ଚାକିରିରୁ ବିଦା ପରେ ଅତିଥି ଅଧ୍ୟାପକଙ୍କ ପ୍ରତିବାଦ

The Sakala Picture
Published On

ବ୍ରହ୍ମପୁର : ଆଜି ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପ୍ରକୋଷ୍ଠରେ ପୂର୍ବତନ ଅତିଥି ଅଧ୍ୟାପକ ଡ. ବିଭୁତି ଭୂଷଣ ପାତ୍ର ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଛନ୍ତି। ଶରୀରରେ ନିଆଁ ଲଗାଇବା ପୂର୍ବରୁ ନିକଟରେ ଥିବା କିଛି କର୍ମଚାରୀ ତାଙ୍କୁ କାବୁ କରି ନେଇଥିଲେ। ଫଳରେ ଏକ ବଡ ଧରଣର ଘଟଣାକୁ ରୋକି ଦିଆଯାଇପାରିଛି। ଖବର ପାଇ ଟାଉନ୍‍ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭୁତିଙ୍କୁ ଥାନାକୁ ନେବା ସହ ସେଠାରେ ତାଙ୍କୁ ପଚରାଉଚରା […]

ବ୍ରହ୍ମପୁର : ଆଜି ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପ୍ରକୋଷ୍ଠରେ ପୂର୍ବତନ ଅତିଥି ଅଧ୍ୟାପକ ଡ. ବିଭୁତି ଭୂଷଣ ପାତ୍ର ନିଜ ଶରୀରରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ କରିଛନ୍ତି। ଶରୀରରେ ନିଆଁ ଲଗାଇବା ପୂର୍ବରୁ ନିକଟରେ ଥିବା କିଛି କର୍ମଚାରୀ ତାଙ୍କୁ କାବୁ କରି ନେଇଥିଲେ। ଫଳରେ ଏକ ବଡ ଧରଣର ଘଟଣାକୁ ରୋକି ଦିଆଯାଇପାରିଛି। ଖବର ପାଇ ଟାଉନ୍‍ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭୁତିଙ୍କୁ ଥାନାକୁ ନେବା ସହ ସେଠାରେ ତାଙ୍କୁ ପଚରାଉଚରା କରୁଛି। ଖଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ଡ. ପ୍ରଫୁଲ କୁମାର ମହାନ୍ତି ଘଟଣାକୁ ନେଇ ଟାଉନ୍‍ଥାନାରେ ଲିଖିତ ଭାବେ ଜଣାଇଛନ୍ତି।

ଏ ନେଇ ପୁଲିସ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ତେବେ ଏତେ ବଡ ଘଟଣା କିପରି ହେଲା ସେ ନେଇ ନୂତନ ଭାବେ ବିଶ୍ୱବିଦ୍ୟାଳୟ କୁଳପତି ଦାୟିତ୍ୱ ନେଇଥିବା ଶ୍ରୀ ମହାନ୍ତିଙ୍କୁ ପଚରାଯିବାରେ ଏବିଷୟରେ ଜାଣି ନଥିବା ଏବଂ ଏହାଙ୍କ ସମସ୍ୟା ତାଙ୍କ ସମୟରେ ହୋଇ ନ ଥିବା କହିଛନ୍ତି। ସୂଚନାଯୋଗ୍ୟ, ବ୍ରହ୍ମପୁର ସହର ଉପକଣ୍ଠ ଡୁରା ଗ୍ରାମର ଡ. ବିଭୁତି ଭୂଷଣ ପାତ୍ର ଅର୍ଥନୀତିରେ ଡକ୍ଟରେଟ ପାଇ ୨୦୧୫ରୁ ଖଲିକୋଟ କଲେଜରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କାରି ଆସୁଥିଲେ। ଦୀର୍ଘ ୬ ବର୍ଷ ଧରି ସେ ଅଧ୍ୟାପନା କରି ଆସୁଥିବା ବେଳେ ଗତ ଜାନୁଆରୀ ମାସରେ କଲେଜର ଛାତ୍ରଛାତ୍ରୀ ଅଧ୍ୟାପକ ଶ୍ରୀ ପାତ୍ରଙ୍କ ପାଠପଢାକୁ ନେଇ ଅସନ୍ତୋଷ ପ୍ରକଟ କରିଥିଲେ। ଏପରିକି ତତ୍କାଳିନ କଲେଜ ଅଧ୍ୟକ୍ଷା ଡ. ଉତ୍ତମା ଜେନାଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ।

ଏ ନେଇ ଏକ କମିଟି ଗଠନ କରାଯାଇଥିଲା। ଅଧ୍ୟାପକ ଶ୍ରୀ ପାତ୍ରଙ୍କୁ କଲେଜ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଅବଗତ କରାଇଥିଲେ। ଏହା ପରେ ଶ୍ରୀ ପାତ୍ର କିଛି ଛାତ୍ରଙ୍କ ଦସ୍ତଖତ ନେଇ ସେ ଭଲ ପାଠ ପଢାଉଛନ୍ତି ବୋଲି ଲିଖିତ ଭାବେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାକୁ ନେଇ ବୈଠକ ଏବଂ ଆଲୋଚନା ହେବା ପରେ ମାର୍ଚ୍ଚ ମାସରେ ଡ. ବିଭୁତି ଭୂଷଣ ପାତ୍ରଙ୍କୁ ଚାକିରିରୁ ବିଦା କରାଯାଇଥିଲା ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାକୁ ନେଇ କିଛି ଦିନ ହେଲା ଶ୍ରୀ ପାତ୍ର କଲେଜରେ ଚକ୍କର କାଟୁଥିବା ବେଳେ ନୂତନ ଭାବେ ନିଯୁକ୍ତି ପାଇଥିବା ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଭିସିଙ୍କୁ ସମସ୍ତ ବିଷୟ ଜଣାଇଥିଲେ। ତେବେ କୌଣସିଠାରୁ କିଛି ସୁଫଳ ନ ମିଳିବା ପରେ ଆଜି ମଧ୍ୟାହ୍ନ ସାଢେ ଗୋଟାଏ ବେଳେ ଡ. ପାତ୍ର ପୂର୍ବ ଯୋଜନା ମୁତାବକ ଏକ ବୋତଲରେ ପେଟ୍ରୋଲ୍‍ ଭର୍ତ୍ତି କରି ସିଧା କୁଳପତିଙ୍କ ପ୍ରକୋଷ୍ଠରେ ପଶିଥିଲେ।

ତାଙ୍କୁ ପ୍ରଥମେ ନିଜର ଅଭିଯୋଗ ଜଣାଇବା ପରେ ହାତରେ ଧରିଥିବା ପେଟ୍ରୋଲ୍‍ ନିଜ ଶରୀରରେ ଢାଳି ଦେଇଥିଲେ। ଦିଆସିଲି ବାହାର କରି ଶରୀରରେ ନିଆଁ ଲଗାଇବାକୁ ଚେଷ୍ଟା କରିବା ବେଳେ ଭିସି ଶ୍ରୀ ମହାନ୍ତି ପାଟି କରିବାରୁ ତୁରନ୍ତ କର୍ମଚାରୀମାନେ ଆସି ଡ. ପାତ୍ରଙ୍କୁ କାବୁ କରି ନେଇଥିଲେ। ଏ ନେଇ ଡ. ପାତ୍ରଙ୍କ ସହ ଯୋଗାଯୋଗ କରିବା ବେଳେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଜାଲିଆତି କରି ବାହାର କରି ଦେଇଥିବା କହିଛନ୍ତି। ସେ ଏଠାରେ ୨୫ ହଜାର ଟଙ୍କା ଦରମା ପାଉଥିବା ବେଳେ ଚାକିରି ଚାଲିଯିବାରୁ ତାଙ୍କ ପରିବାର ୫ ମାସ ହେଲା ଭୋକରେ ରହୁଛନ୍ତି ବୋଲି ଡ. ପାତ୍ର ପାଟି କରି ଅଭିଯୋଗ କରିଥିଲେ। ଟାଉନଥାନା ପୁଲିସ ତାଙ୍କୁ ଥାନାକୁ ନେଇ ବୁଝାସୁଝା କରୁଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

01 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର