ପୁଣି ଚୌକା ଅପେକ୍ଷାରେ ଗୌର

The Sakala Picture
Published On

ଭୁବନେଶ୍ୱର:ଦର୍ଶକମାନେ ଅପେକ୍ଷା କରି ରହିଥାନ୍ତି ତାଙ୍କ ଅଭିନୟ ଦେଖିବାକୁ। ସେ ମଞ୍ଚ ଉପରକୁ ନଆସିବା ଯାଏ ଯାତ୍ରାଟି ଦର୍ଶକଙ୍କ ହୃଦୟକୁ ଛୁଇଁ ପାରେ ନାହିଁ। ତାଙ୍କ ଅଭିନୟ ରାତି ରାତି ଦର୍ଶକଙ୍କୁ ବିଭୋର କରେ। ୯୦ ଦଶକରେ ନିଜର ନିଖୁଣ ଅଭିନୟରେ ଅଜସ୍ର ଲୋକପ୍ରିୟତା ହାସଲ କରିଥିବା ଯାତ୍ରା ଅଭିନେତା ଗୌରାଙ୍ଗ ଚରଣ ଦାସ। ଯିଏକି ଗୌର ଦାସ ନାମରେ ବେଶ୍‍ ଜଣାଶୁଣା। ନାୟକ ଭୂମିକାରେ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ। […]

ଭୁବନେଶ୍ୱର:ଦର୍ଶକମାନେ ଅପେକ୍ଷା କରି ରହିଥାନ୍ତି ତାଙ୍କ ଅଭିନୟ ଦେଖିବାକୁ। ସେ ମଞ୍ଚ ଉପରକୁ ନଆସିବା ଯାଏ ଯାତ୍ରାଟି ଦର୍ଶକଙ୍କ ହୃଦୟକୁ ଛୁଇଁ ପାରେ ନାହିଁ। ତାଙ୍କ ଅଭିନୟ ରାତି ରାତି ଦର୍ଶକଙ୍କୁ ବିଭୋର କରେ। ୯୦ ଦଶକରେ ନିଜର ନିଖୁଣ ଅଭିନୟରେ ଅଜସ୍ର ଲୋକପ୍ରିୟତା ହାସଲ କରିଥିବା ଯାତ୍ରା ଅଭିନେତା ଗୌରାଙ୍ଗ ଚରଣ ଦାସ। ଯିଏକି ଗୌର ଦାସ ନାମରେ ବେଶ୍‍ ଜଣାଶୁଣା। ନାୟକ ଭୂମିକାରେ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ। ପିଲାଦିନରୁ ଅଭିନୟ ପ୍ରତି ଦୁର୍ବଳତା ରଖିଥିବା ଗୌର ସ୍କୁଲରେ ପଢ଼଼ିବା ସମୟରେ ଅଭିନୟରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ବାପା ମା’ଙ୍କ ପ୍ରେରଣା ପାଇଁ ସେ ୧୯୯୫ ମସିହାରେ ପ୍ରଥମେ ବାଲେଶ୍ୱରର ଜଗଦ୍ଧାତ୍ରୀ ଗଣନାଟ୍ୟରେ ନାଟକ ‘ମାଣିକ’ରେ ଅଭିନୟ କରିଥିଲେ। ଯାହା ସେ ସମୟରେ ସୁପରହିଟ୍‍ ହୋଇଥିଲା।

ଆହୁରି ପଢ଼ନ୍ତୁ: ଏପ୍ରିଲ ୧୪ରେ କାହିଁକି ପାଳନ କରାଯାଏ ଓଡ଼ିଆ ନବବର୍ଷ? ଜାଣନ୍ତୁ ପଣା ସଂକ୍ରାନ୍ତିର ଇତିହାସ ଓ ମହତ୍ତ୍ୱ

‘ମହାପାତ୍ର ଘରର ବଡ଼ ବୋହୂ’ ମଧ୍ୟ ବେଶ୍‍ ଲୋକପ୍ରିୟତା ହାସଲ କରିଥିଲା। ତେବେ ୨୦୦ ମସିହାରେ ‘କଥା ରହିଗଲା କାଳ କାଳକୁ’ ନାଟକରେ ଅଭିନୟ ପାଇଁ ଓଡ଼ିଶାର ପ୍ରତିଟି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେହିପରି ତାଙ୍କ ଅଭିନୀତ କଥା କହିବ ମୋ ମଥା ସିନ୍ଦୂର, ଅସତ୍ୟ ସହରରେ ଘୁଙ୍ଘୁର କାନ୍ଦୁଛି, କନିଆ ସାଜିଛି କଣ୍ଢେଇ ରାଣୀ, ଜହ୍ନକୁ ଦେଇଛି ପୁନେଇ ରାଣ, ଆଦି ସୁପରହିଟ୍‍ ନାଟକ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହାସହ ତାଙ୍କ ନାମ ଅନୁସାରେ ମଧ୍ୟ ଦୁଇଟି ନାଟକ ‘କହ ଗୌର ଦାସ, କାହାର ଦୋଷ’ ଏବଂ ‘ଏ ଗୌରା କାଇଁ କାନ୍ଦୁଛୁ’ ରେ ମଧ୍ୟ ସେ ଅଭିନୟର ଚମତ୍କାରିତା ଦେଖାଇଛନ୍ତି। ଅଷ୍ଟଶମ୍ଭୁ, ପାର୍ବତୀ, ଧଉଳି, ଇଷ୍ଟର୍ଣ୍ଣ ରେଡ, ଶିବାନୀ, ରଙ୍ଗମହଲ ଭଳି ବଡ଼ ବଡ଼ ଯାତ୍ରାନୁଷ୍ଠାରେ ଏପର୍ଯ୍ୟନ୍ତ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଯାତ୍ରାରେ ଅଭିନୟ କରିଛନ୍ତି ଗୌର।

ଆହୁରି ପଢ଼ନ୍ତୁ: ମହିଳାଙ୍କୁ ରାଜନୈତିକ ସଂରକ୍ଷଣ: ବିଜୁଙ୍କ ସ୍ୱପ୍ନ, ନବୀନଙ୍କ ପ୍ରୟାସ; ମହିଳା ସଶକ୍ତୀକରଣ ଅଭିଯାନକୁ ଆନ୍ଦୋଳନରେ ପରିଣତ କରିଥିଲେ ନବୀନ

କରୋନା ପରେ ୪ଟି ନୂଆ ନାଟକରେ ପୁଣି ଦର୍ଶକଙ୍କୁ ମତୁଆଲା କରିବେ ଗୌର। ଯାହାର ରିହଲସେଲ ଆରମ୍ଭ ହୋଇଥିବା ସେ କହିଛନ୍ତି। ଗୌରଙ୍କ ଘର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ, ନିଜାମପୁରରେ ହୋଇଥିଲେ ବି ବତ୍ତ୍‍ର୍ମାନ ସେ ଜଳେଶ୍ୱରରେ ପରିବାର ସହ ରହୁଛନ୍ତି।

ଆହୁରି ପଢ଼ନ୍ତୁ: ଜିଲ୍ଳାପାଳଙ୍କ ରିପୋର୍ଟ ଆଧାରରେ ନିଆଯିବ ସ୍କୁଲ ଛୁଟି ନିଷ୍ପତ୍ତି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

17 Jul 2021 By The Sakala

ପୁଣି ଚୌକା ଅପେକ୍ଷାରେ ଗୌର

ଭୁବନେଶ୍ୱର:ଦର୍ଶକମାନେ ଅପେକ୍ଷା କରି ରହିଥାନ୍ତି ତାଙ୍କ ଅଭିନୟ ଦେଖିବାକୁ। ସେ ମଞ୍ଚ ଉପରକୁ ନଆସିବା ଯାଏ ଯାତ୍ରାଟି ଦର୍ଶକଙ୍କ ହୃଦୟକୁ ଛୁଇଁ ପାରେ ନାହିଁ। ତାଙ୍କ ଅଭିନୟ ରାତି ରାତି ଦର୍ଶକଙ୍କୁ ବିଭୋର କରେ। ୯୦ ଦଶକରେ ନିଜର ନିଖୁଣ ଅଭିନୟରେ ଅଜସ୍ର ଲୋକପ୍ରିୟତା ହାସଲ କରିଥିବା ଯାତ୍ରା ଅଭିନେତା ଗୌରାଙ୍ଗ ଚରଣ ଦାସ। ଯିଏକି ଗୌର ଦାସ ନାମରେ ବେଶ୍‍ ଜଣାଶୁଣା। ନାୟକ ଭୂମିକାରେ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ। ପିଲାଦିନରୁ ଅଭିନୟ ପ୍ରତି ଦୁର୍ବଳତା ରଖିଥିବା ଗୌର ସ୍କୁଲରେ ପଢ଼଼ିବା ସମୟରେ ଅଭିନୟରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ବାପା ମା’ଙ୍କ ପ୍ରେରଣା ପାଇଁ ସେ ୧୯୯୫ ମସିହାରେ ପ୍ରଥମେ ବାଲେଶ୍ୱରର ଜଗଦ୍ଧାତ୍ରୀ ଗଣନାଟ୍ୟରେ ନାଟକ ‘ମାଣିକ’ରେ ଅଭିନୟ କରିଥିଲେ। ଯାହା ସେ ସମୟରେ ସୁପରହିଟ୍‍ ହୋଇଥିଲା।

‘ମହାପାତ୍ର ଘରର ବଡ଼ ବୋହୂ’ ମଧ୍ୟ ବେଶ୍‍ ଲୋକପ୍ରିୟତା ହାସଲ କରିଥିଲା। ତେବେ ୨୦୦ ମସିହାରେ ‘କଥା ରହିଗଲା କାଳ କାଳକୁ’ ନାଟକରେ ଅଭିନୟ ପାଇଁ ଓଡ଼ିଶାର ପ୍ରତିଟି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେହିପରି ତାଙ୍କ ଅଭିନୀତ କଥା କହିବ ମୋ ମଥା ସିନ୍ଦୂର, ଅସତ୍ୟ ସହରରେ ଘୁଙ୍ଘୁର କାନ୍ଦୁଛି, କନିଆ ସାଜିଛି କଣ୍ଢେଇ ରାଣୀ, ଜହ୍ନକୁ ଦେଇଛି ପୁନେଇ ରାଣ, ଆଦି ସୁପରହିଟ୍‍ ନାଟକ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏହାସହ ତାଙ୍କ ନାମ ଅନୁସାରେ ମଧ୍ୟ ଦୁଇଟି ନାଟକ ‘କହ ଗୌର ଦାସ, କାହାର ଦୋଷ’ ଏବଂ ‘ଏ ଗୌରା କାଇଁ କାନ୍ଦୁଛୁ’ ରେ ମଧ୍ୟ ସେ ଅଭିନୟର ଚମତ୍କାରିତା ଦେଖାଇଛନ୍ତି। ଅଷ୍ଟଶମ୍ଭୁ, ପାର୍ବତୀ, ଧଉଳି, ଇଷ୍ଟର୍ଣ୍ଣ ରେଡ, ଶିବାନୀ, ରଙ୍ଗମହଲ ଭଳି ବଡ଼ ବଡ଼ ଯାତ୍ରାନୁଷ୍ଠାରେ ଏପର୍ଯ୍ୟନ୍ତ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ଯାତ୍ରାରେ ଅଭିନୟ କରିଛନ୍ତି ଗୌର।

କରୋନା ପରେ ୪ଟି ନୂଆ ନାଟକରେ ପୁଣି ଦର୍ଶକଙ୍କୁ ମତୁଆଲା କରିବେ ଗୌର। ଯାହାର ରିହଲସେଲ ଆରମ୍ଭ ହୋଇଥିବା ସେ କହିଛନ୍ତି। ଗୌରଙ୍କ ଘର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ, ନିଜାମପୁରରେ ହୋଇଥିଲେ ବି ବତ୍ତ୍‍ର୍ମାନ ସେ ଜଳେଶ୍ୱରରେ ପରିବାର ସହ ରହୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର