ଆଜି ବସିବ ଚଳିତ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ୍‌, ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା

The Sakala Picture
Published On

ଭୁବନେଶ୍ବର :  ବୁଧବାର ଦିନ ବସିବ ଚଳିତ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକ। ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ଭର୍ଚ୍ୟୁଆଲ ମାଧ୍ୟମରେ ଏହି ବୈଠକରେ ଯୋଡ଼ିହେବେ ଓ ଅନ୍ୟ ମନ୍ତ୍ରୀମାନେ ଲୋକସେବା ଭବନରେ ଉପସ୍ଥିତ ରହିବେ। ଜାନୁଆରୀ ପ୍ରଥମ ସପ୍ତାହ ପରେ ଯେ କୌଣସି ମୁହୂର୍ତ୍ତରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ଥିବାରୁ ଏହି ବୈଠକ ଅତ୍ୟନ୍ତ […]

ଭୁବନେଶ୍ବର :  ବୁଧବାର ଦିନ ବସିବ ଚଳିତ ବର୍ଷର ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକ। ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ଭର୍ଚ୍ୟୁଆଲ ମାଧ୍ୟମରେ ଏହି ବୈଠକରେ ଯୋଡ଼ିହେବେ ଓ ଅନ୍ୟ ମନ୍ତ୍ରୀମାନେ ଲୋକସେବା ଭବନରେ ଉପସ୍ଥିତ ରହିବେ। ଜାନୁଆରୀ ପ୍ରଥମ ସପ୍ତାହ ପରେ ଯେ କୌଣସି ମୁହୂର୍ତ୍ତରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ଥିବାରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ବିଲ୍: ରାଜ୍ୟ ବିଜେପି ସାଂସଦଙ୍କୁ ଚିଠି ଲେଖିଲେ ନବୀନ, ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କଲେ ଆହ୍ୱାନ

କୃଷି, ଜଳସମ୍ପଦ, ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ପୂର୍ତ୍ତ ଆଦି ବିଭାଗର ପ୍ରାୟ ୧୧ଟି ପ୍ରସ୍ତାବ ଏହି ବୈଠକରେ ଉପସ୍ଥାପନ ହେବ ବୋଲି ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି। ଏହା ସହିତ ଦୁଇଟି ବିଭାଗର ସରକାରୀ କର୍ମଚାରୀଙ୍କ କ୍ୟାଡର ସଂଶୋଧନ ନେଇ ମଧ୍ୟ ବୈଠକରେ ପ୍ରସ୍ତାବ ଆସିପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଆସନ୍ତା ଅଗଷ୍ଟ ୩୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର