ଗୁଣିଗାରେଡି ସନ୍ଦେହରେ ଜଣକୁ ହତ୍ୟା, ୨ ଆହତ

The Sakala Picture
Published On

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରାମେୟାପଲ୍ଲୀ ଗ୍ରାମରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଗୁଣିଆ ସନ୍ଦେହରେ ଗ୍ରାମବାସୀ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ଜୀବନରେ ମାରିଦେଇଛନ୍ତି। ମୃତକ ଜଣକ ବ୍ରହ୍ମପୁର ଅଞ୍ଚଳର ଏନ୍.ଭେଙ୍କଟ ରମଣ(୫୦)। ଏହାସହ ରାମେୟାପଲ୍ଲୀ ଗ୍ରାମର ପି.ଭୀମରାଜୁ ରେଡ୍ଡୀ ଏବଂ ବ୍ରହ୍ମପୁରର ପି.ଧବଳେଶ୍ୱର ରେଡ୍ଡୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନାନୁସାରେ, ରାମେୟାପଲ୍ଲୀ ଗ୍ରାମର ଭୀମରାଜୁ କୌଣସି କାରଣରୁ ପୂଜାପାଠ କରିବା ଲାଗି ବ୍ରହ୍ମପୁର […]

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ରାମେୟାପଲ୍ଲୀ ଗ୍ରାମରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଗୁଣିଆ ସନ୍ଦେହରେ ଗ୍ରାମବାସୀ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ଜୀବନରେ ମାରିଦେଇଛନ୍ତି। ମୃତକ ଜଣକ ବ୍ରହ୍ମପୁର ଅଞ୍ଚଳର ଏନ୍.ଭେଙ୍କଟ ରମଣ(୫୦)। ଏହାସହ ରାମେୟାପଲ୍ଲୀ ଗ୍ରାମର ପି.ଭୀମରାଜୁ ରେଡ୍ଡୀ ଏବଂ ବ୍ରହ୍ମପୁରର ପି.ଧବଳେଶ୍ୱର ରେଡ୍ଡୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ମିଳିଥିବା ସୂଚନାନୁସାରେ, ରାମେୟାପଲ୍ଲୀ ଗ୍ରାମର ଭୀମରାଜୁ କୌଣସି କାରଣରୁ ପୂଜାପାଠ କରିବା ଲାଗି ବ୍ରହ୍ମପୁର ଅଞ୍ଚଳର ଭେଙ୍କଟ ଏବଂ ଧବଳେଶ୍ୱରଙ୍କୁ ଗ୍ରାମକୁ ଡାକିଥିଲେ। ସେମାନେ ଭୀମରାଜୁଙ୍କ କଥାରେ ରାଜି ହୋଇ ଆଜି ଗ୍ରାମକୁ ଆସି ପୂଜାପାଠ କରୁଥିଲେ। ହେଲେ ଗ୍ରାମବାସୀ ପୂର୍ବରୁ ଭୀମରାଜୁ ତାନ୍ତ୍ରିକ ଶିକ୍ଷା କରୁଛି ବୋଲି ସନ୍ଦେହ କରି ଆସୁଥିଲେ । ଆଜି ଗ୍ରାମରେ ଅନ୍ୟ ଦୁଇଜଣଙ୍କୁ ଦେଖି ଗ୍ରାମବାସୀଙ୍କ ଆହୁରି ସନ୍ଦେହ ଜାତ ହୋଇଥିଲା । ବ୍ରହ୍ମପୁରର ୨ ଜଣ ବ୍ୟକ୍ତି ପୂଜାପାଠ କରୁଥିବା ବେଳେ ଗ୍ରାମରେ ତାନ୍ତ୍ରିକ ପୂଜା ହେଉଥିବା ନେଇ ଗ୍ରାମବାସୀ ସେମାନଙ୍କ ସହ ବଚାସା ହେବା ସହ ହାତହାତି ହୋଇଥିଲେ। ଶେଷରେ ସେମାନେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ସେମାନଙ୍କୁ ଗ୍ରାମବାସୀ ନିସ୍ତୁକ ମାଡମାରିଥିଲେ। ଏଥିରେ ତିନିଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭେଙ୍କଟଙ୍କ ମୃତ୍ୟୁ ହୋଇଥିଲା। ସୂଚନା ପାଇ ଘଟଣା ସ୍ଥଳେ ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଗୌତମ କିଷାନ୍, ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧତା, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି। କିନ୍ତୁ ଏନେଇ ପୁଲିସ କୌଣସି ସଠିକ୍ ସୂଚନା ଦେଇନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର