ମନୋରଞ୍ଜନ
ଓଡ଼ିଶା
ଗଞ୍ଜାମ ଜିଲ୍ଲାକୁ ପୁଣି ଜାତୀୟ ପୁରସ୍କାର : ଜଳଉତ୍ସ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଦେଶର ଶ୍ରେଷ୍ଠ ଜିଲ୍ଲା ଘୋଷିତ
ଛତ୍ରପୁର : ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ପୁରସ୍କାର ପାଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ପୁଣି ଥରେ ଜାତୀୟସ୍ତରରେ ସମ୍ମାନିତ ହେବ ବୋଲି ଘୋଷଣା ହୋଇଛି । ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର ୨୦୨୨ ବିଜେତା ଭାବରେ ଘୋଷଣା ହୋଇଛି । ଏଥି ସକାଶେ ଭାରତ ସରକାରଙ୍କ […]
ଛତ୍ରପୁର : ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ପୁରସ୍କାର ପାଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ପୁଣି ଥରେ ଜାତୀୟସ୍ତରରେ ସମ୍ମାନିତ ହେବ ବୋଲି ଘୋଷଣା ହୋଇଛି । ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର ୨୦୨୨ ବିଜେତା ଭାବରେ ଘୋଷଣା ହୋଇଛି । ଏଥି ସକାଶେ ଭାରତ ସରକାରଙ୍କ ଏହି ମନ୍ତ୍ରଣାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଏକ ପତ୍ର ମାଧ୍ୟମରେ ଅଭିନନ୍ଦନ ଜଣାଯିବା ସହ ଏହି ପୁରସ୍କାର ସମ୍ପର୍କରେ ଅବଗତ କରାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଥମ ର୍ୟାଙ୍କର ଶ୍ରେଷ୍ଠ ଜିଲ୍ଲା କାଟାଗୋରିରେ ଜାତୀୟ ଜଳ ପୁରସ୍କାର-୨୦୨୨ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସମ୍ପୃକ୍ତ ମନ୍ତ୍ରଣାଳୟର ସଚିବ ପଙ୍କଜ କୁମାର ଏକ ପତ୍ର ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡାଙ୍କୁ ଅବଗତ କରିଛନ୍ତି ।
ଜଳସେଚନ ସଂରକ୍ଷଣ ବୃଦ୍ଧି ନିମନ୍ତେ ଜଳସେଚନ ପ୍ରକଳ୍ପ ଗୁଡିକର ଉନ୍ନତିକରଣ ହୋଇଛି । ଜୟମଙ୍ଗଳା ଜଳସେଚନ ଚ୍ୟାନେଲର ନବୀକରଣ, ପୁନରୁଦ୍ଧାର କରି ଋଷିକୂଲ୍ୟା ନଦୀର ବଳକା ବନ୍ୟା ଜଳର ସୁରକ୍ଷା । କୁକୁଡାଖଣ୍ଡିର ମହୁରିକାଳୁଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପାତ୍ରପୁର ଅଞ୍ଚଳର ପୁରିଆ ସାହି, ଦିଗପହଣ୍ଡିର ନିଜାବାଙ୍କେଶ୍ୱରୀ-କାହ୍ନେୟା ନାଳ, ଜଳଭଣ୍ଡାର ପ୍ରକଳ୍ପ ନିର୍ମାଣ, ଡାଇଭର୍ସନ ୱେୟାର, ଚେକ୍ ଡ୍ୟାମ୍, କାଡା କେନାଲ, କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଗୁଡିକର ନବୀକରଣ ଇତ୍ୟାଦି କାର୍ଯ୍ୟରେ ଗଞ୍ଜାମ ଜିଲ୍ଲା ଅଗ୍ରଭାଗରେ ରହିଛି । ସେହିଭଳି ବୃହତ୍ ନାଳ ଏବଂ ନଦୀ ପଠାର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ମାଧ୍ୟମରେ ଜଳ ଧାରଣ କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ବୃହତ୍ତ, ଛୋଟ ଓ ମଧ୍ୟମ ନାଳର ମରାମତି କରି ବାହୁଦା, ସାପୁଆ, ଗଣିଆ, ନୁଣ୍ଡା, ଆଗୁଳା, ଖରି, ତପ୍ତପାଣି, ରାଉତରାୟ, କଣ୍ଟେଇକୋଳି, ବାଗି ପ୍ରମୁଖ ନାଳର ସଂଯୋଗୀ କରଣ କରାଯାଇଛି ।
ଏହି କ୍ରମରେ ୧୨୦୦ କିଲୋମିଟର ପର୍ଯ୍ୟନ୍ତ ମଧ୍ୟମ ଧରଣର ନାଳ, ୧୮୪.୭୨ କିଲୋମିଟର ନାଳ ସଂଯୋଗୀ କରଣ, ୨୬୮ଗୋଟି ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଛି । ମୃତ୍ତିକା ସଂରକ୍ଷଣ ଏବଂ ଜଳସେଚନ ପରିଚାଳନା କ୍ରମରେ ଜମିକୁ କ୍ଷୟ ଏବଂ ଅବକ୍ଷୟରୁ ରକ୍ଷା କରିବା ଏବଂ ଭୂତଳ ଜଳସ୍ତରକୁ ବୃଦ୍ଧି କରିବା ଦିଗରେ ପଦକ୍ଷେପ ସ୍ୱରୂପ ନଦୀ, କେନାଲ ବନ୍ଧ, ବନ୍ଧ ହୁଡାରେ ବୃକ୍ଷରୋପଣ, ଅନୁଷ୍ଠାନିକ ବୃକ୍ଷରୋପଣ, ଫାର୍ମ ପୋଖରୀ ନିର୍ମାଣ, ଚେକ୍ ଡ୍ୟାମ୍, ଜଳର ଗତି ପରିବର୍ତ୍ତନ, ଜଳ ଅମଳ ସଂରଚନା, ଜଳ ଭୂତଳକୁ ପ୍ରେରଣ କରିବା ନିମିତ୍ତ ସଫେଇ ଟ୍ୟାଙ୍କ ଭୂତଳ ଜଳ ରିଚାର୍ଜ ସଂରଚନା, ଟ୍ରେଞ୍ଚ-କମ-ବଣ୍ଡ ଇତ୍ୟାଦି କାର୍ଯ୍ୟ ପାଇଁ ଗଞ୍ଜାମ ଜିଲ୍ଲା ପ୍ରସଂଶିତ ହୋଇଛି ।
ସେହିଭଳି ରାସ୍ତା ପାଶ୍ୱର୍ ବୃକ୍ଷରୋପଣ, ଆଡିବନ୍ଧ ବୃକ୍ଷରୋପଣ, ପୋଖରୀ ହୁଡା ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ବ୍ୟାପକ ଭାବରେ ଜିଲ୍ଲାର ବ୍ଲକ୍, ଅର୍ବାନ ଲୋକାଲ ବଡି ଏବଂ ଲାଇନ୍ ବିଭାଗ ଦ୍ୱାରା କରାଯାଇଛି । ଜଳ ଯୋଗାଣ, ବର୍ଜ୍ୟ ଜଳର ସଂରକ୍ଷଣ ଏବଂ ଶୁଦ୍ଧିକରଣ କ୍ରମରେ ପୋଖରୀଗୁଡ଼ିକର ନବୀକରଣ କରାଯାଇ ଆଧୁନିକ ପୋଖରୀ, ଅମୃତ ସରୋବର ନିର୍ମାଣ, କେନାଲ ଇତ୍ୟାଦି କାର୍ଯ୍ୟ ହାତକୁ ନେଇ ଶୁଦ୍ଧ ଓ ନିରାପଦ ଜଳ ଯୋଗାଣ ନିମନ୍ତେ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରାଯାଇଛି । ସେହିଭଳି ବର୍ଜ୍ୟ ଜଳର ପ୍ରକ୍ରିୟାକରଣ ପାଇଁ ସହରାଞ୍ଚଳରେ ଫେକାଲ୍ ସ୍ଲେଜ୍ ଏବଂ ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଜଳବାୟୁ ସ୍ଥିରତା ୱାଟର ୟୁଜର୍ସ ଆସୋସିଏସନ୍ ଗଠନ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଜଳ ପରିଚାଳନା କରାଯାଇଛି । ଗାଁକୁ ଉପକୂଳର କ୍ଷୟକ୍ଷତିରୁ ରକ୍ଷା କରିବା ପାଇଁ ଚିକିଟି ବ୍ଲକ ଅନ୍ତର୍ଗତ ରାମାୟାପଣାଠାରେ ଉପକୂଳ କ୍ଷୟକ୍ଷତି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏହା ବାଦ୍ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଜସ୍ୱ ପଦକ୍ଷେପ ସ୍ୱରୂପ “ଜଲ୍ ସମୃଦ୍ଧି ଅଭିଯାନ’, “ପିଲା ଟିଏ ଗଛ ଟିଏ’, “ଜାଲ୍ ସ୍ୱଚ୍ଛତା ଦିବସ’, “ସେଚା ସମୀକ୍ଷା’, “ଜନ ଶୁଣାଣୀ’ ଏବଂ “ମୋ ନିବେଦନ’, “ୱାଟର ବେଲ୍’ ଜଳ ଶକ୍ତି ଭଳି ବିଭିନ୍ନ ଅଭିନବ ପଦକ୍ଷେପ ଆରମ୍ଭ କରିଛି । ଏହି ସମସ୍ତ କାର୍ଯ୍ୟରେ ମିଶନ୍ ଶକ୍ତି ମହିଳା ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ନିୟମିତ ବ୍ଲକ୍ ଟେକ୍ନୋଲୋଜି ଟିମ୍ (ବିଟିଟି) ବୈଠକ, ଜଳ ଶକ୍ତି କେନ୍ଦ୍ର (ଜେଏସ୍କେ) ଗଠନ, ସଚେତନତା କାର୍ଯ୍ୟକ୍ରମ, ଆଇଇସି କାର୍ଯ୍ୟକଳାପ, କର୍ମଶାଳା ଏବଂ ଜଳ ସଂରକ୍ଷଣ ନିମନ୍ତେ ବିଭିନ୍ନ ମେଳା ଆୟୋଜନ କରି ଜନସାଧାରଣଙ୍କୁ ସଚେତନ କରାଯାଇଛି ।
ଏହାକୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନଲାଇନ୍ ଆବେଦନ ଦାଖଲ ପରେ ବୈଜ୍ଞାନିକମାନଙ୍କର ଏକ ଟିମ୍ ନିୟୋଜିତ କରାଯାଇଥିଲା । ଗତ ଫେବୃଆରୀରେ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ସରକାର ବିଭିନ୍ନ ବର୍ଗରେ ଜିଲ୍ଲାରେ କରାଯାଇଥିବା କାର୍ଯ୍ୟକୁ ଯାଞ୍ଚ କରିବା ପାଇଁ ଦାଖଲ କରିଥିବା ରିପୋର୍ଟକୁ ଆଧାର କରି ଜଳ ଶକ୍ତି ମନ୍ତ୍ରଣାଳୟ, ଜଳ ସମ୍ପଦ ବିଭାଗ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ ବିଭାଗ ଦ୍ୱାରା ଗଠିତ ଏକ କମିଟି ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରି ଗଞ୍ଜାମ ଜିଲ୍ଲାକୁ ବିଜେତା ଘୋଷଣା କରିଛି । ଏହି କ୍ରମରେ ଜଳ ସମ୍ପଦ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ବିଭିନ୍ନ ବର୍ଗ ପାଇଁ ଏବଂ ଗଞ୍ଜାମ ଜିଲ୍ଲାକୁ ଜାତୀୟ ଜଳ ପୁରସ୍କାର, ୨୦୨୨ ର “ଶ୍ରେଷ୍ଠ ଜିଲ୍ଲା’ ବର୍ଗରେ “ପ୍ରଥମ ମାନ୍ୟତା’ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାକୁ ଜାତୀୟ ପଞ୍ଚାୟତ ପୁରସ୍କାର ମିଳିଥିବା ବେଳେ ପୁନର୍ବାର ଜଳ ସଂରକ୍ଷଣ ପୁରସ୍କାର ମିଳିବାକୁ ଯାଉଥିବା ହେତୁ ଜିଲ୍ଲାର ଜନସାଧାରଣ ମୁଖ୍ୟମନ୍ତ୍ରୀ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଅଭନନ୍ଦନ ଜଣାଇଛନ୍ତି ।
16 May 2023
By The Sakala

⊕ https://www.thesakala.in/latest-odisha-news/ganjam/4th-national-water-awards-ganjam-ranks-first-in-best-district-category/article-21718