ହିନ୍ଦୋଳ ଟ୍ରେଜେରୀ ଅଫିସ୍‌ର ପୂର୍ବତନ ବରିଷ୍ଠ କିରାଣି ଗିରଫ, ୬୮.୮୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

Madhusudan Das Picture
Published On

ଭୁବନେଶ୍ବର: ଗିରଫ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଟ୍ରେଜେରୀ ଅଫିସ୍‌ର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ । ୬୮.୮୫ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ ବିଭାଗ । ଏତେସାରା ଟଙ୍କା ଘୋଟଲା କରିଥିବା ନେଇ ଅଭିଯୋଗ ଆସିଲା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ଗତ ୨୦୨୪ ମସିହାରେ ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇ ଢେଙ୍କାନାଳ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ମନୋରଞ୍ଜନ ଫେରାର ହୋଇଯାଇଥିଲେ । ଫଳରେ ଭିଜିଲାନ୍ସ କୋର୍ଟରୁ ତାଙ୍କ ନାମରେ ଗିରଫ ୱାରେଣ୍ଟ ରହିଥିଲା । ତେବେ ଶୁକ୍ରବାର ରାତିରେ ସଦର ଥାନା ଅନ୍ତର୍ଗତ ସାଇଁବିରି ଗାଁ ନିକଟରୁ ଗିରଫ କରିଛି ଢେଙ୍କାନାଳ ଭିଜିଲାନ୍ସ ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ବେଳକୁ ଲଘୁଚାପ ସମ୍ଭାବନା: ୨୨ରୁ ରାଜ୍ୟବ୍ୟାପୀ ବଢ଼ିବ ବର୍ଷା

ସୂଚନାଯୋଗ୍ୟ, ହିନ୍ଦୋଳ ସବ୍ ଟ୍ରେଜେରୀ ଅଫିସ୍‌ରେ ମନୋରଞ୍ଜନ ସିନିୟର କ୍ଲର୍କ ଥିବା ବେଳେ ଚଞ୍ଚକତା କରି ଲୋକଙ୍କର ୬୮ ଲକ୍ଷ ୮୫ ହଜାର ପେନ୍‌ସନ୍ ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଥିଲା । ଟଙ୍କା ଆତ୍ମସାତ ନେଇ ଅଭିଯୋଗ ପାଇବା ପରେ ସରକାର ଏହି ଘଟଣାର ତଦନ୍ତ ଭାର ଭିଜିଲାନ୍ସକୁ ହସ୍ତାନ୍ତର କରିଥିଲେ । ଦୁଇ ବର୍ଷ ହେଲା ମନୋରଞ୍ଜନ ଫେରାର ରହିଥିଲେ । ଶେଷରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।  

ଆହୁରି ପଢ଼ନ୍ତୁ: ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ: ବିଜେଡି

22 Nov 2025 By Madhusudan Das

ହିନ୍ଦୋଳ ଟ୍ରେଜେରୀ ଅଫିସ୍‌ର ପୂର୍ବତନ ବରିଷ୍ଠ କିରାଣି ଗିରଫ, ୬୮.୮୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ବର: ଗିରଫ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଟ୍ରେଜେରୀ ଅଫିସ୍‌ର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ । ୬୮.୮୫ ଲକ୍ଷ ସରକାରୀ ଟଙ୍କା ଆତ୍ମସାତ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ ବିଭାଗ । ଏତେସାରା ଟଙ୍କା ଘୋଟଲା କରିଥିବା ନେଇ ଅଭିଯୋଗ ଆସିଲା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ଗତ ୨୦୨୪ ମସିହାରେ ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇ ଢେଙ୍କାନାଳ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ମନୋରଞ୍ଜନ ଫେରାର ହୋଇଯାଇଥିଲେ । ଫଳରେ ଭିଜିଲାନ୍ସ କୋର୍ଟରୁ ତାଙ୍କ ନାମରେ ଗିରଫ ୱାରେଣ୍ଟ ରହିଥିଲା । ତେବେ ଶୁକ୍ରବାର ରାତିରେ ସଦର ଥାନା ଅନ୍ତର୍ଗତ ସାଇଁବିରି ଗାଁ ନିକଟରୁ ଗିରଫ କରିଛି ଢେଙ୍କାନାଳ ଭିଜିଲାନ୍ସ ।

ସୂଚନାଯୋଗ୍ୟ, ହିନ୍ଦୋଳ ସବ୍ ଟ୍ରେଜେରୀ ଅଫିସ୍‌ରେ ମନୋରଞ୍ଜନ ସିନିୟର କ୍ଲର୍କ ଥିବା ବେଳେ ଚଞ୍ଚକତା କରି ଲୋକଙ୍କର ୬୮ ଲକ୍ଷ ୮୫ ହଜାର ପେନ୍‌ସନ୍ ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ହୋଇଥିଲା । ଟଙ୍କା ଆତ୍ମସାତ ନେଇ ଅଭିଯୋଗ ପାଇବା ପରେ ସରକାର ଏହି ଘଟଣାର ତଦନ୍ତ ଭାର ଭିଜିଲାନ୍ସକୁ ହସ୍ତାନ୍ତର କରିଥିଲେ । ଦୁଇ ବର୍ଷ ହେଲା ମନୋରଞ୍ଜନ ଫେରାର ରହିଥିଲେ । ଶେଷରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।  

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର