ଥାନାରେ ହାତକଡ଼ି ବଦଳରେ ହାତଗଣ୍ଠି

The Sakala Picture
Published On

ଭୁବନେଶ୍ବର : ସଫଳ ହେଲା ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ । ବେଦି ସାଜିଲା ଥାନା ବାରଣ୍ଡା। ନଥିଲେ ବରଯାତ୍ରୀ, ବାଜୁ ନଥିଲା ସାହାନାଇ, ଜଳୁ ନ ଥିଲା ହୋମ ନିଆଁ। କିନ୍ତୁ ଥାନା ପରିସରରେ ହାତଗଣ୍ଠି ପଡ଼ିଥିଲା ପ୍ରେମୀଯୁଗଳକଙ୍କର। ଥାନା ପରିସରରେ ଫୁଲମାଳ ପିନ୍ଧାଇ ପରସ୍ପରକୁ ସାତଜନ୍ମ ଯାଏଁ ଏକାଠି ରହିବେ ବୋଲି ଶପଥ ନେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା କାଇମାଟିଆର ସାଗର ନାୟକ ବାଲିଅନ୍ତାର ଶତରୂପା ଜେନାଙ୍କୁ ୫ବର୍ଷ ହେଲା ପ୍ରେମ କରୁଥିଲେ। […]

ଭୁବନେଶ୍ବର : ସଫଳ ହେଲା ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ । ବେଦି ସାଜିଲା ଥାନା ବାରଣ୍ଡା। ନଥିଲେ ବରଯାତ୍ରୀ, ବାଜୁ ନଥିଲା ସାହାନାଇ, ଜଳୁ ନ ଥିଲା ହୋମ ନିଆଁ। କିନ୍ତୁ ଥାନା ପରିସରରେ ହାତଗଣ୍ଠି ପଡ଼ିଥିଲା ପ୍ରେମୀଯୁଗଳକଙ୍କର। ଥାନା ପରିସରରେ ଫୁଲମାଳ ପିନ୍ଧାଇ ପରସ୍ପରକୁ ସାତଜନ୍ମ ଯାଏଁ ଏକାଠି ରହିବେ ବୋଲି ଶପଥ ନେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା କାଇମାଟିଆର ସାଗର ନାୟକ ବାଲିଅନ୍ତାର ଶତରୂପା ଜେନାଙ୍କୁ ୫ବର୍ଷ ହେଲା ପ୍ରେମ କରୁଥିଲେ। କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ପରେଦୁଇ ପ୍ରେମପକ୍ଷୀ ବିବାହ କରିବେ ବୋଲି ଘରଲୋକଙ୍କୁ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ହେଲେ ମାନସ ରଞ୍ଜନ ମଙ୍ଗରାଜ

କିନ୍ତୁ ପରିବାରଲୋକେ ରାଜି ନ ହେବାରୁ ସୋମବାର ପ୍ରେମୀଯୁଗଳ ଫେରାର୍ ହୋଇ ନୟାଗଡ଼କୁ ପଳାଇଥିଲେ । ତେବେ ଲକ୍‌ଡାଉନରେ କେଉଁଠି ବାହା ହୋଇପାରୁ ନ ଥିଲେ। ଯେଉଁ ମନ୍ଦିରକୁ ଯାଉଥିଲେ ସରକାରୀ ନିୟମ ପାଇଁ ସେଠାରୁ ମୁଁହ ଫେରାଉଥିଲେ। ତେବେ ଆଜି ସକାଳୁ ଖଣ୍ଡଗିରିରେ ଥିବା ଆମ୍ବୋଇରେ ବିବାହ କରିବାକୁ ଯାଉଥିଲେ। ଖବରପାଇ ସହିଦନଗର ଥାନା ପୁଲିସ ଖଣ୍ଡଗିରି ଛକରୁ ପ୍ରେମୀଯୁଗଳଙ୍କୁ ଥାନାକୁ ଆଣିବା ସହ ଉଭୟଙ୍କ ପରିବାର ଲୋକଙ୍କ ଖବର ଦିଆଯାଇଥିଲା । ଉଭୟ ପରିବାର ଥାନାରେ ପହଞ୍ଚିବା ପରେ ବିବାହ ଲାଗି ରାଜି ହୋଇଥିଲେ।

ଆହୁରି ପଢ଼ନ୍ତୁ: ଚିତାବାଘ ଛାଲ ଓ ବଜ୍ରକାପ୍ତା କାତି ଚାଲାଣ ଅଭିଯୋଗରେ ମା-ପୁଅ ଗିରଫ

ଏଥ୍‌ସହିତ ଥାନାରେ ଉଭୟଙ୍କ ବିବାହ କରିବା ଲାଗି ଦୁଇପକ୍ଷ ଥାନା ଅଧିକାରୀଙ୍କୁ କହିଥିଲେ । ଏହାପରେ ଦୁଇଟି ଫୁଲମାଳ ଆସିବା ସହ ଥାନା ବରଣ୍ଡାରେ ବିବାହ ସମ୍ପନ୍ନ ହୋଇଥିଲା। ଦୁଇପକ୍ଷର ପରିବାରଲୋକଙ୍କ ସମେତ ସହିଦନଗର ଥାନାର ସମସ୍ତ କର୍ମଚାରୀ ଉପସ୍ଥିତି ଥିଲେ। ଏହାପରେ ସେମାନେ କୋର୍ଟରେ ବିବାହ ମଧ କରିଥିଲେ । କମିସନରେଟ ପୁଲିସର ଥାନାରେ ଏଭଳି ବିବାହ ପ୍ରଥମ ଘଟଣା।

ଆହୁରି ପଢ଼ନ୍ତୁ: ସାତପଡ଼ା-ଜହ୍ନିକୁଦା ଘାଟରେ ଭଡ଼ା ବୃଦ୍ଧିକୁ ନେଇ ଉତ୍ତେଜନା: ଯାତ୍ରୀ ଓ ଡଙ୍ଗା ମାଲିକ ମୁହାଁମୁହିଁ

24 Jun 2021 By The Sakala

ଥାନାରେ ହାତକଡ଼ି ବଦଳରେ ହାତଗଣ୍ଠି

ଭୁବନେଶ୍ବର : ସଫଳ ହେଲା ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ । ବେଦି ସାଜିଲା ଥାନା ବାରଣ୍ଡା। ନଥିଲେ ବରଯାତ୍ରୀ, ବାଜୁ ନଥିଲା ସାହାନାଇ, ଜଳୁ ନ ଥିଲା ହୋମ ନିଆଁ। କିନ୍ତୁ ଥାନା ପରିସରରେ ହାତଗଣ୍ଠି ପଡ଼ିଥିଲା ପ୍ରେମୀଯୁଗଳକଙ୍କର। ଥାନା ପରିସରରେ ଫୁଲମାଳ ପିନ୍ଧାଇ ପରସ୍ପରକୁ ସାତଜନ୍ମ ଯାଏଁ ଏକାଠି ରହିବେ ବୋଲି ଶପଥ ନେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା କାଇମାଟିଆର ସାଗର ନାୟକ ବାଲିଅନ୍ତାର ଶତରୂପା ଜେନାଙ୍କୁ ୫ବର୍ଷ ହେଲା ପ୍ରେମ କରୁଥିଲେ। କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ପରେଦୁଇ ପ୍ରେମପକ୍ଷୀ ବିବାହ କରିବେ ବୋଲି ଘରଲୋକଙ୍କୁ ଜଣାଇଥିଲେ।

କିନ୍ତୁ ପରିବାରଲୋକେ ରାଜି ନ ହେବାରୁ ସୋମବାର ପ୍ରେମୀଯୁଗଳ ଫେରାର୍ ହୋଇ ନୟାଗଡ଼କୁ ପଳାଇଥିଲେ । ତେବେ ଲକ୍‌ଡାଉନରେ କେଉଁଠି ବାହା ହୋଇପାରୁ ନ ଥିଲେ। ଯେଉଁ ମନ୍ଦିରକୁ ଯାଉଥିଲେ ସରକାରୀ ନିୟମ ପାଇଁ ସେଠାରୁ ମୁଁହ ଫେରାଉଥିଲେ। ତେବେ ଆଜି ସକାଳୁ ଖଣ୍ଡଗିରିରେ ଥିବା ଆମ୍ବୋଇରେ ବିବାହ କରିବାକୁ ଯାଉଥିଲେ। ଖବରପାଇ ସହିଦନଗର ଥାନା ପୁଲିସ ଖଣ୍ଡଗିରି ଛକରୁ ପ୍ରେମୀଯୁଗଳଙ୍କୁ ଥାନାକୁ ଆଣିବା ସହ ଉଭୟଙ୍କ ପରିବାର ଲୋକଙ୍କ ଖବର ଦିଆଯାଇଥିଲା । ଉଭୟ ପରିବାର ଥାନାରେ ପହଞ୍ଚିବା ପରେ ବିବାହ ଲାଗି ରାଜି ହୋଇଥିଲେ।

ଏଥ୍‌ସହିତ ଥାନାରେ ଉଭୟଙ୍କ ବିବାହ କରିବା ଲାଗି ଦୁଇପକ୍ଷ ଥାନା ଅଧିକାରୀଙ୍କୁ କହିଥିଲେ । ଏହାପରେ ଦୁଇଟି ଫୁଲମାଳ ଆସିବା ସହ ଥାନା ବରଣ୍ଡାରେ ବିବାହ ସମ୍ପନ୍ନ ହୋଇଥିଲା। ଦୁଇପକ୍ଷର ପରିବାରଲୋକଙ୍କ ସମେତ ସହିଦନଗର ଥାନାର ସମସ୍ତ କର୍ମଚାରୀ ଉପସ୍ଥିତି ଥିଲେ। ଏହାପରେ ସେମାନେ କୋର୍ଟରେ ବିବାହ ମଧ କରିଥିଲେ । କମିସନରେଟ ପୁଲିସର ଥାନାରେ ଏଭଳି ବିବାହ ପ୍ରଥମ ଘଟଣା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର