ଗାଧୋଉଥିବାବେଳେ ଗୋପାଳପୁର ସମୁଦ୍ରରେ ବୁଡ଼ି ଯୁବକ ନିଖୋଜ

The Sakala Picture
Published On

ଗଞ୍ଜାମ: ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ଯୁବକ ନିଖୋଜ । ନିଖୋଜ ଯୁବକଜଣକ ହେଲେ ନୟାଗଡ଼ର ଓମକାର (୨୮) । ଗାଧୋଉଥିବାବେଳେ ସମୁଦ୍ରର ଗଭୀର ପାଣିରେ ନିଖୋଜ ହୋଇଯାଇଛନ୍ତି ଯୁବକ । ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଗୋପାଳପୁର ସମୁଦ୍ରରେ ୮ ଜଣ ସାଙ୍ଗ ଏକାଠି ସ୍ନାନ କରୁଥିବାବେଳେ ଏପରି ଅଘଟଣ ଘଟିଛି । ସମୁଦ୍ରର ଅଣ୍ଡର୍ କରେଣ୍ଟ (ତଳସ୍ତରର ପ୍ରଖର ସୁଅ)ରେ ଓମକାର ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ କନିଶି […]

ଗଞ୍ଜାମ: ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ଯୁବକ ନିଖୋଜ । ନିଖୋଜ ଯୁବକଜଣକ ହେଲେ ନୟାଗଡ଼ର ଓମକାର (୨୮) । ଗାଧୋଉଥିବାବେଳେ ସମୁଦ୍ରର ଗଭୀର ପାଣିରେ ନିଖୋଜ ହୋଇଯାଇଛନ୍ତି ଯୁବକ । ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଗୋପାଳପୁର ସମୁଦ୍ରରେ ୮ ଜଣ ସାଙ୍ଗ ଏକାଠି ସ୍ନାନ କରୁଥିବାବେଳେ ଏପରି ଅଘଟଣ ଘଟିଛି । ସମୁଦ୍ରର ଅଣ୍ଡର୍ କରେଣ୍ଟ (ତଳସ୍ତରର ପ୍ରଖର ସୁଅ)ରେ ଓମକାର ଗଭୀର ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ କନିଶି ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲାଇଫ୍ ଗାର୍ଡ ବହୁ ଖୋଜାଖୋଜି କରୁଥିଲେ ମଧ୍ୟ ଓମକାରଙ୍କ କୌଣସି ସନ୍ଧାନ ମିଳିପାରିନି ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ହିଞ୍ଜିଳିକାଟୁର ଜଣେ ସ୍କୁଲ ଛାତ୍ର ଗୋପାଳପୁର ସମୁଦ୍ରରେ ବୁଡ଼ି ଯାଇଥିଲେ। ତିନି ଦିନ ପରେ ତାଙ୍କ ମୃତଦେହ ଗୋପାଳପୁର ଠାରୁ କିଛି ଦୂରରେ ମିଳିଥିଲା। ଅପରପକ୍ଷରେ ଗତ ମାସକ ମଧ୍ୟରେ ପ୍ରାୟ ଏକ ଡଜନରୁ ଅଧିକ ପର୍ଯ୍ୟଟକ, ସ୍ଥାନୀୟ ଯୁବକଙ୍କୁ ସମୁଦ୍ରରେ ଗାଧୋଉଥିବା ତଥା ଭାସି ଯାଉଥିବା ବେଳେ ଲାଇଫ୍ ଗାର୍ଡମାନେ ସୁରକ୍ଷିତ ଭାବେ ଉଦ୍ଧାର କରିପାରିଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର