କଥା ରଖିଲେ ମୁଖ୍ୟମନ୍ତ୍ରୀ : ନୂଆ ରୂପ ପାଇବ ପାଲଲହଡା ଉପଖଣ୍ଡର ପ୍ରସିଦ୍ଧ ଖୁଲୁଡି ଶୈବ ପୀଠ ଏବଂ ଦ୍ୱିତୀୟ ଚିଲିକା

The Sakala Picture
Published On

ପାଲଲହଡା : କଥା ରଖିଲେ ମୁଖ୍ୟମନ୍ତ୍ରୀ। ଖୁବ ଶୀଘ୍ର ନୂଆ ରୂପ ପାଇବ ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ର ପ୍ରସିଦ୍ଧ “ଖୁଲୁଡି” ବାବା ଗିରିଶ୍ୱର ଶୈବ ପୀଠ ଏବଂ ଜିଲ୍ଲା ର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ “ଦ୍ୱିତୀୟ ଚିଲିକା” । ଏ ନେଇ ପର୍ଯ୍ୟଟନ ବିଭାଗର ଏକ ହାଇ ପାୱାର ଟେକ୍ନିକାଲ ଟିମ ଆଜି କ୍ଷେତ୍ର ପରିଦର୍ଶନ କରିଛନ୍ତି । ସ୍ଥାନୀୟ ବିଧାୟକ ମୁକେଶ କୁମାର ପାଲଙ୍କ ନେତୃତ୍ୱରେ ଏହି ଟିମ ପ୍ରଥମେ […]

ପାଲଲହଡା : କଥା ରଖିଲେ ମୁଖ୍ୟମନ୍ତ୍ରୀ। ଖୁବ ଶୀଘ୍ର ନୂଆ ରୂପ ପାଇବ ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ର ପ୍ରସିଦ୍ଧ “ଖୁଲୁଡି” ବାବା ଗିରିଶ୍ୱର ଶୈବ ପୀଠ ଏବଂ ଜିଲ୍ଲା ର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ “ଦ୍ୱିତୀୟ ଚିଲିକା” । ଏ ନେଇ ପର୍ଯ୍ୟଟନ ବିଭାଗର ଏକ ହାଇ ପାୱାର ଟେକ୍ନିକାଲ ଟିମ ଆଜି କ୍ଷେତ୍ର ପରିଦର୍ଶନ କରିଛନ୍ତି । ସ୍ଥାନୀୟ ବିଧାୟକ ମୁକେଶ କୁମାର ପାଲଙ୍କ ନେତୃତ୍ୱରେ ଏହି ଟିମ ପ୍ରଥମେ ଖୁଲୁଡି ଶୈବପୀଠ ପରିଦର୍ଶନ କରିବା ସହ ମନ୍ଦିର ବେଢା , ଜଳପ୍ରପାତ, ଆଦି ବୁଲି ଦେଖିବା ସହ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ “ଦ୍ୱିତୀୟ ଚିଲିକା” କୁ ଯାଇ ସେଠାରେ କିଭଳି ଭାବେ ପର୍ଯ୍ୟଟନ ର ବିକାଶ କରାଯାଇ ପାରିବ ସେ ନେଇ କ୍ଷେତ୍ର ପରିଦର୍ଶନ କରିଥିଲେ ଏବଂ ଏ ନେଇ ସ୍ଥାନୀୟ ଉପଖଣ୍ଡ ପ୍ରଶାସନ ସହ ଆଲୋଚନା କରିଥିଲେ ।

ଆହୁରି ପଢ଼ନ୍ତୁ: ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଗୁରୁତର: ସାହିତ୍ୟ ସଭାରେ ଯୋଗ ଦେବା ବେଳେ ହେଲା ବ୍ରେନ୍ ଷ୍ଟ୍ରୋକ୍, ଆଇସିୟୁରେ ଭର୍ତ୍ତି

ଖୁବ ଶୀଘ୍ର ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ବିଭାଗ କୁ ଦିଆଯିବ ଓ ଡିପିଆର ପ୍ରସ୍ତୁତ କରାଯିବ ବୋଲି ଟିମର ସଦସ୍ୟ ମାନେ ପ୍ରକାଶ କରିଥିଲେ । ସୂଚନା ଥାଉକି ଗତ ମାସ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ 5ଟି ସଚିବ ପାଲଲହଡା ଗସ୍ତରେ ଆସିଥିବାବେଳେ ଅଞ୍ଚଳ ବାସୀଙ୍କର ଏହି ଦୁଇଟି ସ୍ଥାନର ବିକାଶ କରାଯିବା ପାଇଁ ମୁଖ୍ୟ ଦାବି ଥିଲା। ଅଞ୍ଚଳ ବାସୀଙ୍କ କଥାରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଶନିବାର ପର୍ଯ୍ୟଟନ ବିଭାଗର ପ୍ରକଳ୍ପ ପରିଚାଳନା କମିଟିର ଏକ ଟିମ ଆସି ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଦୁଇ ପର୍ୟଟନସ୍ଥଳିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଜାରି ରହିଥିବାରୁ ଏହା ପାଲଲହଡ଼ା ପାଇଁ ଗୌରବର ବିଷୟ ଏବଂ ଏହା ଦ୍ଵାରା ଆମ ଅଞ୍ଚଳରେ ବିକାଶର ନୂଆ ଫର୍ଦ୍ଦ ଯୋଡି ହେବ ବୋଲି ପାଲଲହଡା ବିଧାୟକ ମୁକେଶ କୁମାର ପାଲ କହିଛନ୍ତି । ଏହି ପରିଦର୍ଶନରେ ପର୍ଯ୍ୟଟନ ବିଭାଗର ପ୍ରକଳ୍ପ ପରିଚାଳନା କମିଟି ର ବରିଷ୍ଠ ଅଧିକାରୀ ଅନିର୍ବାଣ ମୁଖାର୍ଜୀ ଏବଂ ବର୍ଣିକା ଚଟ୍ଟୋପାଧ୍ୟାୟ ଯୋଗଦେଇଥିବା ବେଳେ ପାଲଲହଡ଼ା ପଞ୍ଚାୟତ ସମିତିର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଞ୍ଜନ ରାଉତଙ୍କ ସମେତ ପାଲଲହଡ଼ା ପ୍ରାଶାସନିକ ଅଧିକାରୀ ପ୍ରମୂଖ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ୧୨ ବର୍ଷିୟା ନାବାଳିକାର ଜୀବନ ନେଇଗଲା ଉକୁଣୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp