ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
କଟକ: ଗଛରେ ଝୁଲୁଥିବା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ସାଲେପୁର ନାଳିଆ ମୁଁହ ଚାଖୁଣ୍ଡା ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବେକରେ ଦୁହେଁ ରଶି ଲଗାଇ ଏକ ଚାଖୁଣ୍ଡା ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ଉଭୟ ସ୍ଥାନୀୟ ଅଲିପୁର ଗାଁର ମନୋଜ ସାମଲ ଓ ଜଣେ ଯୁବତୀ ବୋଲି ଜଣାପଡ଼ିଛି । ଘରେ ମନୋଜଙ୍କ ସ୍ତ୍ରୀ ଓ ତିନି ବର୍ଷର ପିଲା ଥିବା ବେଳେ ଅନ୍ୟ ଏକ ଝିଅ […]
କଟକ: ଗଛରେ ଝୁଲୁଥିବା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ସାଲେପୁର ନାଳିଆ ମୁଁହ ଚାଖୁଣ୍ଡା ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବେକରେ ଦୁହେଁ ରଶି ଲଗାଇ ଏକ ଚାଖୁଣ୍ଡା ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ଉଭୟ ସ୍ଥାନୀୟ ଅଲିପୁର ଗାଁର ମନୋଜ ସାମଲ ଓ ଜଣେ ଯୁବତୀ ବୋଲି ଜଣାପଡ଼ିଛି । ଘରେ ମନୋଜଙ୍କ ସ୍ତ୍ରୀ ଓ ତିନି ବର୍ଷର ପିଲା ଥିବା ବେଳେ ଅନ୍ୟ ଏକ ଝିଅ ସହ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, କିଛି ମାସ ହେବ ବିବାହିତ ମନୋଜ ସାମଲ ଜଣେ ନାବାଳିକାଙ୍କ ପ୍ରେମରେ ପଡ଼ିଥିଲେ। ତେବେ ଗତକାଲି ସନ୍ଧ୍ୟାରୁ ନାବାଳିକାଜଣକ ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଝିଅକୁ ନ ପାଇବାରୁ ପାଗା ଫାଣ୍ଠିରେ ଅଭିଯୋଗ କରିଥିଲେ। ନାବାଳିକାଜଣକ ପୁଅ ଗାଁକୁ ଚାଲି ଆସିଥିବା ବେଳେ ଉଭୟ କେଉଁଆଡ଼େ ଚାଲି ଯାଇଥିଲେ। ଗତକାଲି ରାତି ସାରା ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ବି ସନ୍ଧାନ ପାଇ ନ ଥିଲେ। ଆଜି ସକାଳେ ଗାଁର ନିଛାଟିଆ ସ୍ଥାନରେ ଥିବା ଏକ ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଗାଁ ଲୋକେ ଦେଖିବାକୁ ପାଇଥିଲେ।