ସାହା ହେଲା ‘ବିଏସ୍‌କେୱାଇ’: ନୂଆ ଜୀବନ ପାଇଲା ଦିବ୍ୟାଶା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପରିବାର

The Sakala Picture
Published On

ସାନଖେମୁଣ୍ଡି: ଲୋକଙ୍କ ପାଇଁ ସଞ୍ଜୀବନୀ ପାଲଟିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ରାଜ୍ୟ ସରକାରଙ୍କ ଏହି ମହତ୍ତ୍ବାକାଂକ୍ଷୀ ଯୋଜନା ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହ ନୂଆ ଦିଗ ଦେଖାଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ଚିକିତ୍ସା ଜନିତ ଆର୍ଥିକ ଚିନ୍ତା ଦୂର କରି ସେମାନଙ୍କ ଜୀବନରେ ଖୁସି ଭରିଦେଉଛି। ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଏହି ଯୋଜନାର ସଫଳତା ନେଇ ପୁଳାପୁଳା ଖବର ଆସୁଥିବା ବେଳେ ସେହି ତାଲିକାରେ ୭ବର୍ଷର ଶିଶୁ […]

ସାନଖେମୁଣ୍ଡି: ଲୋକଙ୍କ ପାଇଁ ସଞ୍ଜୀବନୀ ପାଲଟିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ରାଜ୍ୟ ସରକାରଙ୍କ ଏହି ମହତ୍ତ୍ବାକାଂକ୍ଷୀ ଯୋଜନା ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ସହ ନୂଆ ଦିଗ ଦେଖାଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ଚିକିତ୍ସା ଜନିତ ଆର୍ଥିକ ଚିନ୍ତା ଦୂର କରି ସେମାନଙ୍କ ଜୀବନରେ ଖୁସି ଭରିଦେଉଛି। ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଏହି ଯୋଜନାର ସଫଳତା ନେଇ ପୁଳାପୁଳା ଖବର ଆସୁଥିବା ବେଳେ ସେହି ତାଲିକାରେ ୭ବର୍ଷର ଶିଶୁ ଦିବ୍ୟାଶା ଲେଙ୍କାର ନାଁ ଯୋଡ଼ି ହୋଇଯାଇଛି।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ପଞ୍ଚାୟତ କରାକଣା ସାହିର ରାଜମିସ୍ତ୍ରୀ ସୂର୍ଯ୍ୟ ଲେଙ୍କାଙ୍କ ଝିଅ ଦିବ୍ୟାଶା (୭)। ଜନ୍ମ ହେବାର ୬ ମାସ ପରେ ତା’ ଶରୀରରେ ବକୃତି ଦେଖାଦେଇଥିଲା। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବହୁ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ ବି କିଛି ସୁଫଳ ମିଳି ପାରିନଥିଲା। ଏହି ରୋଗରୁ ମୁକ୍ତି ପାଇଁ ତା’ର ମସ୍ତିଷ୍କ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି ବୋଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲର ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ଅସ୍ତ୍ରୋପଚାର ପାଇଁ ୪ଲକ୍ଷ ଟଙ୍କା ଆବଶ୍ୟକ ପଡ଼ିବ ବୋଲି ଜାଣିବା ପରେ ସୂର୍ଯ୍ୟଙ୍କ ଚିନ୍ତା ବଢ଼ି ଯାଇଥିଲା। ଏତେ ଟଙ୍କା କୋଉଠୁ ଯୋଗାଡ଼ କରିବେ, ତାଙ୍କୁ ବୁଦ୍ଧିବାଟ ଦିଶି ନଥିଲା। ତେବେ ସ୍ଥାନୀୟ କିଛି ଯୁବକଙ୍କଠାରୁ ସୂର୍ଯ୍ୟ ବିଏସ୍‌କେୱାଇ କାର୍ଡ ସଂପର୍କରେ ଜାଣିବାକୁ ପାଇଥିଲେ। କିନ୍ତୁ ବିଏସକେୱାଇ କାର୍ଡ ପାଇଁ ନିବେଦନ କରି ତାହାକୁ ହାତେଇବା ବେଳକୁ ଦିବ୍ୟାଶାର ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଯିବାର ଆଶଙ୍କା ଥିବାରୁ ସେ ସ୍ଥାନୀୟ ପ୍ରଶାସନର ସହଯୋଗ ଲୋଡ଼ିଥିଲେ। କେବଳ ରାସନ୍‌ କାର୍ଡରେ ମଧ୍ୟ ବିଏସ୍‌କେୱାଇ ଯୋଜନାର ଫାଇଦା ନେଇ ହେବ ବୋଲି ତାଙ୍କୁ ଜଣା ଯାଇଥିଲା।

ଗତ ଅଗଷ୍ଟ ୪ ତାରିଖରେ ଝିଅକୁ ଧରି ସୂର୍ଯ୍ୟ ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ପହଞ୍ଚିଥିଲେ। ହେଲେ ଏତେ ବଡ଼ ଘରୋଇ ଡାକ୍ତରଖାନାରେ ଆମର ଚିକିତ୍ସା ହେବ ତ ବୋଲି ତାଙ୍କ ମୁଣ୍ଡରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା। ହେଲେ ବିଏସକେୱାଇ କାଉଣ୍ଟରରେ ଥିବା ଅଫିସରଙ୍କ ସାହାଯ୍ୟରେ ସେମାନଙ୍କର ବିନା ଟଙ୍କାରେ ଆଡ୍‌ମିସନ୍‌ ହୋଇଥିଲା। ଅଗଷ୍ଟ ୫ତାରିଖରେ ତା’ର ଅପରେସନ୍‌ କରାଯାଇଥିଲା। ବିଏସକେୱାଇ କାର୍ଡରୁ ୩ ଲକ୍ଷ ୭ ହଜାର ଟଙ୍କାର ମାଗଣା ସେବା ମିଳିଥିଲା। ଅଗଷ୍ଟ ୧୫ ତାରିଖରେ ଦିବ୍ୟାଶା ମେଡିକାଲରୁ ଡିସଚାର୍ଜ ହୋଇଥିଲା। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଅଛି। ଏ ସଂପର୍କରେ ପରିବାରବର୍ଗ କହିଛନ୍ତି ଯେ ଅପରେସନ୍‌ ଓ ଚିକିତ୍ସା ପାଇଁ ଦରକାର ୪ ଲକ୍ଷ ୭ହଜାର ଟଙ୍କା ବିଏସକେୱାଇ କାର୍ଡ ମାଧ୍ୟମରେ ରାଜ୍ୟ ସରକାର ଦେଇଛନ୍ତି। ଆମକୁ କୌଣସି ଅର୍ଥ ଦେବାକୁ ପଡ଼ିନାହିଁ। ସବୁଆଡ଼ୁ ଆଶା ହରେଇଲା ପରେ ବିଏସ୍‌କେୱାଇ କାର୍ଡ ମୋର ସାହା ହେଲା। ମୁଖ୍ୟମନ୍ତ୍ରୀଙ୍କ ପାଇଁ ମୋ ଝିଅକୁ ନୂଆ ଜୀବନ ମିଳିଲା ଓ ଏଥିପାଇଁ ମୁଁ ସର୍ବଦା ଋଣୀ ରହିବି ବୋଲି କହିଛନ୍ତି ସୂର୍ଯ୍ୟ ଓ ତାଙ୍କ ପରିବାର।

ଅପରପକ୍ଷେ, ଦିବ୍ୟାଶା ଘରକୁ ଫେରିବା ପରେ ସ୍ଥାନୀୟ ସାନଖେମୁଣ୍ଡି ବିଡିଓ ଗାୟତ୍ରୀଦତ୍ତ ନାୟକ ଓ ତହସିଲଦାର ଡଃ ଶ୍ରୀନିବାସ ବେହେରା ତାକୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

18 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର