ବସକୁ ଶୁଣ୍ଢରେ ଠେଲି ଦେଲା ଦନ୍ତା, ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ

The Sakala Picture
Published On

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ରେଞ୍ଜ ଲୁହାପଡା ନିକଟରେ ଆଜି ଏକ ଯାତ୍ରୀବାହୀ ଚଳନ୍ତା ବସକୁ ଏକ ଝାଡଖଣ୍ଡି ଦନ୍ତା ୫୦୦ ମିଟର ଯାଏ ପେଲି ନେଇଥିବା ଜଣା ପଡିଛି। ବସଟି ରାଇବଣିଆ ଥାନା ଓଲମରାରୁ ବାଲେଶ୍ଵର ଆଡ଼କୁ ଯାଉଥିବା ବେଳେ ଲୁହାପଡା ଠାରୁ କିଛି ଦୁରରେ ହଠାତ୍ ଏହି ଦନ୍ତା ବାହାରି ଆସି ବସକୁ ପଛରୁ ପେଲିବା ଆରମ୍ଭ କରିଥିଲା। ଏହି ସମୟରେ ବସର ପଛ କାଚ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା। ତେବେ ବସର […]

ଜଳେଶ୍ଵର : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ରେଞ୍ଜ ଲୁହାପଡା ନିକଟରେ ଆଜି ଏକ ଯାତ୍ରୀବାହୀ ଚଳନ୍ତା ବସକୁ ଏକ ଝାଡଖଣ୍ଡି ଦନ୍ତା ୫୦୦ ମିଟର ଯାଏ ପେଲି ନେଇଥିବା ଜଣା ପଡିଛି। ବସଟି ରାଇବଣିଆ ଥାନା ଓଲମରାରୁ ବାଲେଶ୍ଵର ଆଡ଼କୁ ଯାଉଥିବା ବେଳେ ଲୁହାପଡା ଠାରୁ କିଛି ଦୁରରେ ହଠାତ୍ ଏହି ଦନ୍ତା ବାହାରି ଆସି ବସକୁ ପଛରୁ ପେଲିବା ଆରମ୍ଭ କରିଥିଲା। ଏହି ସମୟରେ ବସର ପଛ କାଚ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିଲା।

ଆହୁରି ପଢ଼ନ୍ତୁ: ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

ତେବେ ବସର ଚାଳକ ବସର ବେଗ ବଢ଼ାଇ ଦେବାରୁ ହାତୀଟି କିଛିବାଟ ଆସିବା ପରେ ପଛରେ ରହିଯାଇଥିଲା। ବସ୍‌କୁ ହାତୀ ଠେଲି ଠେଲି ନେଉଥିବା ବେଳେ ଯାତ୍ରୀଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। ବସ୍‌ରେ ସେହି ସମୟରେ ୨୦ ଜଣ ଯାତ୍ରୀ ରହିଥିଲେ।

ଆହୁରି ପଢ଼ନ୍ତୁ: ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ; ଓଡ଼ିଶା ଉପକୂଳରେ ମେଗା ସମରାଭ୍ୟାସ ସାଗର କବଚ-୨

ପ୍ରକାଶଯୋଗ୍ୟ ଯେ ବାଲେଶ୍ଵର ମୟୁରଭଞ୍ଜ ଓ ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଲୁହାପଡା,ଆମ୍ବତୁମ୍ବା ଓ କେନ୍ଦୁଖୁଣ୍ଟା ଜଙ୍ଗଲରେ ୬୮ ଟି ହାତୀ ଗତ ୪/୫ ଦିନ ଧରି ରହିଛି। ପୂର୍ବରୁ ସେମାନେ ଗୋଠରେ ବୁଲନ୍ତି। ମାତ୍ର ଚଳିତବର୍ଷ ପାଖାପାଖି ହାତୀ ଅଲଗା ଅଲଗା ଗୋଠ ତିଆରି କରି ବୁଲୁଛନ୍ତି। ବର୍ତ୍ତମାନ ଧାନ ଅମଳ ସରିଥିବାରୁ ସେମାନେ ଗାଁ ଭିତରେ ପଶି ଯାଉଛନ୍ତି। ଆଉ ଗାଁରେ ବ୍ୟାପକ ଭଙ୍ଗାରୁଜା କରୁଛନ୍ତି।

ଆହୁରି ପଢ଼ନ୍ତୁ: ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡି ନବନ ଶ୍ରେଣୀ ଛାତ୍ର ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର