ଆଦିବାସୀ ପିଲାଙ୍କ ପାଇଁ ‘ସମହତି’: ୨୧ଟି ଆଦିବାସୀ ଭାଷାରେ ହୋଇଛି ପାଠ୍ୟ ପୁସ୍ତକ

The Sakala Picture
Published On

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତି ଅନୁସାରେ ଏଣିକି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମାତୃଭାଷାରେ ପାଠପଢ଼଼଼ା ହେବ। ଏଦିଗରେ ଓଡ଼ିଶା ଉଲ୍ଲେଖନୀୟ ଅଭିଯାନ ଆରମ୍ଭ କରିଛି। ରଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ‘ସମ୍‍ହତି’ ନାମରେ ଏକ ପ୍ରକଳ୍ପ କରାଯାଇ ୨୧ଟି କଥିତ ଆଦିବାସୀ ଭାଷା ଓ ୭୪ଟି ଉପଭାଷାରେ ପିଲାଙ୍କୁ ପାଠପଢ଼଼଼ାଇବାକୁ ଯୋଜନା କରାଯାଉଛି। ଏସ୍‍ସିଇଆର୍‍ଟି ଓ ଏକାଡେମୀ ଅଫ୍‍ ଟ୍ରାଇବାଲ୍‍ ଲାଙ୍ଗୁଏଜ୍‍ ଆଣ୍ଡ କଲଚର(ଏଟିଏଲ୍‍ସି) ଭୁବନେଶ୍ୱର ମିଳିତ ଭାବେ […]

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତି ଅନୁସାରେ ଏଣିକି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମାତୃଭାଷାରେ ପାଠପଢ଼଼଼ା ହେବ। ଏଦିଗରେ ଓଡ଼ିଶା ଉଲ୍ଲେଖନୀୟ ଅଭିଯାନ ଆରମ୍ଭ କରିଛି। ରଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ‘ସମ୍‍ହତି’ ନାମରେ ଏକ ପ୍ରକଳ୍ପ କରାଯାଇ ୨୧ଟି କଥିତ ଆଦିବାସୀ ଭାଷା ଓ ୭୪ଟି ଉପଭାଷାରେ ପିଲାଙ୍କୁ ପାଠପଢ଼଼଼ାଇବାକୁ ଯୋଜନା କରାଯାଉଛି। ଏସ୍‍ସିଇଆର୍‍ଟି ଓ ଏକାଡେମୀ ଅଫ୍‍ ଟ୍ରାଇବାଲ୍‍ ଲାଙ୍ଗୁଏଜ୍‍ ଆଣ୍ଡ କଲଚର(ଏଟିଏଲ୍‍ସି) ଭୁବନେଶ୍ୱର ମିଳିତ ଭାବେ ଏହି କାହି ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ - କାର୍‌ ସହ ୫ ଡକାୟତ ଗିରଫ

ଓଡ଼ିଶାରେ ବ୍ୟବହୃତ ହେଉଥିବା ୨୧ଟି ଆଦିବାସୀ ଭାଷା ଭିତରୁ ସାନ୍ତାଳି ଭାଷାର ଅଲଚିକି ଲିପି ଥିବା ବେଳେ ତାହା ସମ୍ବିଧାନର ଅଷ୍ଟମ କାର୍ଯ୍ୟସୂଚୀରେ ସାମିଲ ହୋଇଥିବା ବେଳେ ବାକି ଭାଷାର ଓଡିଆ ଲିପି ରହିଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କାର୍ଯ୍ୟକ୍ରମ (ଓସେପା)ରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଠପଢ଼଼଼ାକୁ ସହଜ କରିବା ପାଇଁ ୨୧ଟି ଆଦିବାସୀ ଭାଷାରେ ୩୦୨ରୁ ଅଧିକ ପାଠ୍ୟପୁସ୍ତକ , ୨୫୦୦ ସପ୍ଲିମେଣ୍ଟାରୀ ପାଠ୍ୟପୁସ୍ତକ, ଗପ ବହି, କାହାଣୀ ପୁସ୍ତକ ଆଦି ପ୍ରସ୍ତୁତ କରାଯାଇ ସାରିଛି। ଯଦିଓ ମାତୃଭାଷାରେ ରଚିତ ପୁସ୍ତକକୁ ୫ ମ ଶ୍ରେଣୀ ପିଲାଙ୍କ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ତେବେ ଏହାକୁ କାର୍ଯ୍ୟକାରୀ କରିବା ଅତ୍ୟନ୍ତ କଷ୍ଟକର।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ବୋମାମାଡ଼, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ଅପରପକ୍ଷେ ସମ୍‍ହତି ଅଧୀନରେ ପ୍ରାଥମିକ ସ୍କୁଲ ପାଇଁ ବଛାଯାଇଥିବା ଶିକ୍ଷକଙ୍କୁ ଆଦିବାସୀ ଭାଷାରେ ଜ୍ଞାନ ରଖିବାକୁ ଓ ସେମାନଙ୍କ ଭାଷା ଶିଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଫଳରେ ସେମାନେ ନିଜ ଶ୍ରେଣୀରେ ପଢ଼଼଼ୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ସହଜରେ ବାର୍ତ୍ତାଳାପ କରିପାରିବେ। ପ୍ରାଥମିକ ପର୍ଯ୍ୟାୟରେ ଏଥିପାଇଁ ୧୦୦୦ ଶିକ୍ଷକଙ୍କୁ ଭାଷା ଦକ୍ଷତା ହାସଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ବାବଦରେ ଆଦିବାସୀ ଭାଷା ଗବେଷକ ପରମାନନ୍ଦ ପଟେଲ କହିଛନ୍ତି ମାତୃଭାଷା ଭିତ୍ତିକ ଶିକ୍ଷା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ଜଣେ ଆଦିବାସୀ ଛାତ୍ର ନିଜ ଭାଷାରେ ବିଶ୍ୱକୁ ଚିହ୍ନବ। ମାତୃଭାଷା ଭିତ୍ତିକ ଶିକ୍ଷାର ସବୁଠାରୁ ଭଲ ଦିଗ ହେଉଛି ଏହା ହଜିଯାଉଥିବା ଆଦିବାସୀ ଭାଷାକୁ ବଞ୍ଚାଇ ରଖିବାରେ ସାହାଯ୍ୟକରିବ। ଯଦି ଭାଷା ବଞ୍ଚେ ତେବେ ସଂସ୍କୃତି ସ୍ୱୟଞ୍ଚାଳିତ ଭାବେ ସଂରକ୍ଷିତ ହେବ। ବର୍ତ୍ତମାନ ଓଡ଼ିଶାରେ ତିନିରୁ ୪ଟି ଆଦିବାସୀ ଭାଷାକୁ ଛାଡିଦେଲେ ବାକି ସବୁ ଭାଷା ହଜିଯିବାକୁ ବସିଲାଣି। ଗୋଟିଏ ଗୋଟିଏ ଭାଷାରେ ୧୦୦ରୁ ଅଧିକ ଲୋକ କହିପାରୁଥିବା ଓ ବୁଝିପାରୁଥିବା ଭଳି ବି ନାହାଁନ୍ତି।

ଆହୁରି ପଢ଼ନ୍ତୁ: ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ; ହାତ ଟେକି ଦେଇଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଏ ବାବଦରେ ଏସ୍‍ସିଏସ୍‍ଟିଆର୍‍ଟିଆଇର ନିର୍ଦ୍ଦେଶକ ଏବି ହୋତା କହିଛନ୍ତି ଆମେ ୨୧ଟି ଭାଷାରେ ଦ୍ୱିଭାଷୀ ଅଭିଧାନ ପ୍ରସ୍ତୁତ କରି ସାରିଛୁ। ତ୍ରିଭାଷୀ ଦକ୍ଷତା ଥିବା ମଡ୍ୟୁଲ୍‍ ବି ପ୍ରସ୍ତୁତ କରାଯାଇଛି। ଯାହାକି ଜଣେ ବ୍ୟକ୍ତିକୁ ଆଦିବାସୀ ଭାଷା ଶିଖିବାରେ ସାହାଯ୍ୟ କରିବ।

ଅନୁସୂଚିତ ଜାତି ଓ ଜନଜାତି ବିଭାଗ ରାଜ୍ୟର ୧୭୩୨ ଆବାସିକ ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିବା ବେଳେ ସେଠାରେ ୪.୫ ଲକ୍ଷରୁ ବେଶୀ ଆଦିବାସୀ ଓ ଅନୁସୂଚିତ ଜାତି ବିଭାଗ ଛାତ୍ରଛାତ୍ରୀମାନେ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ପାଠ ପଢୁଛନ୍ତି। ତେବେ ନୂଆକରି ଆରମ୍ଭ ହୋଇଥିବା ‘ସମ୍‍ହତି’ ଯୋଜନାରେ ରାଜ୍ୟର ୧୪୫୦ ପ୍ରାଥମିକ ସ୍କୁଲର ୨.୫ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବାକୁ ସ୍ଥିର କରାଯାଇଛି। ଏହାସହ ସ୍କୁଲ ଓ ଗଣଶିକ୍ଷା ବିଭାଗ ୧୭ଟି ଆଦିବାସୀ ବହୁଳ ଜିଲ୍ଲାର ୧୫୦୦ ସ୍କୁଲ ପରିଚାଳନା କରାଯାଉଛି। ସେଠାରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମାତୃଭାଷାରେ ପାଠପଢ଼଼଼ାଇବା ପାଇଁ ୨୨୨ ଜଣ ଭାଷା ଭିତ୍ତିକ ଶିକ୍ଷକ ଓ ସମୁଦାୟ ୩୩୨୮ ଜଣ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି।
ଓଡ଼ିଶାରେ ୬୨ ଟି ବିଭିନ୍ନ ସମ୍ପ୍ରଦାୟର ଆଦିବାସୀମାନେ ବାସ କରିଥାନ୍ତି। ସେମାନଙ୍କ ମଧ୍ୟରେ ୧୩ଟି ଗୋଷ୍ଠୀ ପିଭିଟିଜି ଅଧୀନରେ ଆସୁଛନ୍ତି। ଯେହେତୁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଆବାସିକ ସ୍କୁଲ ଚଳାଉଛନ୍ତି। ତେଣୁ ପ୍ରତ୍ୟେକ ଆଦିବାସୀ ସ୍କୁଲରେ ସମସ୍ତ ଆଦିବାସୀ ସମ୍ପ୍ରଦାୟର ପିଲାମାନେ ଏକାଠି ନାମ ଲେଖାଉଛନ୍ତି। ତେଣୁ ଗୋଟିଏ ଶ୍ରେଣୀରେ ବିଭିନ୍ନ ଭାଷାଭାଷୀର ଛାତ୍ରଛାତ୍ରୀପାଠ ପଢ଼଼଼ୁଛନ୍ତି। ଏଭଳି ସ୍ଥଳେ ଗୋଟିଏ ବିଦ୍ୟାଳୟରେ ପ୍ରତ୍ୟେକ ଆଦିବାସୀ ଭାଷା ପାଇଁ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି କରିବା ସମ୍ଭବ ନୁହେଁ। ତେଣୁ ରାଜ୍ୟ ସରକାର ଶିକ୍ଷକଙ୍କୁ ତାଲିମ ସମୟରେ ଅତିରିକ୍ତ ଆଦିବାସୀ ଭାଷାରେ ଦକ୍ଷତା ହାସଲ କରିବାକୁ ପରାମର୍ଶ ଦେଇପାରିବେ ବୋଲି ଜଣେ ଗବେଷକ କହିଛନ୍ତି।

ଗବେଷକମାନେ ଆହୁରି କହିଛନ୍ତି ଯେ; ପ୍ରାଥମିକ ବିଦ୍ୟାଳୟରେ ଆଦିବାସୀ ଭାଷାଗୁଡିକ ଶିକ୍ଷାର ମାଧ୍ୟମ ସାଜିବା ପୂର୍ବରୁ ଏହି ଭାଷା ଗୁଡିକର ମାନ ଠିକ୍‍ କରାଯିବା ଦରକାର। ଅପରପକ୍ଷେ ମାତୃଭାଷା ଭିତ୍ତିକ ଶିକ୍ଷାକୁ କାର୍ଯ୍ୟକାରୀ କରିବାରେ ବ୍ୟବହାରିକ ସମସ୍ୟାର ସମାଧାନ ପାଇଁ ଏକ ସମନ୍ୱିତ ଭାଷା ଲାବେରେଟୋରୀ ପ୍ରତିଷ୍ଠା କରିବାକୁ ଏସ୍‍ସିଏସ୍‍ଟିଆର୍‍ଟିଆଇ ବିଭାଗ ପ୍ରସ୍ତାବ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର