ଘରୁ ଟେକିନେଇ ୩ ଦିନ ଦୁଷ୍କର୍ମ, ଜଣେ ନାବଳକକୁ ଗିରଫ କରିଛି ପୁଲିସ

The Sakala Picture
Published On

ସାନଖେମୁଣ୍ଡି: ଗଞ୍ଜାମରେ ପୁଣି ଲଜ୍ଜା। ଘରୁ ଟେକିନେଇ ଏକ ପରିତ୍ୟକ୍ତ ଘରେ ବାରମ୍ବାର ଦୁଷ୍କର୍ମ କରିବା ପରେ ପାଖ ଜଙ୍ଗଲରେ ଏକୁଟିଆ ଛାଡ଼ି ଚାଲିଗଲେ ଦୁଷ୍କର୍ମକାରୀ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ପାଟପୁର ଥାନା ଅଞ୍ଚଳରୁ ଶନିବାର ଏପରି ଏକ ଛାତିଥରା ଘଟଣା ପଦାକୁ ଆସିଛି। ଜଣେ ନାବାଳିକା ୩ ଦିନ ଧରି ଏଭଳି ପାଶବିକ ଅତ୍ୟାଚାରର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ୍‌ ନମ୍ବର ୩୪୦/୨୫ରେ ଏକ ମାମଲା ରୁଜୁ କରି ଗତକାଲି ଜଣେ ନାବାଳକକୁ […]

ସାନଖେମୁଣ୍ଡି: ଗଞ୍ଜାମରେ ପୁଣି ଲଜ୍ଜା। ଘରୁ ଟେକିନେଇ ଏକ ପରିତ୍ୟକ୍ତ ଘରେ ବାରମ୍ବାର ଦୁଷ୍କର୍ମ କରିବା ପରେ ପାଖ ଜଙ୍ଗଲରେ ଏକୁଟିଆ ଛାଡ଼ି ଚାଲିଗଲେ ଦୁଷ୍କର୍ମକାରୀ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ପାଟପୁର ଥାନା ଅଞ୍ଚଳରୁ ଶନିବାର ଏପରି ଏକ ଛାତିଥରା ଘଟଣା ପଦାକୁ ଆସିଛି। ଜଣେ ନାବାଳିକା ୩ ଦିନ ଧରି ଏଭଳି ପାଶବିକ ଅତ୍ୟାଚାରର ଶିକାର ହୋଇଛନ୍ତି।

ଏହି ଘଟଣାରେ ପୁଲିସ୍‌ ନମ୍ବର ୩୪୦/୨୫ରେ ଏକ ମାମଲା ରୁଜୁ କରି ଗତକାଲି ଜଣେ ନାବାଳକକୁ ଅଟକ ରଖିଛି। ସୂଚନା ମୁତାବକ, ବୁଧବାର ବିଳମ୍ୱିତ ରାତିରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତଜଣଙ୍କ ନାବାଳିକାକୁ ତାଙ୍କ ଘରୁ ଟେକିନେଇ ଗୋଟିଏ ଭଙ୍ଗା ଘରେ ରଖିଥିଲା। ସେଠାରେ ସେ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲା। ପରେ ତାଙ୍କୁ ଦିଗପହଣ୍ଡି ଥାନା ଅଧୀନସ୍ଥ ଚାଙ୍ଗୁଡ଼ିଦେଇ ପାହାଡ଼ ପାଖ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ମଧ୍ୟ ସେ ନାବାଳିକାଙ୍କୁ ଦୁଷ୍କର୍ମ କରି ଏକୁଟିଆ ଛାଡ଼ି ପଳାଇ ଯାଇଥିଲା।

ଅପରପକ୍ଷେ ନାବାଳିକାର ପରିବାର ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ଚାଙ୍ଗୁଡ଼ିଦେଈ ପାହାଡ଼ରୁ ଉଦ୍ଧାର କରିଥିଲେ। ଏ ସଂପର୍କରେ ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପାଟପୁର ପୁଲିସ୍ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଏହି ଘଟଣାରେ ପୁଲିସ୍‌ ଗତକାଲି ଜଣେ ନାବାଳକକୁ ଗିରଫ କରି ବାଳ ସୁଧାର ଗୃହକୁ ପଠାଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର