ଚାଇଲ୍ଡ ଲାଇନ୍ ପକ୍ଷରୁ ଚଢ଼ାଉ: ୪ ଦିନରେ ବ୍ରହ୍ମପୁର ରେଳଷ୍ଟେସନରୁ ଉଦ୍ଧାର ହେଲେଣି ୧୭ ନାବାଳକ ଓ ନାବାଳିକା

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରୁ ପ୍ରତିଦିନ ବିଭିନ୍ନ ଉପାୟରେ ନାବାଳକମାନଙ୍କୁ ଦୂରଦୂରାନ୍ତକୁ ଚାଲାଣ ହେଉଥିବା ନଜରକୁ ଆସିଛି। କେତେବେଳେ ପିଲାମାନେ ଦଲାଲମାନଙ୍କ ସହ ଏକାଠି ଯାଉଥିବା ବେଳେ କେତେବେଳେ ଲୁକ୍କାୟିତ ଭାବେ ନାବାଳକମାନଙ୍କୁ ନିଆଯାଉଛି। ଏହିପରି କିଛି ଖବର ଆସିବା ପରେ ଚାଇଲ୍ଡ ଲାଇନ୍ ପକ୍ଷରୁ ବିଭିନ୍ନ ସମୟରେ ବ୍ରହ୍ମପୁର ଷ୍ଟେସନରେ ଚଢାଉ କରାଯିବା ସହ ସେମାନଙ୍କୁ ଉଦ୍ଧାର କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗତ ୪ ଦିନ ମଧ୍ୟରେ ବ୍ରହ୍ମପୁର ରେଳଷ୍ଟେସନରେ ୧୭ ଜଣ […]

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରୁ ପ୍ରତିଦିନ ବିଭିନ୍ନ ଉପାୟରେ ନାବାଳକମାନଙ୍କୁ ଦୂରଦୂରାନ୍ତକୁ ଚାଲାଣ ହେଉଥିବା ନଜରକୁ ଆସିଛି। କେତେବେଳେ ପିଲାମାନେ ଦଲାଲମାନଙ୍କ ସହ ଏକାଠି ଯାଉଥିବା ବେଳେ କେତେବେଳେ ଲୁକ୍କାୟିତ ଭାବେ ନାବାଳକମାନଙ୍କୁ ନିଆଯାଉଛି। ଏହିପରି କିଛି ଖବର ଆସିବା ପରେ ଚାଇଲ୍ଡ ଲାଇନ୍ ପକ୍ଷରୁ ବିଭିନ୍ନ ସମୟରେ ବ୍ରହ୍ମପୁର ଷ୍ଟେସନରେ ଚଢାଉ କରାଯିବା ସହ ସେମାନଙ୍କୁ ଉଦ୍ଧାର କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗତ ୪ ଦିନ ମଧ୍ୟରେ ବ୍ରହ୍ମପୁର ରେଳଷ୍ଟେସନରେ ୧୭ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଓ ଅନ୍ୟ ସମସ୍ତେ ନାବାଳିକା ବୋଲି ଚାଇଲ୍ଡ ଲାଇନ୍ ପକ୍ଷରୁ କୁହାଯାଇଛି। ଜୁଲାଇ ମାସ ୨୯ ତାରିଖରୁ ଚାଇଲ୍ଡ ଲାଇନ୍ ପକ୍ଷରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ଚଢାଉ କରାଯାଇ ଏହି ୧୭ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ କେବଳ ୫ଜଣ ହିଁ ସେମାନଙ୍କର ପରିବାର ଲୋକଙ୍କ ସହ ଘରକୁ ଯାଇଥିବା ବେଳେ ଅନ୍ୟ ୧୦ ଜଣ ନାବାଳିକା ଉତ୍କଳ ବାଳାଶ୍ରମ ଏବଂ ଦୁଇ ଜଣଙ୍କୁ ସ୍ଥାନୀୟ ଦିବ୍ୟଜ୍ୟୋତି ଓପନ୍ ସେଲ୍ଟରରେ ରଖାଯାଇଛି। ଜୁଲାଇ ମାସ ୨୯ରେ ୬ଜଣ ନାବାଳିକା ବାଙ୍ଗାଲୁରୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଚାଇଲ୍ଡ ଲାଇନ୍ ସେମାନଙ୍କୁ ଉଦ୍ଧାର କରିଥିଲା। ଜୁଲାଇ ୩୦ରେ ଜଣଙ୍କୁ ଏବଂ ୩୧ ତାରିଖରେ ୮ଜଣ ନାବାଳିକା ମଧ୍ୟ ମୁମ୍ବାଇ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେମାନଙ୍କୁ ପୂର୍ବ ସୂଚନା ପାଇ ଚାଇଲ୍ଡ ଲାଇନ୍ ଉଦ୍ଧାର କରିଥିଲା। ସେହିଭଳି ଚଳିତ ମାସ ୧ ତାରିଖରେ କୋରାପୁଟ ଜିଲ୍ଲାର ଦୁଇ ଜଣ ପିଲା ବ୍ରହ୍ମପୁର ଷ୍ଟେସନ୍ରେ ଟିକଟ କାଉଣ୍ଟରରେ ଛିଡା ହୋଇଥିବା ବେଳେ ଉଦ୍ଧାର କରାଯାଇଥିଲା। ପଚରା ଉଚରା ବେଳେ ସେମାନଙ୍କୁ ଗତ କିଛି ଦିନ ହେଲା ରେଳ ଲାଇନ୍ ଟ୍ରାକ୍ରେ କାର୍ଯ୍ୟ କରିବା ପାଇଁ ଜଣେ ଦଲାଲ୍ ଆଣିଥିବା ଓ ସେଠାରେ ଉପଯୁକ୍ତ ଦରମା ନ ମିଳିବା ପରେ ସେମାନେ ନିଜ ଘର କୋରାପୁଟ ଯିବା ପାଇଁ ଟିକଟ କିଣୁଥିବା କହିଥିଲେ। ଉଦ୍ଧାର ହୋଇଥିବା ସମସ୍ତ ୧୭ଜଣଙ୍କ ମଧ୍ୟରୁ ୧୫ଜଣ ନାବାଳିକାଙ୍କୁ ଜନୈକା ଖ୍ରୀଷ୍ଟୀୟାନ ମହିଳା ମୁ୍ମ୍ବାଇ, ଗୁଜୁରାଟ ଏବଂ ବାଙ୍ଗଲୋର ନେଉଥିବା ନେଇ ନାବାଳିକା ମାନେ କହିବା ପରେ ଉକ୍ତ ସିଷ୍ଟର ଏବଂ ଘଟଣା ସହ ସମ୍ପର୍କିତ ଜନୈକ ଫାଦରଙ୍କୁ ଡକାଯାଇ ଜିଆରପି ପଚରା ଉଚରା କରିଥିଲା। ଗତ ୪ ଦିନ ମଧ୍ୟରେ ୧୭ଜଣ ନାବାଳକ ଏବଂ ନାବାଳିକାଙ୍କୁ ଉଦ୍ଦାର କରାଯାଇଥିବା ବେଳେ ଆଗାମୀ ଦିନରେ ଆହୁରି ଚଢାଉ ହେବ ବୋଲି ଚାଇଲ୍ଡ ଲାଇନ୍ ସଂଯୋଜକ ସାଇ ପ୍ରସାଦ ସାମଲ ସୂଚନା ଦେଇଛନ୍ତି। ମୁଖ୍ୟତଃ କରୋନା କଟକଣା କୋହଳ ହେବା ସହ ଟ୍ରେନ୍ ଯାତାୟତ ପୂର୍ବ ଭଳି ହେବା ପରେ କିଛି ଦଲାଲ୍ କାମ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରେ ପ୍ରଲୋଭନ ଦେଖାଇ ଗ୍ରାମାଞ୍ଚଳରୁ ଗରିବ ଲୋକଙ୍କ ପିଲାଙ୍କୁ ନେଉଥିବା ଚାଇଲ୍ଡ ଲାଇନ୍ ସଂଯୋଜକ ଶ୍ରୀ ସାମଲ କହିଛନ୍ତି।

02 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର