ଅଭାବୀଙ୍କ ପାଇଁ ବରଦାନ ପାଲଟିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ: ସୁସ୍ଥ ହୋଇ ଘରକୁ ଫେରିଲେ ଭାସ୍କର

The Sakala Picture
Published On

ପାରଳାଖେମୁଣ୍ଡି: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇଁ ନୂଆ ଜୀବନ ପାଇଲେ ଭାସ୍କର । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଣ୍ଡହାତୀ ପଞ୍ଚାୟତ ପଦ୍ମପୁର ଗ୍ରାମର ୩୮ ବର୍ଷୀୟ ବି. ଭାସ୍କର ରାଓ । ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇ ସୁସ୍ଥ ହୋଇ ଘରକୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ଭାସ୍କର ଓ ତାଙ୍କ ପରିବାର । ଗରିବଙ୍କ ସାହା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ । ଅଭାବୀଙ୍କୁ […]

ପାରଳାଖେମୁଣ୍ଡି: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇଁ ନୂଆ ଜୀବନ ପାଇଲେ ଭାସ୍କର । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଣ୍ଡହାତୀ ପଞ୍ଚାୟତ ପଦ୍ମପୁର ଗ୍ରାମର ୩୮ ବର୍ଷୀୟ ବି. ଭାସ୍କର ରାଓ । ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇ ସୁସ୍ଥ ହୋଇ ଘରକୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ଭାସ୍କର ଓ ତାଙ୍କ ପରିବାର ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଗରିବଙ୍କ ସାହା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ । ଅଭାବୀଙ୍କୁ ଦେଉଛି ନୂଆ ଜୀବନ । ଚିକିତ୍ସା ପାଇ ସୁସ୍ଥ ହେଲେ ଗଜପତି ଜିଲ୍ଲା ରାୟଗଡ଼ର ଭାସ୍କର । ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପରିବାର ଲୋକେ । ରାଜ୍ୟରେ ଈଝକଣ ଆଣିଛି ବିପ୍ଲବ । ଏହି ଯୋଜନାରେ ଏବେ ନୂଆ ଜୀବନ ପାଇଛନ୍ତି ବି. ଭାସ୍କର ରାଓ । ଗତ କିଛିଦିନ ତଳେ ଭାସ୍କରଙ୍କ ଡାହାଣ ଗୋଡ଼ର ଆଣ୍ଠୁ ତଳକୁ ସମ୍ପୂର୍ଣ୍ଣ ପଚି ଯାଇଥିଲା । ଅର୍ଥାଭାବରୁ ଅସ୍ତ୍ରୋପଚାର କରି ନପାରି କଷ୍ଟ ପାଉଥିଲେ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ବିଜୁ ସ୍ମାର୍ଟ କାର୍ଡ ପାଇବା ପରେ ପାରଳାଖେମୁଣ୍ଡି ରବି ନର୍ସିଂ ହୋମରେ ତାଙ୍କର ଅସ୍ତ୍ରୋପଚାର ହୋଇଛି । ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଭାସ୍କର ଓ ତାଙ୍କ ପରିବାର । ଗତ ୪ ତାରିଖରେ ଗଜପତି ଜିଲ୍ଲାରେ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଥିଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ଏବେ ଗରିବଙ୍କ ପାଇଁ ପାଲଟିଛି ଆଶିର୍ବାଦ । ଚିକିତ୍ସା କ୍ଷେତ୍ରରେ ରାଜ୍ୟ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଅପରପକ୍ଷରେ ଏହି ସ୍ମାର୍ଟ କାର୍ଡରେ ଉତ୍ତମ ବ୍ୟବସ୍ଥା କରାଯାଇଥିବାରୁ ଅଧିକରୁ ଅଧିକ ରୋଗୀ ଚିକିତ୍ସା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି କହିଛନ୍ତି ଭାସ୍କରଙ୍କୁ ଚିକିତ୍ସା କରିଥିବା ନର୍ସିଂହୋମର ଡାକ୍ତର । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଲୋକଙ୍କ ମୁହଁରେ ଖୁସି ଆଣିଦେଇଛି । ଏଥିପାଇଁ ସବୁ ମହଲରେ ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦର ସୁଅ ଛୁଟିଛି ।

12 Oct 2021 By The Sakala

ଅଭାବୀଙ୍କ ପାଇଁ ବରଦାନ ପାଲଟିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ: ସୁସ୍ଥ ହୋଇ ଘରକୁ ଫେରିଲେ ଭାସ୍କର

ପାରଳାଖେମୁଣ୍ଡି: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇଁ ନୂଆ ଜୀବନ ପାଇଲେ ଭାସ୍କର । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଣ୍ଡହାତୀ ପଞ୍ଚାୟତ ପଦ୍ମପୁର ଗ୍ରାମର ୩୮ ବର୍ଷୀୟ ବି. ଭାସ୍କର ରାଓ । ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇ ସୁସ୍ଥ ହୋଇ ଘରକୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ଭାସ୍କର ଓ ତାଙ୍କ ପରିବାର ।

ଗରିବଙ୍କ ସାହା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ । ଅଭାବୀଙ୍କୁ ଦେଉଛି ନୂଆ ଜୀବନ । ଚିକିତ୍ସା ପାଇ ସୁସ୍ଥ ହେଲେ ଗଜପତି ଜିଲ୍ଲା ରାୟଗଡ଼ର ଭାସ୍କର । ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପରିବାର ଲୋକେ । ରାଜ୍ୟରେ ଈଝକଣ ଆଣିଛି ବିପ୍ଲବ । ଏହି ଯୋଜନାରେ ଏବେ ନୂଆ ଜୀବନ ପାଇଛନ୍ତି ବି. ଭାସ୍କର ରାଓ । ଗତ କିଛିଦିନ ତଳେ ଭାସ୍କରଙ୍କ ଡାହାଣ ଗୋଡ଼ର ଆଣ୍ଠୁ ତଳକୁ ସମ୍ପୂର୍ଣ୍ଣ ପଚି ଯାଇଥିଲା । ଅର୍ଥାଭାବରୁ ଅସ୍ତ୍ରୋପଚାର କରି ନପାରି କଷ୍ଟ ପାଉଥିଲେ ।

ବିଜୁ ସ୍ମାର୍ଟ କାର୍ଡ ପାଇବା ପରେ ପାରଳାଖେମୁଣ୍ଡି ରବି ନର୍ସିଂ ହୋମରେ ତାଙ୍କର ଅସ୍ତ୍ରୋପଚାର ହୋଇଛି । ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଭାସ୍କର ଓ ତାଙ୍କ ପରିବାର । ଗତ ୪ ତାରିଖରେ ଗଜପତି ଜିଲ୍ଲାରେ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଥିଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ଏବେ ଗରିବଙ୍କ ପାଇଁ ପାଲଟିଛି ଆଶିର୍ବାଦ । ଚିକିତ୍ସା କ୍ଷେତ୍ରରେ ରାଜ୍ୟ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ଅପରପକ୍ଷରେ ଏହି ସ୍ମାର୍ଟ କାର୍ଡରେ ଉତ୍ତମ ବ୍ୟବସ୍ଥା କରାଯାଇଥିବାରୁ ଅଧିକରୁ ଅଧିକ ରୋଗୀ ଚିକିତ୍ସା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି କହିଛନ୍ତି ଭାସ୍କରଙ୍କୁ ଚିକିତ୍ସା କରିଥିବା ନର୍ସିଂହୋମର ଡାକ୍ତର । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଲୋକଙ୍କ ମୁହଁରେ ଖୁସି ଆଣିଦେଇଛି । ଏଥିପାଇଁ ସବୁ ମହଲରେ ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦର ସୁଅ ଛୁଟିଛି ।

https://www.thesakala.in/latest-odisha-news/gajapati/bsky-helped-in-treatment-of-bhaskar/article-6063
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର