ମନୋରଞ୍ଜନ
ବାର୍ରେ ଯୁବତୀଙ୍କୁ ଖେଳଣା ପରି କରାଯାଉଛି ବ୍ୟବହାର, ଗ୍ରାହକଙ୍କୁ ସନ୍ତୁଷ୍ଟ ପାଇଁ ରାଜି ନ ହେଲେ ନିର୍ଯାତନା
ଭୁବନେଶ୍ୱର: ରଙ୍ଗୀନ୍ ରାତିର ବାର୍ ଡ୍ୟାନ୍ସରଙ୍କୁ ଦିଆଯାଉଛି ଯନ୍ତ୍ରଣା। ଗ୍ରାହକଙ୍କୁ ସନ୍ତୁଷ୍ଟ କର ନ ହେଲେ ପାଉଣା ନାହିଁ। ଡ୍ୟାନ୍ସର ଗ୍ରାହକଙ୍କ ମନକୁ ପାଇଲେ ରାତି କଟାଇବାକୁ ବାଧ୍ୟ କରାଯାଉଛି। ରାଜି ନ ହେଲେ ଦିଆଯାଉଛି ଅକଥନୀୟ ନିର୍ଯାତନା। ଏପରିକି ଡ୍ୟାନ୍ସରକୁ ରୁମ୍ ଭିତରେ ବନ୍ଦୀ କରି ରଖାଯାଉଛି। ରାଜଧାନୀ ଭୁବନେଶ୍ୱରରେ ଏକ ବାର୍ ନାଁରେ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ। ଦୁଇ ବାର୍ ଡ୍ୟାନ୍ସର ଏନେଇ କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ଏତଲା […]
ଭୁବନେଶ୍ୱର: ରଙ୍ଗୀନ୍ ରାତିର ବାର୍ ଡ୍ୟାନ୍ସରଙ୍କୁ ଦିଆଯାଉଛି ଯନ୍ତ୍ରଣା। ଗ୍ରାହକଙ୍କୁ ସନ୍ତୁଷ୍ଟ କର ନ ହେଲେ ପାଉଣା ନାହିଁ। ଡ୍ୟାନ୍ସର ଗ୍ରାହକଙ୍କ ମନକୁ ପାଇଲେ ରାତି କଟାଇବାକୁ ବାଧ୍ୟ କରାଯାଉଛି। ରାଜି ନ ହେଲେ ଦିଆଯାଉଛି ଅକଥନୀୟ ନିର୍ଯାତନା। ଏପରିକି ଡ୍ୟାନ୍ସରକୁ ରୁମ୍ ଭିତରେ ବନ୍ଦୀ କରି ରଖାଯାଉଛି। ରାଜଧାନୀ ଭୁବନେଶ୍ୱରରେ ଏକ ବାର୍ ନାଁରେ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ। ଦୁଇ ବାର୍ ଡ୍ୟାନ୍ସର ଏନେଇ କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ଏତଲା ଦେବା ପରେ ଗଣମାଧ୍ୟମ ଆଗରେ ଦୁଇ ବାର୍ ଡ୍ୟାନ୍ସର ବଖାଣିଛନ୍ତି ରାତିର ଦୁଃଖ ଓ ଛାତିର କୋହ।
ବାର୍ ଡ୍ୟାନ୍ସର କହିଛନ୍ତି, ୭ ମାସ ତଳେ ବାର୍ରେ ଡ୍ୟାନ୍ସ କରିବା ପାଇଁ ଆସିଥିଲି। ରାତି ହେଲେ ଡ୍ୟାନ୍ସ କରୁଥିଲି। ରାତି ୧୨ଟା ପର୍ଯ୍ୟନ୍ତ ଡ୍ୟାନ୍ସ କରିବାକୁ କୁହାଯାଉଥିଲା। ହେଲେ ସକାଳ ୬ଟା ପର୍ଯ୍ୟନ୍ତ ଡ୍ୟାନ୍ସ କରିବାକୁ ପଡୁଥିଲା। ମାତାଲ ଗ୍ରାହକମାନେ ରାତିସାରା ରହୁଥିବାରୁ ଆମକୁ ଡ୍ୟାନ୍ସ କରିବାକୁ ପଡୁଥିଲା। ଅନେକ ସମୟରେ ଗ୍ରାହକଙ୍କ ସହିତ ଯିବା ପାଇଁ କୁହାଯାଉଥିଲା। ବେଳେବେଳେ ଆମକୁ ହୋଟେଲରେ ଜବରଦସ୍ତି ରଖାଯାଇ ଗ୍ରାହକଙ୍କ ସହିତ ସମ୍ପର୍କ ରଖିବାକୁ କୁହାଯାଉଛି। ମନା କଲେ ଦିଆଯାଉଛି ଅକଥନୀୟ ନିର୍ଯାତନା। ମାଡ଼ ମରାଯାଉଛି ବୋଲି ବାର୍ ଡ୍ୟାନ୍ସରମାନେ କହିଛନ୍ତି। ଜଣେ ବାର୍ ଡ୍ୟାନ୍ସର କହିଛନ୍ତି, ମୋର ଦରମା ବାବଦକୁ ୫୦ ହଜାର ଟଙ୍କା ବାକି ରହିଛି। ସେହି ଟଙ୍କା ମାଗିବା ପାଇଁ ଯାଇଥିଲି। ଟଙ୍କା ଦେବା ପରିବର୍ତ୍ତେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା। ରାଜି ନ ହେବାରୁ ହୋଟେଲ୍ ମାଲିକ ମୋତେ ଘୋଷାଡ଼ି ଟଣାଓଟରା କରିଥିଲେ। ମୋ ଚୁଟି ଟାଣି ମାଡ଼ ମାରିଥିଲେ। ଜୀବନ ବିକଳରେ ସେଠାରୁ ପଳାଇ ଆସିଥିଲି ବୋଲି ସେ କହିଛନ୍ତି। ବାର୍ ଡ୍ୟାନ୍ସର ଜଣକ ଏନେଇ କ୍ୟାପିଟାଲ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ କମିସନରେଟ୍ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସେ କହିଛନ୍ତି। ବାରମ୍ବାର ଡାକି ବସାଉଛି। ଏଣୁତେଣୁ ପଚାରି ଛାଡ଼ି ଦେଉଛି। ହେଲେ ହୋଟେଲ୍ ମାଲିକଙ୍କୁ ଡାକି ଏ ସମ୍ପର୍କରେ ପଦୁଟିଏ ପଚାରୁ ନ ଥିବା ବାର୍ ଡ୍ୟାନ୍ସର ଜଣକ କହିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ରାତି ୧୨ଟା ପରେ ସବୁ ବାର୍ ବନ୍ଦ ହେଉଛି। ହେଲେ ଲକ୍ଷ୍ମୀସାଗର ଅଞ୍ଚଳର ସେହି ବାର୍ରେ ରାତିସାରା କେମିତି ଡ୍ୟାନ୍ସ ହେଉଛି ବୋଲି ଯୁବତୀ ଜଣକ କହିଛନ୍ତି।
ପୁଲିସ, ଅବକାରୀ ବିଭାଗ କରୁନି ଚଢ଼ଉ
ରାଜଧାନୀରେ ଥିବା ଏକାଧିକ ବାର୍ ପୁଲିସଠାରୁ ରାତି ୧୨ଟା ପର୍ଯ୍ୟନ୍ତ ଲାଉଡ୍ ସ୍ପିକର ଅନୁମତି ନେଇଛନ୍ତି। କିନ୍ତୁ ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ରେ ଗୀତ ଏବଂ ନାଚ ଚାଲୁଛି। କିନ୍ତୁ କମିସନରେଟ୍ ପୁଲିସର ଚଢ଼ଉ ନାହିଁ। ପୁଲିସର ଏହି ବାର୍ ସହ ଭିତିରି ସମ୍ପର୍କ କରି ଖୁଲମ୍ଖୋଲା ଛାଡ଼ି ଦେଇଛନ୍ତି। ବାର୍ ମାଲିକମାନେ ମନଇଚ୍ଛା ଯାହା ପାଉଛନ୍ତି କରୁଛନ୍ତି। ଆହୁରି ମଧ୍ୟ ବାର୍ରେ ଡ୍ୟାନ୍ସରମାନଙ୍କୁ ଦୁର୍ବ୍ୟବହାର କରାଯାଉଛି, କିନ୍ତୁ ଏନେଇ ମଧ୍ୟ ଯାଞ୍ଚ କରାଯାଉନାହିଁ। ହାଇକୋର୍ଟ ଦେଇଥିବା ଗାଇଡ୍ଲାଇନ୍କୁ ବି କୌଣସି ବାର୍ ମାଲିକମାନେ ପାଳନ କରୁନାହାନ୍ତି। ଯୁବତୀଙ୍କୁ ବିପଜ୍ଜନକ ଅବସ୍ଥାରେ ରଖାଯାଇ ଡ୍ୟାନ୍ସ କରାଯାଉଛି। ଅବକାରୀ ବିଭାଗ ପକ୍ଷରୁ ମଧ୍ୟ ଚଢ଼ଉ ନାହିଁ କି ଉକ୍ତ ବାର୍ର ଲାଇସେନ୍ସ ବାତିଲ୍ ମଧ୍ୟ କରାଯାଉନି। ଯଦି କୌଣସି ବ୍ୟକ୍ତି ନିଶାରେ ରହୁଛନ୍ତି ତାଙ୍କଠାରୁ ଜାଣିଶୁଣି ଟଙ୍କା ଲୁଟି ନେଉଥିବା ଅଭିଯୋଗ ହୋଇଛି। ଏହି ଲୁଟିବା ପଛରେ ବାର୍ରେ ଥିବା ବାଉଁଶରଙ୍କ ମୁଖ୍ୟ ଭୂମିକା ରହିଛି।





