RTO ବ୍ୟବସ୍ଥାର ଇଏ କି ଚେକିଂ: ବିନା ହେଲ୍‌ମେଟ୍‌ରେ ଅଟୋ ଡ୍ରାଇଭିଂ କରୁଥିବା ନେଇ କଟିଛି ଚାଲାଣ !

Madhusudan Das Picture
Published On

ଭଦ୍ରକ: ବିନା ହେଲ୍‌ମେଟ୍‌ରେ ଅଟୋ ଡ୍ରାଇଭିଂ କରୁଥିବା ନେଇ ଡ୍ରାଇଭରଙ୍କୁ ଆସିଛି ଚାଲାଣ । ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରୁ ଆସିଛି ଏମିତି ସଙ୍ଗୀନ ଅଭିଯୋଗ। ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳର ଜଣେ ଅଟୋ ଡ୍ରାଇଭରଙ୍କୁ ଫାଇନ ଆସିଛି। ଭଦ୍ରକ ଜିଲ୍ଲା ବାଇଦାପୋଖରୀ ନିକଟରେ ଚାଲାଣ କରିଥିବାର ମେସେଜ୍‌ ଆସିଛି ।  ବିନା ହେଲ୍‌ମେଟ୍‌ରେ ଅଟୋ ଡ୍ରାଇଭିଂ କରୁଥିବା ନେଇ ଚାଲାଣ ଆସିଛି । 

ଆହୁରି ପଢ଼ନ୍ତୁ: ୨୦୦ କୋଟିର ଗଞ୍ଜେଇ ତେଲ ସହ ୧ ଟନ୍ ଗଞ୍ଜେଇ ଜବତ କଲା କୋରାପୁଟ ପୁଲିସ

ନିଜ ଅଟୋର ପଲ୍ୟୁସନ ସାର୍ଟିଫିକେଟ କରିବାକୁ ଯିବା ବେଳେ ନଜରକୁ ଆସିଛି ଏଭଳି ସାଙ୍ଘାତିକ ତ୍ରୁଟି । ଅଟୋ ଚାଳକ ରାମକୃଷ୍ଣ ନାଥଙ୍କ ନିଜ ଅଟୋ ନମ୍ବର OD 22 E 9731ର ପ୍ରଦୂଷଣ ଯାଞ୍ଚ କରିବାକୁ ଯାଇଥିଲେ । ସେହି ସମୟରେ ଗାଡି ନାମରେ ଏକ ହଜାର ଟଙ୍କାର ବକେୟା ଫାଇନ୍ ଦେଖାଇଥିଲା । ତାହା ଗାଡିର କାଗଜପତ୍ର କିମ୍ବା ପଲ୍ୟୁସନ ପାଇଁ ନୁହେଁ, ବରଂ ହେଲମେଟ ନପିନ୍ଧିବା କାରଣରୁ କଟାଯାଇଛି l ମୋଟର ଯାନ ଅଧିନିୟମ ଅନୁଯାୟୀ କେବଳ ଦୁଇ ଚକିଆ ଯାନ ପାଇଁ ହେଲମେଟ୍ ବାଧ୍ୟତାମୂଳକ । କିନ୍ତୁ ତିନି ଚକିଆ ଅଟୋ ପାଇଁ ହେଲମେଟ୍ ଚାଲାଣ କଟିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି I ଏହି ଚାଲାଣଟି ଆଜିର ନୁହେଁ, ବରଂ 17 ନଭେମ୍ବର 2021 ମସିହାର ବୋଲି ଜଣା ପଡ଼ିଛି। ତେବେ ଏହି ତ୍ରୁଟି ପାଇଁ ରାମକୃଷ୍ଣ ହଇରାଣ ହେବା ସହ ତାଙ୍କ ଗାଡିର ପଲ୍ୟୁସନ୍ ସାର୍ଟିଫିକେଟ୍ ଅଟକି ରହିଛି।

ଆହୁରି ପଢ଼ନ୍ତୁ: କୋଟିପତି ଖଣି ଉପନିର୍ଦ୍ଦେଶକଙ୍କ କଳା ଚିଠା ମାଗିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp