ଜେଲ୍‌ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ମିଳିଛି ସର୍ତ୍ତ ମୂଳକ ଜାମିନ

The Sakala Picture
Published On

ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବହୁଦିନ ଧରି ଜେଲରେ ରହିବା ପରେ ଆଜି ସେ ଝାରପଡା ଜେଲରୁ ମୁକୁଳିଛନ୍ତି । ୬ଟି ମାମଲାରେ ହାଇକୋର୍ଟରୁ ଜାମିନ ପରେ ଜେଲରୁ ବାହାରିଛନ୍ତି ପ୍ରଦୀପ । ଠକେଇ, ଜାଲିଆତି ଭଳି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲରେ ଥିଲେ । ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ପ୍ରଦୀପଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ । ମେ ୨୦ ତାରିଖରେ ମାମଲାରେ କୋର୍ଟ ଜାମିନ […]

ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବହୁଦିନ ଧରି ଜେଲରେ ରହିବା ପରେ ଆଜି ସେ ଝାରପଡା ଜେଲରୁ ମୁକୁଳିଛନ୍ତି । ୬ଟି ମାମଲାରେ ହାଇକୋର୍ଟରୁ ଜାମିନ ପରେ ଜେଲରୁ ବାହାରିଛନ୍ତି ପ୍ରଦୀପ । ଠକେଇ, ଜାଲିଆତି ଭଳି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲରେ ଥିଲେ । ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ପ୍ରଦୀପଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ମେ ୨୦ ତାରିଖରେ ମାମଲାରେ କୋର୍ଟ ଜାମିନ ଖାରଜ କରିଥିଲେ । ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ ପ୍ରଦୀପ ପାଣିଗ୍ରାହୀ । ଚାକିରି ଦେବା ନାଁରେ ଠକେଇକୁ ନେଇ କୌଣସି ଠୋସ୍‌ ପ୍ରମାଣ ପ୍ରଦୀପଙ୍କ ବିରୋଧରେ ମିଳିନଥିବା ବେଳେ ଅଭିଯୋଗକାରୀ କାହିଁକି ବିଳମ୍ବରେ ଥାନାରେ ଅଭିଯୋଗ କଲେ ସେନେଇ ମଧ୍ୟ ସଠିକ୍‌ ଉତ୍ତର ଦେଇପାରିନଥିଲେ ।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ତେବେ ପ୍ରଦୀପ ଜେଲରୁ ବାହାରିବା ପରେ ମାମଲା ସହ ଜଡ଼ିତ କୌଣସି ବ୍ୟକ୍ତିଙ୍କ ସହ ଯୋଗାଯୋଗ କିମ୍ବା ପ୍ରମାଣ ନଷ୍ଟ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ଏଥିସହ ଗଣମାଧ୍ୟମରେ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖିପାରିବେ ନାହିଁ । ଏହିସବୁ ସର୍ତ୍ତ ଖଣ୍ଡନ କଲେ ବେଲ୍‌ ଖାରଜ ହେବ ବୋଲି ହାଇକୋର୍ଟ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର