ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିଗପହଣ୍ଡି ବସ୍‌ ଟର୍ମିନାଲ ଓ କପା ଜିନିଂ ମିଲ୍‌ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଗଞ୍ଜାମ: ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ବହୁ ପ୍ରତୀକ୍ଷିତ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନୂଆ ବସ ଟର୍ମିନାଲ ଉଦଘାଟିତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ବସ୍‌ ଟର୍ମିନାଲର ଉଦଘାଟନ କରିଛନ୍ତି। ୫ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ବସଷ୍ଟାଣ୍ଡ। ଗଞ୍ଜାମ ଜିଲ୍ଲାରେ ଥିବା ଏନଏସି ବସଷ୍ଟାଣ୍ଡଗୁଡିକଠାରୁ ଏହା ସର୍ବବୃହତ ବସଷ୍ଟାଣ୍ଡ। ବସଷ୍ଟାଣ୍ଡ ନଥିବା ଯୋଗୁଁ ଦିଗପହଣ୍ଡି ଅଞ୍ଚଳରୁ […]

ଗଞ୍ଜାମ: ଛୋଟ ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ। ବହୁ ପ୍ରତୀକ୍ଷିତ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନୂଆ ବସ ଟର୍ମିନାଲ ଉଦଘାଟିତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ବସ୍‌ ଟର୍ମିନାଲର ଉଦଘାଟନ କରିଛନ୍ତି। ୫ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ବସଷ୍ଟାଣ୍ଡ। ଗଞ୍ଜାମ ଜିଲ୍ଲାରେ ଥିବା ଏନଏସି ବସଷ୍ଟାଣ୍ଡଗୁଡିକଠାରୁ ଏହା ସର୍ବବୃହତ ବସଷ୍ଟାଣ୍ଡ।

ବସଷ୍ଟାଣ୍ଡ ନଥିବା ଯୋଗୁଁ ଦିଗପହଣ୍ଡି ଅଞ୍ଚଳରୁ ବିଭିନ୍ନ ଗାଁକୁ ଯିବା ନିମନ୍ତେ ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏହା ସହିତ ବସ ଗୁଡିକ ରାସ୍ତାରେ ରହୁଥିବା ଯୋଗୁ ଦୁର୍ଘଟଣା ମଧ୍ୟ ଘଟୁଥିଲା। ଦିଗପହଣ୍ଡି ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ କେନ୍ଦ୍ରସ୍ଥଳ। ମୁଖ୍ୟମନ୍ତ୍ରୀ ଗତବର୍ଷ ଏହାର ଶିଳାନ୍ୟାସ କରିଥିଲେ। ବର୍ତ୍ତମାନ ବସଷ୍ଟାଣ୍ଡଟି କାର୍ଯ୍ଯକ୍ଷମ ହେବା ପରେ ଯାତ୍ରୀମାନଙ୍କ ଆଉ ସମସ୍ୟା ରହିବ ନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି।

ସେହିପରି କପା ଜିନିଂ ମିଲକୁ ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। କପା ମିଲ ନଥିବା ଯୋଗୁଁ ଚାଷୀମାନେ କପା ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଇ ଦଲାଲଙ୍କ ଶିକାର ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଗତବର୍ଷ ଜିନିଂ ମିଲ୍ ପାଇଁ ଶିଳାନ୍ୟାସ କରିଥିଲେ। ଆଜି ଏହାକୁ ଉଦଘାଟନ କରିଛନ୍ତି। ଏହି ଜିନିଂ ମିଲ ୩ କୋଟି ୨୮ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ବେଳେ ଏହାଦ୍ୱାର ୧୫ ଶହ କପାଚାଷୀ ଉପକୃତ ହେବେ। କାର୍ଯ୍ଯକ୍ରମରେ ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର, ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଯୋଗଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛୋଟ ଛୋଟ ଟାଉନ୍‌ରେ ଲୋକଙ୍କ ରୋଜଗାର ବୃଦ୍ଧି ସହ ବିଭିନ୍ନ ନାଗରିକଙ୍କ ସୁବିଧାର ବିକାଶ ପାଇଁ କାର୍ଯ୍ଯ କରାଯାଉଛି, ଏହା ସହ ରାସ୍ତାଘାଟ, ଡ୍ରେନେଜ୍‌ ସୁବିଧା ସହିତ ପିଇବା ପାଣିର ସୁବିଧା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଦିଗପହଣ୍ଡିର ସବୁ ପରିବାରକୁ ପାଇପ ପାଣି ସଂଯୋଗ ଦିଆଯାଇଛି ମୁଖ୍ୟମନ୍ତ୍ରୀ କହିଥିଲେ।

12 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର