ଗଜପତିରେ ମହାବଳ : କ୍ୟାମେରା ଟ୍ରାପ୍‌ରୁ ସ୍ପଷ୍ଟ ହେଲା ଚିତ୍ର, ୩ଦିନ ତଳେ ଗାଈକୁ ମାରି ଖାଇଥିଲା

The Sakala Picture
Published On

ପାରଳାଖେମୁଣ୍ଡି/ରାୟଗଡ଼ : ଗଜପତି ଜିଲ୍ଲା ମହେନ୍ଦ୍ରଗିରି ବନାଞ୍ଚଳରେ ବୁଲୁଛି ମହାବଳ ବାଘ। କିଛି ଦିନ ତଳେ ବାଘର ପାଦଚିହ୍ନ ସନ୍ଧାନ ମିଳିବା ପରେ ତାହା କେଉଁ ପ୍ରଜାତିର ଜାଣିବା ପାଇଁ ବନ ବିଭାଗ ବିଭିନ୍ନ ସ୍ଥାନରେ କ୍ୟାମେରା ଖଞ୍ଜିଥିଲା। କ୍ୟାମେରାରେ କଏଦ୍ ହୋଇଥିବା ଚିତ୍ରରୁ ତାହା ଏକ ମହାବଳ ବାଘ ବୋଲି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା ଆଜି ସୂଚନା ଦେଇଛନ୍ତି। ଏହି ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ […]

ପାରଳାଖେମୁଣ୍ଡି/ରାୟଗଡ଼ : ଗଜପତି ଜିଲ୍ଲା ମହେନ୍ଦ୍ରଗିରି ବନାଞ୍ଚଳରେ ବୁଲୁଛି ମହାବଳ ବାଘ। କିଛି ଦିନ ତଳେ ବାଘର ପାଦଚିହ୍ନ ସନ୍ଧାନ ମିଳିବା ପରେ ତାହା କେଉଁ ପ୍ରଜାତିର ଜାଣିବା ପାଇଁ ବନ ବିଭାଗ ବିଭିନ୍ନ ସ୍ଥାନରେ କ୍ୟାମେରା ଖଞ୍ଜିଥିଲା। କ୍ୟାମେରାରେ କଏଦ୍ ହୋଇଥିବା ଚିତ୍ରରୁ ତାହା ଏକ ମହାବଳ ବାଘ ବୋଲି ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା ଆଜି ସୂଚନା ଦେଇଛନ୍ତି। ଏହି ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ ବନ ବିଭାଗ ପକ୍ଷରୁ ଏ ସଂପର୍କରେ ଲୋକଙ୍କୁ ସତର୍କ କରାଯାଇଛି। ଗୃହପାଳିତ ପଶୁ ଆଦିଙ୍କୁ ନିଜ ଗୁହାଳରେ ବାନ୍ଧି ରଖିବା ସହ ରାତି ସମୟରେ ଲୋକଙ୍କୁ ବାହାରେ ନ ବୁଲିବାକୁ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଯାଇଛି। ସମ୍ପୃକ୍ତ ବାଘକୁ ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସହକାରୀ ବନ ସଂରକ୍ଷକ ଶ୍ରୀ ବେହେରା କହିଛନ୍ତି।

ସୂଚନାନୁଯାୟୀ, ୩ଦିନ ତଳେ ରାୟଗଡ଼ ବ୍ଲକ୍‌ ଗଣ୍ଡାହାତୀ ପଞ୍ଚାୟତ ସନ୍ତୋଷପୁର ଗ୍ରାମର କିଛି ଲୋକ ଏକ ବାଘ ଦେଖିଥିବା ଘଟଣା ପଦାକୁ ଆସିବା ପରେ ଆତଙ୍କ ସୃଷ୍ଟି ହୋଇଥିଲା। ଘରଠାରୁ ଅଳ୍ପ ଦୂରରେ ଏକ ଗଛ ମୂଳେ ବନ୍ଧା ହୋଇଥିବା ଗ୍ରାମର ନୃସିଂହ ନାୟକଙ୍କ ଗାଈକୁ କୌଣସି ଏକ ଅଜଣା ଜନ୍ତୁ ଘୋଷାଡ଼ି ନେଇଥିଲା। ଗାଁଠାରୁ ଅଳ୍ପ ଦୂରରେ ଏକ ବୁଦାମୂଳରୁ ଗାଈଟିର ଦରଖିଆ ଶବ ଉଦ୍ଧାର ହୋଇଥିଲା। ଉକ୍ତ ଜନ୍ତୁର ପାଦଚିହ୍ନ ଦେଖି ତାହା ଏକ ବାଘ ବୋଲି ଗ୍ରାମବାସୀ ସନ୍ଦେହ କରି ବନ ବିଭାଗକୁ ଖବର ଦେଇଥିଲେ।

ମହେନ୍ଦ୍ରଗିରି ବନାଞ୍ଚଳ କର୍ମଚାରୀ ଓ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନ୍‌‌ଭିନ୍‌ କରି ଜାଣିବାକୁ ପାଇଥିଲେ ଯେ ତାହା ଏକ ବାଘର ପାଦ ଚିହ୍ନ। ତେଣୁ ବାଘଟି କେଉଁ ପ୍ରଜାତିର, ତାହା ଜାଣିବାକୁ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ୫ଟି କ୍ୟାମେରା ଲଗାଯାଇଥିଲା। ଘଟଣାର ପରଦିନ ବାଘଟି ଗାଈର କ୍ଷତବିକ୍ଷତ ମୃତଦେହକୁ ପୁଣି ପ୍ରାୟ କୋଡ଼ିଏ ଫୁଟ୍‌ ଦୂରକୁ ଟାଣି ନେଇ ଆଉ କିଛି ଅଂଶ ଖାଇଥିଲା। ଏ ସଂପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ଆହୁରି ଆତଙ୍କିତ ହୋଇପଡ଼ିଥିଲେ। ଆଜି ସକାଳୁ ଗାଈର ମୃତଦେହ ପଡ଼ିଥିବା ବୁଦା ଅଞ୍ଚଳରୁ ବିକଟାଳ ଶବ୍ଦ ଓ ଗର୍ଜନ ଶୁଭା ଯାଇଥିଲା। ଫଳରେ ଗ୍ରାମବାସୀ ଭୟଭୀତ ହୋଇ ନିଜ ଘର ଭିତରେ ତାଟି କବାଟ କିଳି ରହିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ସଦଳବଳେ ସେଠାରେ ପହଞ୍ଚି ଲଗାଯାଇଥିବା କ୍ୟାମେରାକୁ ଯାଞ୍ଚ କରିଥିଲେ। ସେଥିରୁ ଉକ୍ତ ବନ୍ୟଜନ୍ତୁଟି ଏକ ମହାବଳ ବାଘ ବୋଲି ସ୍ପଷ୍ଟ ହୋଇଛି।

21 Oct 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର