୍ୟ ମଧ୍ୟରେ ବୈରାଗ୍ୟମୟ ଉଦାର ଜୀବନଶୈଳୀ ସୃଷ୍ଟି କରିଛି ଏକ ବିଚିତ୍ର ସମ୍ମନ୍ୱୟ। କ୍ଷମତାର ଶୀର୍ଷରେ ଥାଇ ବି ସେ ହୋଇ ନାହାନ୍ତି ମୋହଗ୍ରସ୍ତ। ଶାସନର ଭାର ତାଙ୍କୁ କରିଛି ଅଧିକ ନମ୍ର, ସମ୍ବେଦନଶୀଳ ଓ ଉତ୍ତରଦାୟୀ। ସ୍ଥିର ଚିତ୍ତ ସହ ‘ଆତ୍ମଚେତନାର ସ୍ୱରୂପାୟଣ’ ହିଁ ସମର୍ପିତ […]
ରାଜ୍ୟ ଶାସନର ସର୍ବମୟ କର୍ତ୍ତା ଭାବେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ହେବ ସେ ପଦାସୀନ। ବାସ୍ତବରେ ନବୀନ ନିବାସର ନିରାସକ୍ତ ଏହି ଅନ୍ତେବାସୀଙ୍କ କ୍ଷେତ୍ରରେ ନିରଙ୍କୁଶ କ୍ଷମତା ଓ ପ୍ରାଚୁର୍ଯ୍ୟ ମଧ୍ୟରେ ବୈରାଗ୍ୟମୟ ଉଦାର ଜୀବନଶୈଳୀ ସୃଷ୍ଟି କରିଛି ଏକ ବିଚିତ୍ର ସମ୍ମନ୍ୱୟ। କ୍ଷମତାର ଶୀର୍ଷରେ ଥାଇ ବି ସେ ହୋଇ ନାହାନ୍ତି ମୋହଗ୍ରସ୍ତ। ଶାସନର ଭାର ତାଙ୍କୁ କରିଛି ଅଧିକ ନମ୍ର, ସମ୍ବେଦନଶୀଳ ଓ ଉତ୍ତରଦାୟୀ। ସ୍ଥିର ଚିତ୍ତ ସହ ‘ଆତ୍ମଚେତନାର ସ୍ୱରୂପାୟଣ’ ହିଁ ସମର୍ପିତ ଜନସେବାର ମୂଳ ଆଧାରର ଉପଲବ୍ଧି ତାଙ୍କୁ ଦେଇଛି ରାଜର୍ଷିର ଆଖ୍ୟା।ରାଜ୍ୟବାସୀଙ୍କ ପ୍ରଚୁର ଭଲ ପାଇବା ତାଙ୍କ ପାଇଁ ପାଲଟିଛି ପ୍ରେରଣାର ଉତ୍ସ। ବୟସ ବଢ଼଼ିବା ସହ ରାଜନୀତିରେ ସେ ହୋଇଛନ୍ତିଧୂରୀଣ। ନିଜର ଉତ୍ତରଦାୟାଦ ଓଡ଼ିଶାବାସୀ ବାଛିବେ ବୋଲି ଘୋଷଣା କରି ରାଜନୀତିରେ ବଂଶବାଦ ଏକ ଅନିବାର୍ଯ୍ୟ ଆବଶ୍ୟକତା ନୁହେଁ ବୋଲି ବାର୍ତ୍ତା ଦେଇଛନ୍ତି। ଶାସନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଓ ସମାଜର ବାସ୍ତବ ବିକାଶ ନିମନ୍ତେ ନାରୀ ସଶକ୍ତୀକରଣ, ଗ୍ରାମ ସ୍ୱରାଜ୍ୟ, ସମାନତାବାଦର ଆବଶ୍ୟକତାକୁ ସେ ଗୁରୁତ୍ୱ ଦେଇଛନ୍ତି। ଗଣତନ୍ତ୍ରରେ ମହିଳାଙ୍କୁ ସମାନ ଅଧିକାର ଦେବା ନିମନ୍ତେ ସେ ଆରମ୍ଭ କରିଛନ୍ତି ସଂଗ୍ରାମ।

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ବର୍ଷ ଅବସରରେ ଦେଶର ପ୍ରଥମ ରାଜନେତା ଭାବରେ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦକୁ ସ୍ଥାନ ଦେବା ନିମନ୍ତେ ତାଙ୍କର ପରାମର୍ଶ, ଗାନ୍ଧୀ ଓ ଗାନ୍ଧୀବାଦ ପ୍ରତି ତାଙ୍କର ଗଭୀର ଅନୁରକ୍ତିର ପରିଚୟ ଦେଇଛି। ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ସାଧାରଣ ଜୀବନରେ ମଧ୍ୟ ଏହାର ବଳିଷ୍ଠ ଉପାଦେୟତା ସାମ୍ପ୍ରତିକ ସ୍ଥିତିରେ ଗୁରୁତ୍ୱ ବହନ କରୁଛି ବୋଲି ବହୁବାର ପ୍ରମାଣିତ ହୋଇ ସାରିଛ। ନବୀନ ସେହି ପଥରେ ଆଗକୁ ବଢ଼଼ିଛନ୍ତି। ଅହିଂସା କେବଳ ପରମ ଧର୍ମ ନୁହେଁ; ରାଷ୍ଟ୍ରର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ହେବା ଉଚିତ୍ ବୋଲି ସେ କହିଛନ୍ତି।
ଲେଖକରୁ ସଫଳ ଓ ଅପ୍ରତିଦ୍ୱନ୍ଦ୍ୱୀ ରାଜନେତା ଭାବରେ ଭାରତବର୍ଷରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୭ରେ ପିତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଏକ ବିଶେଷ ପରିସ୍ଥିତିରେ ଆସ୍କା ଲୋକସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ବିଜୟୀ ହୋଇ ପ୍ରଥମଥର ପାଇଁ କ୍ଷମତା ଅଳିନ୍ଦରେ ସେ ପ୍ରବେଶ କରିଥିଲେ। ବାଧ୍ୟବାଧକତାର ରାଜନୀତିରେ ପାଦ ଥାପିଥିବା ନବୀନଙ୍କ ଉପରେ ରାଜ୍ୟବାସୀ ଗତ ୨୫ ବର୍ଷ ଧରି ଯେଉଁ ଭଲ ପାଇବାର ପୁଷ୍ପବୃଷ୍ଟି କରିଛନ୍ତି, ସେପରି ଉଦାହରଣ ଭାରତୀୟ ରାଜନୀତି ଇତିହାସରେ ଅତ୍ୟନ୍ତ ବିରଳ।

ବ୍ୟକ୍ତିଗତ ଜୀବନରେ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତାଙ୍କୁ ଜନତାଙ୍କ ଆସ୍ଥାଭାଜନ କରିପାରିଛି, ଯାହା ଗତ ୫ଟି ନିର୍ବାଚନରେ ପ୍ରତିଫଳିତ ହୋଇଛି। ରାଜନୀତିରେ ନିଜସ୍ୱ ଉପଲବ୍ଧି ଓ ବାସ୍ତବ ଅନୁଭୂତି, ବାସ୍ତବଧର୍ମୀ ପଦକ୍ଷେପ ହିଁ ସତ୍ୟ, ନବୀନଙ୍କ କ୍ଷେତ୍ରରେ ଏହାର ଛାପ ପରିପୁଷ୍ଟ ହୋଇଛି। ସାଧାରଣ ଲୋକଙ୍କ ପାଇଁ ସେ ହେଉଛନ୍ତି କାର୍ଯ୍ୟରେ ବିଶ୍ୱାସ ରଖୁଥିବା ସ୍ୱଳ୍ପଭାଷୀ ବିରଳ ରାଜନେତା। ଜନନୀ ଜଠରରୁ ଜୁଇ ପର୍ଯ୍ୟନ୍ତ ଅନେକ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟଣ କରି ରାଜ୍ୟ ପ୍ରଗତିର ନୂତନ ପରିଭାଷା ସୃଷ୍ଟି କରିଛନ୍ତି ନବୀନ।
ଜନ ସହଭାଗିତା ଓ ସଚେତନତା ମାଧ୍ୟମରେ ସେ ସାଜିଛନ୍ତି ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ। ତାଙ୍କ ପାଇଁ ନିର୍ବାଚନର ସଂଜ୍ଞା ହେଲା ପରିବର୍ତ୍ତନ ଓ ରୂପାନ୍ତର ଆଣିବାର ବଳିଷ୍ଠ ମାଧ୍ୟମ। ସେ କହନ୍ତି ଯେ ‘ଆପଣ ଯଦି ଲୋକଙ୍କ ସହ ଅଛନ୍ତି, ତେବେ ନିର୍ବାଚନ ଲଢ଼ିବା ଏକ ଔପଚାରିକତା ମାତ୍ର। ଲୋକଙ୍କ ସହ ଯୋଡ଼ି ହେବା ଏବଂ ଲୋକଙ୍କୁ ଭଲ ପାଇବା ଓ ସେମାନଙ୍କର ସେବା କରିବା ଗଣତନ୍ତ୍ରର ପ୍ରକୃତ ମୂଲ୍ୟବୋଧ।’ ରାଜନୀତିରେ ‘ଜନତା ହିଁ ଜନାର୍ଦ୍ଦନ’ ଏବଂ ଏହାରି ମାଧ୍ୟମରେ ଅଧ୍ୟାତ୍ମର ପରିଭାଷା ଖୋଜି ପାଇବାକୁ ନବୀନ ଜାରି ରଖିଛନ୍ତି ନିରନ୍ତର ପ୍ରୟାସ। ଜନତାଙ୍କ ହିତ ଲାଗି ନବୀନଙ୍କ ଏହି ସମର୍ପିତ ଭାବକୁ ପ୍ରଶଂସା କରିଛନ୍ତି ଧର୍ମଗୁରୁ ଦଲାଇଲାମା।

ପ୍ରକୃତି କୋଳରେ ଏକାନ୍ତରେ ସମୟ କାଟିବାକୁ ଭଲ ପାଉଥିବା ନବୀନ ବାସ୍ତବରେ ନିଃସଙ୍ଗ ନୁହନ୍ତି। ଦୁର୍ବାଦଳର ଉଦାରତା, ମହାଦ୍ରୁମର ବିଶାଳତା ଓ ଫୁଲର କୋମଳତା ଭଳି ସ୍ୱର୍ଗୀୟ ଗୁଣ ସେ ପ୍ରକୃତିଠାରୁ ଆହରଣ କରିଛନ୍ତି। ନିନ୍ଦା-ପ୍ରଶଂସାରୁ ଊର୍ଦ୍ଧ୍ବକୁ ଉଠି ସମଭାବ ଓ ପ୍ରେମ ଭାବର ପ୍ରତୀକ ରୂପରେ ଲୋକଙ୍କୁ ଭଲ ପାଇବାର ବାର୍ତ୍ତା ବାଣ୍ଟି ଚାଲିଛନ୍ତି। ଏହିକ୍ରମରେ ଜଗନ୍ନାଥ ତାଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଓ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ଚେତନା ତାଙ୍କୁ ଉଦ୍ବୁଦ୍ଧ କରିଛି। ଜଗନ୍ନାଥ ସଂସ୍କୃତିରେ ସେ ସବୁ ଧର୍ମର ସାରତତ୍ୱକୁ ଅନୁଭବ କରିଛନ୍ତି। ତାହା ହିଁ ତାଙ୍କୁ ଦୃଢ଼ରୁ ଦୃଢ଼ତର କରିଛି ଏବଂ ନିଜ ଲକ୍ଷ୍ୟପଥରେ ଗତି କରିବାକୁ ଉତ୍ସାହିତ କରିଛି।
ପ୍ରାଚୁର୍ଯ୍ୟ ମଧ୍ୟରେ ଥାଇ ବି ପଦ୍ମପତ୍ରର ଜଳ ପରି ସେ ନିରାସକ୍ତ। ଶାସନ କ୍ଷମତାରେ ରହି ମଧ୍ୟ ବିଳାସର ଆଦର କିମ୍ବା ଆଭିଜାତ୍ୟର ଅହଂକାର ତାଙ୍କୁ ଛୁଇଁ ପାରିନାହିଁ। ନବୀନଙ୍କ ସମ୍ପର୍କରେ ତାଙ୍କ ସହପାଠୀ ତଥା ଦେଶର ପ୍ରତିଷ୍ଠିତ ସ୍ତମ୍ଭକାର ଓ ସାମ୍ବାଦିକ ବନ୍ଧୁ ଭୀର୍ ସାଙ୍ଗଭୀ ଯଥାର୍ଥରେ କହିଛନ୍ତି “କ୍ଷମତା ଓ ପ୍ରାଚୁର୍ଯ୍ୟ ସତ୍ୱେ ନବୀନଙ୍କ ସରଳତା ଓ ନିରାଡ଼ମ୍ବର ଜୀବନଶୈଳୀ ଆଦୌ ପ୍ରଭାବିତ ହୋଇନାହିଁ। ଆସକ୍ତ ଓ ନିରାସକ୍ତ ଭାବର ବିରଳ ସମନ୍ୱୟ ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ବଳିଷ୍ଠ କରିଛି। ସାଧାରଣରେ ସରଳ ଦିଶୁଥିବା ଏହି ମଣିଷଟି ଜଣେ ପ୍ରବୀଣ ଓ ଧୂରୀଣ ରାଜନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଏହା ସହ ବିଶୃଙ୍ଖଳା ଓ ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ନିଷ୍ପତ୍ତି ନେବାରେ ସିଦ୍ଧହସ୍ତ ବୋଲି ପ୍ରମାଣିତ କରିପାରିଛନ୍ତି।”

ଜାତୀୟ ରାଜନୀତିରେ ନବୀନ ଏବେ ଜଣେ ‘ରୋଲ୍ ମଡେଲ୍’। କେନ୍ଦ୍ର-ରାଜ୍ୟ ପରସ୍ପରର ବିରୋଧୀ ନୁହନ୍ତି ବୋଲି ଏକ ବାର୍ତ୍ତା ଦେଇ ସହଯୋଗ ଓ ସହଭାଗଭିତ୍ତିକ ସଙ୍ଘୀୟ ବ୍ୟବସ୍ଥାର ପୃଷ୍ଠପୋଷକ ଭାବରେ ସେ ପ୍ରତିଷ୍ଠା କରିଛନ୍ତି ଏକ ଇର୍ଷଣୀୟ ପରିଚିତି। ରାଜ୍ୟଗୁଡ଼ିକର ବିକାଶ ବିନା ଦେଶର ବିକାଶ ସମ୍ଭବ ନୁହେଁ; ତେଣୁ ସାମ୍ପ୍ରତିକ ସ୍ଥିତିରେ ପରିପୂରକ ବିକାଶର ଏକ ନୂଆ ଢାଞ୍ଚା ସେ ଦେଶ ସମ୍ମୁଖରେ ରଖିଛନ୍ତି। ତାହାହିଁ ତାଙ୍କର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିଛି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦେଶର ବରିଷ୍ଠ ନେତାମାନେ ଏଇଥିପାଇଁ ତାଙ୍କର ବିମୁଗ୍ଧ ପ୍ରଶଂସକ ସାଜିଛନ୍ତି। ରାଜନୈତିକ ମତଦ୍ୱୈଧ ଓ ନୀତିଗତ ବିରୋଧାଭାଷ ସତ୍ୱେ ମହାମାରୀଠାରୁ ଜାତୀୟ ସଂହତି, ଦେଶର ସୁରକ୍ଷା ପରି ସମ୍ବେଦନଶୀଳ ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କ ସହ ଠିଆ ହୋଇଛନ୍ତି। କରୋନା ମହାମାରୀ କାଳରେ ଅମ୍ଳଜାନ ବିନା ସାରା ଦେଶ ଛଟପଟ ହେଉଥିବାବେଳେ ନବୀନ ଦେଇଛନ୍ତି ହୃଦୟଖୋଲା ସହଯୋଗ। ଦେଶବାସୀଙ୍କୁ ଟିକା ଯୋଗାଣ କ୍ଷେତ୍ରରେ ସେ ନେଇଛନ୍ତି ସାରା ଦେଶର ନେତୃତ୍ୱ।
ପଛୁଆ ବର୍ଗ ଜନଗଣନା ଓ ସେମାନଙ୍କ ନିମନ୍ତେ ରାଜନୈତିକ ସଂରକ୍ଷଣ, ମହିଳାମାନଙ୍କୁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ, ବିପର୍ଯ୍ୟୟ ମୁକାବିଲା ଓ ପ୍ରଶମନ, ବାମପନ୍ଥୀ ଉଗ୍ରବାଦ ପ୍ରସଙ୍ଗରେ ନବୀନ ଦେଶ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ରାଜ୍ୟବାସୀଙ୍କ ନିମନ୍ତେ ସ୍ମାର୍ଟ ସ୍ୱାସ୍ଥ୍ୟ ସେବା, କୃଷକଙ୍କ ଆୟ ଦ୍ୱିଗୁଣିତ କରିବାର ଲକ୍ଷ୍ୟ, ମହିଳା ସଶକ୍ତୀକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ରୂପାନ୍ତରଣ, ଅନୁସୂଚୀତ ଜାତି ଓ ଜନଜାତି ବର୍ଗକୁ ସମାଜର ମୁଖ୍ୟସ୍ରୋତକୁ ଆଣିବାର ପ୍ରଚେଷ୍ଟା ତାଙ୍କୁ ସାରା ଦେଶରେ ପ୍ରଶଂସିତ କରିଛି।
‘ମହାବାତ୍ୟାରୁ ମାହାମାରୀ’ର ଯାତ୍ରା ଓଡ଼ିଶା ପାଇଁ ଆଣିଦେଇଛି ସ୍ମୃତିର ଅପାସୋରା ଗାଥା। ଏହାରି ମଧ୍ୟରେ ପରିଦୃଷ୍ଟ ହୋଇଛି ନୂଆ ସମ୍ଭାବନାର ବାତାୟନ। ୨୨ ବର୍ଷ ତଳର ବିତ୍ତୀୟ ନିଅଣ୍ଟିଆ ଓଡ଼ିଶାକୁ ଏକ ରାଜସ୍ୱବଳକା ରାଜ୍ୟରେ ପରିଣତ କରିଛନ୍ତି ନବୀନ। କୃଷି, ଜଳସେଚନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି, ଗମନାଗମନ, ଅପହଞ୍ଚ ଅଞ୍ଚଳର ବିକାଶ, ଆନ୍ତର୍ଜାତିକ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାକୁ ସ୍ଥାନ ଦେବା ସହ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ଆଦି କ୍ଷେତ୍ରରେ ଉତ୍କର୍ଷ ଓଡ଼ିଶାକୁ ଆଣିଦେଇଛି ପ୍ରଚୁର ସୁନାମ। ଜନସହଭାଗିତାରେ ବିକାଶକୁ ଗୁରୁତ୍ୱ ଦେଇ ଏକ ସମୃଦ୍ଧ ଓଡ଼ିଶା ଗଠନ ଲାଗି ତାଙ୍କର ପ୍ରଚେଷ୍ଟା ରାଜ୍ୟବାସୀଙ୍କ ଆଶାକୁ ବହୁଗୁଣିତ କରିଛି। ତାହା ହିଁ ତାଙ୍କ ପାଇଁ ସୃଷ୍ଟି କରିଛି ଅନେକ ଆହ୍ୱାନ। ସେ ଆହ୍ୱାନ ରାଜ୍ୟବାସୀଙ୍କ ଅସରନ୍ତି ଆଶାର, ଅୟୁତ ଆକାଂକ୍ଷାର। ସେହି ଆହ୍ୱାନକୁ ଅତିକ୍ରମ କରିବାକୁ ନବୀନ ଜାରି ରଖିଛନ୍ତି ଅବିଶ୍ରାନ୍ତ ଯାତ୍ରା।