ଚାଷୀଙ୍କ ପାଇଁ ଆଶ୍ୱସ୍ତିକର ଖବର: ସାରା ଓଡ଼ିଶାରେ ବର୍ଷିବ, ୧୦ ଦିନରେ ଦୁଇଟି ଲଘୁଚାପ !

The Sakala Picture
Published On

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଗୋଟିଏ ଲଘୁଚାପ ସୃଷ୍ଟି ପରେ ପୁଣି ୨୭ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ୧୦ ଦିନ ବ୍ୟବଧାନରେ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାସହିତ ମରୁଡ଼ି ପରିସ୍ଥିତିରେ ପରିବର୍ତ୍ତନ ଆସିବା ନେଇ ଆଶା ପ୍ରକାଶ ପାଇଛି। ରାଜ୍ୟରେ ବର୍ଷା ଅଭାବରୁ ପ୍ରାୟ ୧୪ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ଥିବାବେଳେ ୩ରୁ ୪ ଜିଲ୍ଲାରେ ସ୍ଥିତି ସାଂଘାତିକ ରହିଛି। ସାଧାରଣତଃ ଜୁଲାଇ ଅଧା ସୁଦ୍ଧା […]

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଗୋଟିଏ ଲଘୁଚାପ ସୃଷ୍ଟି ପରେ ପୁଣି ୨୭ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ୧୦ ଦିନ ବ୍ୟବଧାନରେ ଦୁଇଟି ଲଘୁଚାପ ପ୍ରଭାବରେ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାସହିତ ମରୁଡ଼ି ପରିସ୍ଥିତିରେ ପରିବର୍ତ୍ତନ ଆସିବା ନେଇ ଆଶା ପ୍ରକାଶ ପାଇଛି। ରାଜ୍ୟରେ ବର୍ଷା ଅଭାବରୁ ପ୍ରାୟ ୧୪ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ ଥିବାବେଳେ ୩ରୁ ୪ ଜିଲ୍ଲାରେ ସ୍ଥିତି ସାଂଘାତିକ ରହିଛି। ସାଧାରଣତଃ ଜୁଲାଇ ଅଧା ସୁଦ୍ଧା ଅଧାରୁ ଅଧିକ ରୁଆ ବେଉଷଣ କାମ ସରିଯାଉଥିବା ବେଳେ ଚଳିତ ବର୍ଷ ଆରମ୍ଭ ହିଁ ହୋଇନାହିଁ।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ଓଡିଶା ମୁଖ୍ୟମନ୍ତ୍ରୀ

ଆମେରିକାର ପ୍ରସିଦ୍ଧ ଗ୍ଲୋବାଲ ଫୋରକାଷ୍ଟ ମଡେଲର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୬ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହେବା ସହ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ଫଳରେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ଉପକୂଳ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ତଥା କିଛି-କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଘୋଷଣା କଲେ ରାଜ୍ୟ ସରକାର, ୨୦୨୬ ଜାନୁଆରୀରୁ ମିଳିବ ପିଛିଲା ଦରମା

ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡା. ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବା ଅନୁଯାୟୀ, ଆସନ୍ତା ୨୧ ତାରିଖରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ମୁଖ୍ୟତଃ ୨୩ରେ ପ୍ରବଳ ବର୍ଷା ହେବା ବେଳେ ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୨୩ ଓ ୨୪ରେ ଭାରୀ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ ରବିବାର ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ସୋମବାର ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି ପଢ଼ନ୍ତୁ: ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀ ବୈଠକରେ ହେଉଥିବା ନିଷ୍ପତ୍ତିକୁ ସାର୍ବଜନୀନ କରାଯାଉ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର