ଜାଣନ୍ତୁ କେଉଁ ନାୟିକା ଓଡ଼ିଆଙ୍କ ପ୍ରଥମ ପସନ୍ଦ

The Sakala Picture
Published On

ଭୁବନେଶ୍ବର : ବିଗତ ଏକ ବର୍ଷ ହେବ ଦେଶ ସମେତ ସାରା ବିଶ୍ବ କରୋନା ମହାମାରୀର ପ୍ରକୋପରେ ଜୁଝିହେଉଛି। କରୋନା ମହାମାରୀ ମଧ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ତେବେ କରୋନା ପାଇଁ ଚଳଚିତ୍ର ଜଗତ ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇଥିଲା। କାରଣ କରୋନା ପ୍ରକୋପ ଦେଖାଦେବା ପରେ ଚଳଚିତ୍ର ସୁଟିଂକୁ ବନ୍ଦ କରାଯିବା ସହ ଫିଲ୍ମ ହଲ୍କୁ  ମଧ୍ୟ ବନ୍ଦ କରିଦିଆଯାଇଥିଲା। କରୋନା ପାଇଁ ଫିଲ୍ମ ବନ୍ଦ ରହିଥିଲେ ମଧ୍ୟ କଳାକାର ମାନଙ୍କ ଲୋକପ୍ରିୟତାରେ କୌଣସି ପ୍ରଭାବ ପକାଇନଥିଲା। […]

ଭୁବନେଶ୍ବର : ବିଗତ ଏକ ବର୍ଷ ହେବ ଦେଶ ସମେତ ସାରା ବିଶ୍ବ କରୋନା ମହାମାରୀର ପ୍ରକୋପରେ ଜୁଝିହେଉଛି। କରୋନା ମହାମାରୀ ମଧ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ତେବେ କରୋନା ପାଇଁ ଚଳଚିତ୍ର ଜଗତ ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇଥିଲା। କାରଣ କରୋନା ପ୍ରକୋପ ଦେଖାଦେବା ପରେ ଚଳଚିତ୍ର ସୁଟିଂକୁ ବନ୍ଦ କରାଯିବା ସହ ଫିଲ୍ମ ହଲ୍କୁ  ମଧ୍ୟ ବନ୍ଦ କରିଦିଆଯାଇଥିଲା। କରୋନା ପାଇଁ ଫିଲ୍ମ ବନ୍ଦ ରହିଥିଲେ ମଧ୍ୟ କଳାକାର ମାନଙ୍କ ଲୋକପ୍ରିୟତାରେ କୌଣସି ପ୍ରଭାବ ପକାଇନଥିଲା। ତେବେ ଆଜି ଆମେ ଆପଣଙ୍କୁ ବିଗତ ୨୦୨୦ ମସିହାରେ ଓଡିଆ ଫଲ୍ମ ଜଗତର କେଉଁ ହିରୋଇନଙ୍କୁ ଲୋକ ଅଧିକ ପସନ୍ଦ କରିଛନ୍ତି ସେହି ତଥ୍ୟ ଉପସ୍ଥାପନ କରିବୁ। ଏଠାରେ ଆମେ ଯେଉଁ ତଥ୍ୟ ଆପଣଙ୍କୁ ପ୍ରଦାନ କରିବୁ ତାହା ବିଶ୍ବର ସର୍ବ ବୃହତ ସର୍ଚ୍ଚ ଇଞ୍ଜନ ଗୁଗୁଲର ରିପୋର୍ଟ ଆଧାରରେ ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ଅଭାବନୀୟ ଘଟଣା: ବିବାହ ଶୋଭାଯାତ୍ରାରେ ଡିଜେର ପ୍ରଚଣ୍ଡ ଶବ୍ଦ ନେଲା ମହିଳାଙ୍କ ଜୀବନ

first choice of odia heroin in 2021 report

ଆହୁରି ପଢ଼ନ୍ତୁ: ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ

ବିଶ୍ବର ସର୍ବ ବୃହତ ସର୍ଚ୍ଚ ଇଞ୍ଜନ ଗୁଗୁଲର ୨୦୨୦ ମସିହାର ଟ୍ରେଣ୍ଡ ଅନୁସାରେ ଓଡିଆ ଚଳଚିତ୍ର ନାୟିକାଙ୍କ ମଧ୍ୟରେ ବର୍ଷା ପ୍ରିୟଦର୍ଶନୀ ସବୁଠୁ ଆଗରେ ରହିଛନ୍ତି। ଗୁଗୁଲରେ ଓଡିଆ ଚଳଚିତ୍ର ନାୟିକା ବର୍ଷା ପ୍ରିୟଦର୍ଶନୀ, ଅର୍ଚ୍ଚିତା ସାହୁ, ପ୍ରକୃତି ମିଶ୍ର, ସିବାନୀ ସଙ୍ଗୀତା ଓ ଭୂମିକା ଦାଶଙ୍କ ମଧ୍ୟରେ ଆମେ ଏକ ତୁଳନାତ୍ମକ ସର୍ଭେ କରିଥିଲୁ। ଯେଉଁଥିରେ ବେଶ କିଛି ଦିନ ହେବ ଚଳଚିତ୍ରରୁ ଦୁରେଇ ରହିଥିଲେ ମଧ୍ୟ ବର୍ଷା ପ୍ରିୟଦର୍ଶନୀ ସବୁଠୁ ଆଗରେ ରହିଛନ୍ତି ଅର୍ଥାତ ଗୁଗୁଲରେ ଓଡିଆ ଲୋକ ୨୦୨୦ ମସିହାରେ ଅଧିକ ବର୍ଷାଙ୍କ ନାଁକୁ ସର୍ଚ୍ଚ କରିଛନ୍ତି। ବର୍ଷା ପ୍ରିୟଦର୍ଶନୀ ନିଜ ପାରିବାରିକ କଥାକୁ ନେଇ ୨୦୨୦ ମସିହାରେ ଗଣମାଧ୍ୟମର ଶିରୋନାମ ମଧ୍ୟ ପାଲଟିଥିଲେ।  ବର୍ଷାଙ୍କୁ ରାଜ୍ୟର ୩୨ ପ୍ରତିଶତ ଲୋକ ଗୁଗୁଲରେ ସର୍ଚ୍ଚ କରିଛନ୍ତି ଏବଂ ଭୁବନେଶ୍ବରରେ ୩୮ ପ୍ରତିଶତ ଲୋକ ସର୍ଚ୍ଚ କରିଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀ ରଥଯାତ୍ରା ପାଇଁ ବ୍ୟାପକ ସୁରକ୍ଷା: ମୁତୟନ ହେବେ ୨୨୦ ପ୍ଲାଟୁନ୍ ଫୋର୍ସ ଏବଂ ଗଡ଼ିବ ୩୭୦ ସ୍ୱତନ୍ତ୍ର ଟ୍ରେନ୍

ବର୍ଷା ପ୍ରିୟଦର୍ଶନୀଙ୍କ ପରେ ଓଡିଆ ଲୋକଙ୍କ ଦ୍ବିତୀୟ ପସନ୍ଦ ନାୟିକା ଅର୍ଚ୍ଚିତା ସାହୁ ରହିଛନ୍ତି। ଅର୍ଥାତ ୨୦୨୦ ମସିହାରେ ରାଜ୍ୟର ଲୋକ ମାନେ ଗୁଗୁଲରେ ବର୍ଷାଙ୍କ ପରେ ଅର୍ଚ୍ଚିତା ସାହୁଙ୍କୁ ଦ୍ବିତୀୟ ପସନ୍ଦ ଭାବେ ସର୍ଚ୍ଚ କରିଛନ୍ତି।   ଅର୍ଚ୍ଚିତାଙ୍କୁ ରାଜ୍ୟର ୨୯ ପ୍ରତିଶତ ଲୋକ ସର୍ଚ୍ଚ କରିଛନ୍ତି ଏବଂ ଭୁବନେଶ୍ବରରେ ୨୭ ପ୍ରତିଶତ ଲୋକ ସର୍ଚ୍ଚ କରିଛନ୍ତି।

ଅର୍ଚ୍ଚିତାଙ୍କ ପରେ ରାଜ୍ୟ ବାସୀଙ୍କ ତୃତୀୟ ପସନ୍ଦ ପାଲଟିଛନ୍ତି ପ୍ରକୃତି ମିଶ୍ର। ପ୍ରକୃତି ୨୦୨୦ ମସିହାରେ ଓଡ଼ିଆ ବ୍ୟତିତ ହିନ୍ଦି ସିରିଏଲରେ ମଧ୍ୟ କାମ କରିଛନ୍ତି। ଏଥି ସହ କିଛି ବ୍ୟକ୍ତିଗତ ତଥ୍ୟକୁ ନେଇ ମଧ୍ୟ ପ୍ରକୃତି ୨୦୨୦ ମସିହାରେ ବେଶ ଚର୍ଚ୍ଚାରେ ରହିଥିଲେ। ପ୍ରକୃତିକୁ ରାଜ୍ୟର ୨୧ ପ୍ରତିଶତ ଲୋକ ଗୁଗୁଲରେ ସର୍ଚ୍ଚ କରିଛନ୍ତି ଏବଂ ଭୁବନେଶ୍ବରରେ ୧୯ ପ୍ରତିଶତ ଲୋକ ସର୍ଚ୍ଚ କରିଛନ୍ତି

ପ୍ରକୃତି ମିଶ୍ରଙ୍କ ପରେ ଭୂମିକା ଦାସ ରାଜ୍ୟବାସୀଙ୍କ ଚତୁର୍ଥ ଲୋକପ୍ରିୟ ନାୟିକା ପାଲଟିଛନ୍ତି। ୨୦୨୦ ମସିହାରେ ଭୂମିକା ଦାସଙ୍କୁ ୧୦ ପ୍ରତିଶତ ଲୋକ ଗୁଗୁଲରେ ସର୍ଚ୍ଚ କରିଛନ୍ତି ଏବଂ ଏବଂ ଭୁବନେଶ୍ବରରେ ୧୦ ପ୍ରତିଶତ ଲୋକ ସର୍ଚ୍ଚ କରିଛନ୍ତି।

ସେହିପରି ଭୂମିକା ଦାସ ପରେ ଓଡ଼ିଆଙ୍କ ପଞ୍ଚମ ପସନ୍ଦର ନାୟିକା ହେଉଛନ୍ତି ସିବାନୀ ସଙ୍ଗୀତା । ସିବାନୀଙ୍କୁ ରାଜ୍ୟର ୮ ପ୍ରତିଶତ ଲୋକ ୨୦୨୦ରେ ଗୁଗୁଲରେ ସର୍ଚ୍ଚ କରିଥିବା ବେଳେ ଭୁବନେଶ୍ବରରେ ୬ ପ୍ରତିଶତ ଲୋକ ସର୍ଚ୍ଚ କରିଛନ୍ତି।

27 Feb 2021 By The Sakala

ଜାଣନ୍ତୁ କେଉଁ ନାୟିକା ଓଡ଼ିଆଙ୍କ ପ୍ରଥମ ପସନ୍ଦ

ଭୁବନେଶ୍ବର : ବିଗତ ଏକ ବର୍ଷ ହେବ ଦେଶ ସମେତ ସାରା ବିଶ୍ବ କରୋନା ମହାମାରୀର ପ୍ରକୋପରେ ଜୁଝିହେଉଛି। କରୋନା ମହାମାରୀ ମଧ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ତେବେ କରୋନା ପାଇଁ ଚଳଚିତ୍ର ଜଗତ ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇଥିଲା। କାରଣ କରୋନା ପ୍ରକୋପ ଦେଖାଦେବା ପରେ ଚଳଚିତ୍ର ସୁଟିଂକୁ ବନ୍ଦ କରାଯିବା ସହ ଫିଲ୍ମ ହଲ୍କୁ  ମଧ୍ୟ ବନ୍ଦ କରିଦିଆଯାଇଥିଲା। କରୋନା ପାଇଁ ଫିଲ୍ମ ବନ୍ଦ ରହିଥିଲେ ମଧ୍ୟ କଳାକାର ମାନଙ୍କ ଲୋକପ୍ରିୟତାରେ କୌଣସି ପ୍ରଭାବ ପକାଇନଥିଲା। ତେବେ ଆଜି ଆମେ ଆପଣଙ୍କୁ ବିଗତ ୨୦୨୦ ମସିହାରେ ଓଡିଆ ଫଲ୍ମ ଜଗତର କେଉଁ ହିରୋଇନଙ୍କୁ ଲୋକ ଅଧିକ ପସନ୍ଦ କରିଛନ୍ତି ସେହି ତଥ୍ୟ ଉପସ୍ଥାପନ କରିବୁ। ଏଠାରେ ଆମେ ଯେଉଁ ତଥ୍ୟ ଆପଣଙ୍କୁ ପ୍ରଦାନ କରିବୁ ତାହା ବିଶ୍ବର ସର୍ବ ବୃହତ ସର୍ଚ୍ଚ ଇଞ୍ଜନ ଗୁଗୁଲର ରିପୋର୍ଟ ଆଧାରରେ ପ୍ରସ୍ତୁତ କରାଯାଇଛି।

first choice of odia heroin in 2021 report

ବିଶ୍ବର ସର୍ବ ବୃହତ ସର୍ଚ୍ଚ ଇଞ୍ଜନ ଗୁଗୁଲର ୨୦୨୦ ମସିହାର ଟ୍ରେଣ୍ଡ ଅନୁସାରେ ଓଡିଆ ଚଳଚିତ୍ର ନାୟିକାଙ୍କ ମଧ୍ୟରେ ବର୍ଷା ପ୍ରିୟଦର୍ଶନୀ ସବୁଠୁ ଆଗରେ ରହିଛନ୍ତି। ଗୁଗୁଲରେ ଓଡିଆ ଚଳଚିତ୍ର ନାୟିକା ବର୍ଷା ପ୍ରିୟଦର୍ଶନୀ, ଅର୍ଚ୍ଚିତା ସାହୁ, ପ୍ରକୃତି ମିଶ୍ର, ସିବାନୀ ସଙ୍ଗୀତା ଓ ଭୂମିକା ଦାଶଙ୍କ ମଧ୍ୟରେ ଆମେ ଏକ ତୁଳନାତ୍ମକ ସର୍ଭେ କରିଥିଲୁ। ଯେଉଁଥିରେ ବେଶ କିଛି ଦିନ ହେବ ଚଳଚିତ୍ରରୁ ଦୁରେଇ ରହିଥିଲେ ମଧ୍ୟ ବର୍ଷା ପ୍ରିୟଦର୍ଶନୀ ସବୁଠୁ ଆଗରେ ରହିଛନ୍ତି ଅର୍ଥାତ ଗୁଗୁଲରେ ଓଡିଆ ଲୋକ ୨୦୨୦ ମସିହାରେ ଅଧିକ ବର୍ଷାଙ୍କ ନାଁକୁ ସର୍ଚ୍ଚ କରିଛନ୍ତି। ବର୍ଷା ପ୍ରିୟଦର୍ଶନୀ ନିଜ ପାରିବାରିକ କଥାକୁ ନେଇ ୨୦୨୦ ମସିହାରେ ଗଣମାଧ୍ୟମର ଶିରୋନାମ ମଧ୍ୟ ପାଲଟିଥିଲେ।  ବର୍ଷାଙ୍କୁ ରାଜ୍ୟର ୩୨ ପ୍ରତିଶତ ଲୋକ ଗୁଗୁଲରେ ସର୍ଚ୍ଚ କରିଛନ୍ତି ଏବଂ ଭୁବନେଶ୍ବରରେ ୩୮ ପ୍ରତିଶତ ଲୋକ ସର୍ଚ୍ଚ କରିଛନ୍ତି।

ବର୍ଷା ପ୍ରିୟଦର୍ଶନୀଙ୍କ ପରେ ଓଡିଆ ଲୋକଙ୍କ ଦ୍ବିତୀୟ ପସନ୍ଦ ନାୟିକା ଅର୍ଚ୍ଚିତା ସାହୁ ରହିଛନ୍ତି। ଅର୍ଥାତ ୨୦୨୦ ମସିହାରେ ରାଜ୍ୟର ଲୋକ ମାନେ ଗୁଗୁଲରେ ବର୍ଷାଙ୍କ ପରେ ଅର୍ଚ୍ଚିତା ସାହୁଙ୍କୁ ଦ୍ବିତୀୟ ପସନ୍ଦ ଭାବେ ସର୍ଚ୍ଚ କରିଛନ୍ତି।   ଅର୍ଚ୍ଚିତାଙ୍କୁ ରାଜ୍ୟର ୨୯ ପ୍ରତିଶତ ଲୋକ ସର୍ଚ୍ଚ କରିଛନ୍ତି ଏବଂ ଭୁବନେଶ୍ବରରେ ୨୭ ପ୍ରତିଶତ ଲୋକ ସର୍ଚ୍ଚ କରିଛନ୍ତି।

ଅର୍ଚ୍ଚିତାଙ୍କ ପରେ ରାଜ୍ୟ ବାସୀଙ୍କ ତୃତୀୟ ପସନ୍ଦ ପାଲଟିଛନ୍ତି ପ୍ରକୃତି ମିଶ୍ର। ପ୍ରକୃତି ୨୦୨୦ ମସିହାରେ ଓଡ଼ିଆ ବ୍ୟତିତ ହିନ୍ଦି ସିରିଏଲରେ ମଧ୍ୟ କାମ କରିଛନ୍ତି। ଏଥି ସହ କିଛି ବ୍ୟକ୍ତିଗତ ତଥ୍ୟକୁ ନେଇ ମଧ୍ୟ ପ୍ରକୃତି ୨୦୨୦ ମସିହାରେ ବେଶ ଚର୍ଚ୍ଚାରେ ରହିଥିଲେ। ପ୍ରକୃତିକୁ ରାଜ୍ୟର ୨୧ ପ୍ରତିଶତ ଲୋକ ଗୁଗୁଲରେ ସର୍ଚ୍ଚ କରିଛନ୍ତି ଏବଂ ଭୁବନେଶ୍ବରରେ ୧୯ ପ୍ରତିଶତ ଲୋକ ସର୍ଚ୍ଚ କରିଛନ୍ତି

ପ୍ରକୃତି ମିଶ୍ରଙ୍କ ପରେ ଭୂମିକା ଦାସ ରାଜ୍ୟବାସୀଙ୍କ ଚତୁର୍ଥ ଲୋକପ୍ରିୟ ନାୟିକା ପାଲଟିଛନ୍ତି। ୨୦୨୦ ମସିହାରେ ଭୂମିକା ଦାସଙ୍କୁ ୧୦ ପ୍ରତିଶତ ଲୋକ ଗୁଗୁଲରେ ସର୍ଚ୍ଚ କରିଛନ୍ତି ଏବଂ ଏବଂ ଭୁବନେଶ୍ବରରେ ୧୦ ପ୍ରତିଶତ ଲୋକ ସର୍ଚ୍ଚ କରିଛନ୍ତି।

ସେହିପରି ଭୂମିକା ଦାସ ପରେ ଓଡ଼ିଆଙ୍କ ପଞ୍ଚମ ପସନ୍ଦର ନାୟିକା ହେଉଛନ୍ତି ସିବାନୀ ସଙ୍ଗୀତା । ସିବାନୀଙ୍କୁ ରାଜ୍ୟର ୮ ପ୍ରତିଶତ ଲୋକ ୨୦୨୦ରେ ଗୁଗୁଲରେ ସର୍ଚ୍ଚ କରିଥିବା ବେଳେ ଭୁବନେଶ୍ବରରେ ୬ ପ୍ରତିଶତ ଲୋକ ସର୍ଚ୍ଚ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର