ଦେଢ଼ ମାସ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ, ଗୁଣି ସନ୍ଦେହରେ ପରିବାରର ୩ ଜଣଙ୍କୁ ଆକ୍ରମଣ

The Sakala Picture
Published On

ପୋଲସରା: ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡ଼ା ଶାସନ ଗ୍ରାମରେ ଗୁଣି ସନ୍ଦେହରେ ଗୋଟିଏ ପରିବାର ୩ଜଣଙ୍କୁ ଆଜି ଖଦାଳ ସାହି ଲୋକମାନେ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ତିନି ଜଣଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି। ମିଳିଥିବା ସୁଚନା ଅନୁସାରେ ଚିରିକିପଡ଼ା ଶାସନ ବସଷ୍ଟାଣ୍ଡ ନିକଟରେ ଥିବା ଖଦାଳ ସାହିର ମୁଳିଆ ନାହାକ (୫୫)ଙ୍କ ଗତ ଦେଢ ମାସ ପୂର୍ବେ ମୃତୁୃ୍ୟ ହୋଇଥିଲା ବେଳେ ୩୮ ଦିନ ପୂର୍ବେ ବିଶୁ ନାହାକ (୫୩) ଏବଂ […]

ପୋଲସରା: ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡ଼ା ଶାସନ ଗ୍ରାମରେ ଗୁଣି ସନ୍ଦେହରେ ଗୋଟିଏ ପରିବାର ୩ଜଣଙ୍କୁ ଆଜି ଖଦାଳ ସାହି ଲୋକମାନେ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ତିନି ଜଣଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି। ମିଳିଥିବା ସୁଚନା ଅନୁସାରେ ଚିରିକିପଡ଼ା ଶାସନ ବସଷ୍ଟାଣ୍ଡ ନିକଟରେ ଥିବା ଖଦାଳ ସାହିର ମୁଳିଆ ନାହାକ (୫୫)ଙ୍କ ଗତ ଦେଢ ମାସ ପୂର୍ବେ ମୃତୁୃ୍ୟ ହୋଇଥିଲା ବେଳେ ୩୮ ଦିନ ପୂର୍ବେ ବିଶୁ ନାହାକ (୫୩) ଏବଂ ୩୩ ଦିନ ପୂର୍ବେ ପାଣ୍ଡି ନାହାକ (୪୭)ଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅଢେଇ ସପ୍ତାହ ପୂର୍ବେ ଅଜିତ ନାହାକ (୨୪) ଏବଂ ଗତ ସପ୍ତାହରେ ଟୁକୁନା ନାହାକ (୩୩) ଏବଂ ଆଜି ସକାଳେ କିର୍ତ୍ତନ ନାହାକ (୬୭)ଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ଦେଢ ମାସ ମଧ୍ୟରେ ସାହିର ୬ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଗୁଣି ଯୋଗୁଁ ଏପରି ହୋଇଥିବା ସାହି ଲୋକମାନେ ସନ୍ଦେହ କରିଥିଲେ। ଅପରପକ୍ଷରେ ସାହିର ବିମଳ ନାହାକ ପୂର୍ବରୁ ଗୁଣିଗାରେଡି କରୁଥିବା ସାହି ଲୋକ ଜାଣିଥିଲେ। ଆଜି ସକାଳେ ବିମଳ ନିଜ ଘରେ କିଛି ପୂଜାର୍ଚ୍ଚନା କରୁଥିବା ସାହି ଲୋକମାନେ ଦେଖିଥିଲେ। ଏଣୁ ସେ ହିଁ ଗୁଣି କରି ସମସ୍ତଙ୍କୁ ମାରିଥିବା ସନ୍ଦେହ କରି ପୂର୍ବାହ୍ନ ପ୍ରାୟ ୧୧ଟାରେ ବିମଳ, ତାଙ୍କ ପୁଅ ପୂର୍ଣ୍ଣ ଏବଂ ସ୍ତ୍ରୀ ରଞ୍ଜୁଙ୍କୁ ଆକ୍ରମଣ କରିଥିଲେ। ସାହି ଲୋକଙ୍କ ଆକ୍ରମଣରେ ବିମଳଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ପଠା ଯାଇଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲସରା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ସାହି ଲୋକମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ଗୁରୁବାର ଖଦାଳ ସାହି ଲୋକମାନେ ପୋଲସରା ଥାନା ଆସି ବିମଳ ଗୁଣି କରି ସାହି ଲୋକଙ୍କୁ ମାରୁଥିବା ଅଭିଯୋଗ କରିଥିଲେ। ତେବେ ଗୁଣିଗାରେଡି କିଛି ନାହିଁ କହି ପୁଲିସ ସାହି ଲୋକଙ୍କ ଅଭିଯୋଗ ଶୁଣି ନଥିଲେ। ମାତ୍ର ପୋଲସରା ଓ ବୁଗୁଡା ପୁଲିସ ମିଶି ଘଟଣାକୁ ଆୟତ୍ତ କରିଥିଲେ। ସଚେତନତା ଅଭାବରୁ ଏଭଳି ଘଟଣା ଘଟୁଥିବା ରୁ ଗୁଣିଗାରେଡି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp