ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେଡିର ବିଧାୟକ

The Sakala Picture
Published On

ଭୁବନେଶ୍ବର : ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ ଦ୍ୱାରା ବିଧାନସଭାର ଗରିମା କ୍ଷୁର୍ଣ୍ଣ ହୋଇଛି । ବିଧାୟକ ସୁବାସ ପାଣିଗ୍ରାହୀ ପବିତ୍ର ଗୃହରେ ଯେଉଁ ନିନ୍ଦନିୟ କାର୍ଯ୍ୟ କରିଛନ୍ତି ସେଥିପାଇଁ କ୍ଷମା ପ୍ରାଥନା କରନ୍ତୁ । ଏହି ଦାବି ନେଇ ଆଜି ବିଜେଡିର ବିଧାୟକ ମାନେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି। ଆଜି ବିଧାନସଭା ଆରମ୍ଭରୁ ଶାସକ ଦଳର ବିଧାୟକାମାନେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ  ସୁବାସ ପାଣିଗ୍ରାହୀ କ୍ଷମା ମାଗିବା […]

ଭୁବନେଶ୍ବର : ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ ଦ୍ୱାରା ବିଧାନସଭାର ଗରିମା କ୍ଷୁର୍ଣ୍ଣ ହୋଇଛି । ବିଧାୟକ ସୁବାସ ପାଣିଗ୍ରାହୀ ପବିତ୍ର ଗୃହରେ ଯେଉଁ ନିନ୍ଦନିୟ କାର୍ଯ୍ୟ କରିଛନ୍ତି ସେଥିପାଇଁ କ୍ଷମା ପ୍ରାଥନା କରନ୍ତୁ । ଏହି ଦାବି ନେଇ ଆଜି ବିଜେଡିର ବିଧାୟକ ମାନେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି।

ଆହୁରି ପଢ଼ନ୍ତୁ: ତିରିଂରେ ଡବଲ ମର୍ଡର: ନିଶାଶକ୍ତ ଅବସ୍ଥାରେ ଶାବଳରେ ନୃଶଂସ ହତ୍ୟା

ଆଜି ବିଧାନସଭା ଆରମ୍ଭରୁ ଶାସକ ଦଳର ବିଧାୟକାମାନେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ  ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଟଳ ରହିଥିଲେ। ଏହି ପ୍ରସଙ୍ଗରେ ଗୃହରେ ହୋହାଲ୍ଲା ପରେ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ବୟଫ୍ରେଣ୍ଡ୍ ରୁମରେ ଗର୍ଲଫ୍ରେଣ୍ଡକୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ

ଆହୁରି ପଢ଼ନ୍ତୁ: ଅଧାବାଟରେ ଆମ୍ବୁଲାନ୍ସରୁ ସରିଗଲା ପେଟ୍ରୋଲ, ଚାଲିଗଲା ରୋଗୀର ଜୀବନ !

ଗୃହ ମୁଲତବି ପରେ ବିଜୁ ଜନତା ଦଳର ସମସ୍ତ ବିଧାୟକମାନେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ ଯେଉଁ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି ତାହା ଜଣାଇବା ପାଇଁ ରାଜ୍ୟପାଳଙ୍କ ବାସଭବନ(ରାଜଭବନ) ଅଭିମୁଖେ ଯାତ୍ରା କରିଥିଲେ। ସୁବାସ ପାଣିଗ୍ରାହୀ ଯେଉଁ ପଦକ୍ଷେପ ନେଇଥିଲେ ତାହା ବ୍ୟକ୍ତିଗତ ଥିଲା ନା ଦଳର ଆଭିମୁଖ୍ୟ ଥିଲା ତାକୁ ବିଜେପି ସ୍ପଷ୍ଟ କରୁ ବୋଲି ପଦଯାତ୍ରା ବେଳେ ବିଧାୟକ ଦାବି କରିଛନ୍ତି ।

ଅନ୍ୟପକ୍ଷେ ସୁବାସ ପାଣିଗ୍ରାହୀ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାଶ। ‘ଆତ୍ମହତ୍ୟା ଏକ ଅପରାଧପ୍ରବଣ ମାନସିକତା ଏଣୁ ବିଧାୟକ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାଶ। ସୁବାସ ପାଣିଗ୍ରାହୀ ବେଆଇନ କାମ କରିଛନ୍ତି, ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ରୋହିତ ପୂଜାରୀ କହିଛନ୍ତି। ବିଜେପି ସଦସ୍ୟମାନେ ଗୃହକୁ ଚଳାଇ ଦେଉନାହାନ୍ତି। ସେମାନେ ଗୃହର ମର୍ଯ୍ୟଦା  ହାନି କରୁଥିବା କହିଛନ୍ତି ବିଧାୟକ ଶଶି ଭୂଷଣ ବେହେରା। ବିଧାନସଭା ଏକ ଆଲୋଚନାର ଗୃହ, ଆତ୍ମହତ୍ୟାର ଗୃହ ନୁହେଁ ବୋଲି କହିଛନ୍ତି ପ୍ରଣବ ବଳବନ୍ତରାୟ। ସେହିଭଳି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଏହା ବିଜେପି ବିଧାୟକଙ୍କ ଅପରିପକ୍ୱତା।

17 Mar 2021 By The Sakala

ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେଡିର ବିଧାୟକ

ଭୁବନେଶ୍ବର : ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ ଦ୍ୱାରା ବିଧାନସଭାର ଗରିମା କ୍ଷୁର୍ଣ୍ଣ ହୋଇଛି । ବିଧାୟକ ସୁବାସ ପାଣିଗ୍ରାହୀ ପବିତ୍ର ଗୃହରେ ଯେଉଁ ନିନ୍ଦନିୟ କାର୍ଯ୍ୟ କରିଛନ୍ତି ସେଥିପାଇଁ କ୍ଷମା ପ୍ରାଥନା କରନ୍ତୁ । ଏହି ଦାବି ନେଇ ଆଜି ବିଜେଡିର ବିଧାୟକ ମାନେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି।

ଆଜି ବିଧାନସଭା ଆରମ୍ଭରୁ ଶାସକ ଦଳର ବିଧାୟକାମାନେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ  ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଟଳ ରହିଥିଲେ। ଏହି ପ୍ରସଙ୍ଗରେ ଗୃହରେ ହୋହାଲ୍ଲା ପରେ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଥିଲେ।

ଗୃହ ମୁଲତବି ପରେ ବିଜୁ ଜନତା ଦଳର ସମସ୍ତ ବିଧାୟକମାନେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ ଯେଉଁ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି ତାହା ଜଣାଇବା ପାଇଁ ରାଜ୍ୟପାଳଙ୍କ ବାସଭବନ(ରାଜଭବନ) ଅଭିମୁଖେ ଯାତ୍ରା କରିଥିଲେ। ସୁବାସ ପାଣିଗ୍ରାହୀ ଯେଉଁ ପଦକ୍ଷେପ ନେଇଥିଲେ ତାହା ବ୍ୟକ୍ତିଗତ ଥିଲା ନା ଦଳର ଆଭିମୁଖ୍ୟ ଥିଲା ତାକୁ ବିଜେପି ସ୍ପଷ୍ଟ କରୁ ବୋଲି ପଦଯାତ୍ରା ବେଳେ ବିଧାୟକ ଦାବି କରିଛନ୍ତି ।

ଅନ୍ୟପକ୍ଷେ ସୁବାସ ପାଣିଗ୍ରାହୀ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାଶ। ‘ଆତ୍ମହତ୍ୟା ଏକ ଅପରାଧପ୍ରବଣ ମାନସିକତା ଏଣୁ ବିଧାୟକ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାଶ। ସୁବାସ ପାଣିଗ୍ରାହୀ ବେଆଇନ କାମ କରିଛନ୍ତି, ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ରୋହିତ ପୂଜାରୀ କହିଛନ୍ତି। ବିଜେପି ସଦସ୍ୟମାନେ ଗୃହକୁ ଚଳାଇ ଦେଉନାହାନ୍ତି। ସେମାନେ ଗୃହର ମର୍ଯ୍ୟଦା  ହାନି କରୁଥିବା କହିଛନ୍ତି ବିଧାୟକ ଶଶି ଭୂଷଣ ବେହେରା। ବିଧାନସଭା ଏକ ଆଲୋଚନାର ଗୃହ, ଆତ୍ମହତ୍ୟାର ଗୃହ ନୁହେଁ ବୋଲି କହିଛନ୍ତି ପ୍ରଣବ ବଳବନ୍ତରାୟ। ସେହିଭଳି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଏହା ବିଜେପି ବିଧାୟକଙ୍କ ଅପରିପକ୍ୱତା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର