ଡାକବାଲାକୁ ଅପେକ୍ଷାର ଘଟିବ ଅନ୍ତ: ଏଣିକି ଅନଲାଇନରେ ମିଳିବ ଡିଏଲ୍ ଓ ଆରସି

The Sakala Picture
Published On

ଭୁବନେଶ୍ବର: ଡ୍ରାଇଭିଂ ଲାଇସେନ୍ସ ହେଉ କି ରେଜିଷ୍ଟ୍ରେସନ (ଆର୍‌ସି) ଅଥବା ଅନ୍ୟ କାଗଜପତ୍ର ପାଇବା ପାଇଁ ଆଉ ଡାକବାଲାକୁ ଅପେକ୍ଷା କରିବାକୁ ପଡ଼ିବନାହିଁ। ଜାନୁଆରୀ ପହିଲାରୁ ନୂଆ ବ୍ୟବସ୍ଥା ଅନୁସାରେ ଆବେଦନକାରୀ ସ୍ବତନ୍ତ୍ର ପୋର୍ଟାଲରୁ ଡାଉନଲୋଡ୍ କରିହେବ । ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ବତନ୍ତ୍ର ସଫ୍ଟୱେର ପ୍ରସ୍ତୁତ କରିବ ଏନ୍‌ଆଇସି ପକ୍ଷରୁ ସଫ୍ଟୱେର ପ୍ରସ୍ତୁତ କରାଯିବ। ସ୍ମାର୍ଟ କାର୍ଡ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍), ଗାଡ଼ି ପଞ୍ଜୀକରଣ ପ୍ରମାଣପତ୍ର (ଆର୍‌ସି), କାଗଜ ଯୁକ୍ତ ଲର୍ଣ୍ଣର […]

ଭୁବନେଶ୍ବର: ଡ୍ରାଇଭିଂ ଲାଇସେନ୍ସ ହେଉ କି ରେଜିଷ୍ଟ୍ରେସନ (ଆର୍‌ସି) ଅଥବା ଅନ୍ୟ କାଗଜପତ୍ର ପାଇବା ପାଇଁ ଆଉ ଡାକବାଲାକୁ ଅପେକ୍ଷା କରିବାକୁ ପଡ଼ିବନାହିଁ। ଜାନୁଆରୀ ପହିଲାରୁ ନୂଆ ବ୍ୟବସ୍ଥା ଅନୁସାରେ ଆବେଦନକାରୀ ସ୍ବତନ୍ତ୍ର ପୋର୍ଟାଲରୁ ଡାଉନଲୋଡ୍ କରିହେବ । ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ବତନ୍ତ୍ର ସଫ୍ଟୱେର ପ୍ରସ୍ତୁତ କରିବ ଏନ୍‌ଆଇସି ପକ୍ଷରୁ ସଫ୍ଟୱେର ପ୍ରସ୍ତୁତ କରାଯିବ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ସ୍ମାର୍ଟ କାର୍ଡ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍), ଗାଡ଼ି ପଞ୍ଜୀକରଣ ପ୍ରମାଣପତ୍ର (ଆର୍‌ସି), କାଗଜ ଯୁକ୍ତ ଲର୍ଣ୍ଣର ଲାଇସେନ୍ସ, ଆରସି ବୁକ୍, ଟ୍ରେଡ୍ ସାର୍ଟିଫିକେଟ୍, ଫିଟନେସ୍ ସାର୍ଟିଫିକେଟ ଓ ପରମିଟ ଏବଂ ପରିବହନ ସେବା ସମ୍ପର୍କିତ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ୨୦୦୬ ଜୁଲାଇ ୨୯ ତାରିଖରେ ରାଜ୍ୟ ସରକାର ନୂଆଦିଲ୍ଲୀର ସ୍ମାର୍ଟ ଚିପ୍ ଲିମିଟେଡ୍‌ କମ୍ପାନୀ ସହ ବୁଝାମଣା କରିଥିଲେ। ଚଳିତ ବର୍ଷ ଜୁଲାଇ ୨୮ ତାରିଖରେ ଏହି ଚୁକ୍ତି ଶେଷ ହୋଇଯାଇଛି। ତେବେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅବଧିକୁ ବଢ଼ାଯାଇଛି। ସମ୍ପ୍ରତି ପରିବହନ ଓ ଯାନ ବାହନ ସମ୍ପର୍କିତ ସେବାରେ ବ୍ୟାପକ ସଂସ୍କାର ଆଣିବା ଦିଗରେ ‘୫-ଟି’ ଉପକ୍ରମ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ମାର୍ଟଚିପ୍ ଲିମିଟେଡ୍‌ର କାର୍ଯ୍ୟକାଳ ଶେଷ ହେଲେ ଜନସାଧାରଣଙ୍କୁ ବାଧାବିହୀନ ସେବା ଯୋଗାଇ ଦେବା ଉପରେ ବିଭାଗ ଗୁରୁତ୍ବ ଦେଉଛି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ତେଣୁ ଏନ୍‌ଆଇସି ଜରିଆରେ ପରିବହନ ବିଭାଗ ଏକ ସ୍ଵତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ସମ୍ପ୍ରତି ଅନ୍‌ଲାଇନ୍ ସେବା ପାଇଁ ଆମର ୱେବ୍‌ସାଇଟ୍ ରହିଛି। ତେବେ କମ୍ପାନୀ ଯିବା ପରେ ନିରବିଚ୍ଛିନ୍ନ ଭାବେ ସେବା ଯୋଗାଣ ଉଦ୍ଦେଶ୍ୟରେ ପୋର୍ଟାଲ ପ୍ରସ୍ତୁତ କରାଯାଉଛି। ଏହା ଜରିଆରେ ଡିଏଲ୍ ଆରସି ଏବଂ ଅନ୍ୟ ସମସ୍ତ କାଗଜପତ୍ର ଡାଉନଲୋଡ୍ କରିହେବ। ଆରଟିଓରେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଆବେଦନକାରୀଙ୍କ ମୋବାଇଲ୍‌କୁ ଏକ ମ୍ୟାସେଜ୍ ଆସିବ ଏବଂ ଏହା ପରେ ଆବେଦନକାରୀ ନିଜ ସୁବିଧା ଅନୁସାରେ ଡାଉନଲୋଡ୍ କରିପାରିବେ। ଲୋକେ ଉଭୟ ପିଡିଏଫ୍ ଏବଂ ପ୍ଲାଷ୍ଟିକ୍ କାର୍ଡ ଫର୍ମାଟ୍‌ରେ ଡାଉନଲୋଡ୍ କରିପାରିବେ । ଏହାର ସଫ୍ଟ କପିକୁ ମୋବାଇଲ, କମ୍ପ୍ୟୁଟର ଅବା ଅନ୍‌ଲାଇନ୍‌ରେ ସଂରକ୍ଷିତ ରଖିପାରିବେ। ଡାଉନ୍‌ଲୋଡ ହେଉଥିବା ଡିଏଲ୍, ଆରସି ଏବଂ ଅନ୍ୟ ପ୍ରମାଣପତ୍ରରେ ଡିଜିଟାଲ ଦସ୍ତଖତ ଅବା ଇ-ସିଗ୍‌ନେଚର୍ ରହିବ । ଏହା ଦ୍ବାରା ଲୋକଙ୍କ ସମୟ ଓ ଅର୍ଥର ଅପଚୟକୁ ରୋକାଯାଇପାରିବ । ଜାନୁଆରୀ ପହିଲାରୁ ନୂଆ ବ୍ୟବସ୍ଥା ଲାଗୁ ହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ନୋଜ୍-ହ୍ୱିଲରେ ତ୍ରୁଟି ଯୋଗୁଁ ଫୁକେଟ୍ ବିମାନବନ୍ଦରରେ ହାର୍ଡ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ମୋଟର ଯାନ ଆଇନ-୧୯୮୮ର ଧାରା ୨୧୧ (ଏ), କେନ୍ଦ୍ରୀୟ ମୋଟର ଯାନ ନିୟମ-୧୯୮୯ର ଚୁଲ୍-୧୭୧ ଉପଧାରା (୨) ବଳରେ ରାଜ୍ୟ ସରକାର ଜାନୁଆରୀ ୧ରୁ ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବାପେକ୍ଷା ପରିବହନ ବିଭାଗ ସେବାରେ ବ୍ୟାପକ ପରିବର୍ତ୍ତନ ଆସିଛି। ତେବେ ସ୍ମାର୍ଟ କାର୍ଡ ଡିଏଲ୍ ଆରସି ତଥା ଅନ୍ୟ କାଗଜପତ୍ର ନିର୍ଦ୍ଧାରିତ ସମୟରେ ପ୍ରସ୍ତୁତ ହୋଇ ଯାଉଥିଲେ ସୁଦ୍ଧା ଲୋକଙ୍କ ଘରେ ପହଞ୍ଚୁ ନଥିଲା। ଆରଟିଓରୁ ସିଧାସଳଖ ସଂଗ୍ରହ କରିବା ମଧ୍ୟ ସମ୍ଭବ ନୁହେଁ । ଏପରିସ୍ଥଳେ ଜନସାଧାରଣ ସମସ୍ୟା ଭୋଗୁଥିଲେ। ତେବେ ନୂଆ ବ୍ୟବସ୍ଥାରେ ଅନେକ ସମସ୍ୟା ଦୂର ହୋଇ ପାରିବ ବୋଲି ଆଶା କରାଯାଉଛି।

16 Nov 2021 By The Sakala

ଡାକବାଲାକୁ ଅପେକ୍ଷାର ଘଟିବ ଅନ୍ତ: ଏଣିକି ଅନଲାଇନରେ ମିଳିବ ଡିଏଲ୍ ଓ ଆରସି

ଭୁବନେଶ୍ବର: ଡ୍ରାଇଭିଂ ଲାଇସେନ୍ସ ହେଉ କି ରେଜିଷ୍ଟ୍ରେସନ (ଆର୍‌ସି) ଅଥବା ଅନ୍ୟ କାଗଜପତ୍ର ପାଇବା ପାଇଁ ଆଉ ଡାକବାଲାକୁ ଅପେକ୍ଷା କରିବାକୁ ପଡ଼ିବନାହିଁ। ଜାନୁଆରୀ ପହିଲାରୁ ନୂଆ ବ୍ୟବସ୍ଥା ଅନୁସାରେ ଆବେଦନକାରୀ ସ୍ବତନ୍ତ୍ର ପୋର୍ଟାଲରୁ ଡାଉନଲୋଡ୍ କରିହେବ । ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ବତନ୍ତ୍ର ସଫ୍ଟୱେର ପ୍ରସ୍ତୁତ କରିବ ଏନ୍‌ଆଇସି ପକ୍ଷରୁ ସଫ୍ଟୱେର ପ୍ରସ୍ତୁତ କରାଯିବ।

ସ୍ମାର୍ଟ କାର୍ଡ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍), ଗାଡ଼ି ପଞ୍ଜୀକରଣ ପ୍ରମାଣପତ୍ର (ଆର୍‌ସି), କାଗଜ ଯୁକ୍ତ ଲର୍ଣ୍ଣର ଲାଇସେନ୍ସ, ଆରସି ବୁକ୍, ଟ୍ରେଡ୍ ସାର୍ଟିଫିକେଟ୍, ଫିଟନେସ୍ ସାର୍ଟିଫିକେଟ ଓ ପରମିଟ ଏବଂ ପରିବହନ ସେବା ସମ୍ପର୍କିତ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ୨୦୦୬ ଜୁଲାଇ ୨୯ ତାରିଖରେ ରାଜ୍ୟ ସରକାର ନୂଆଦିଲ୍ଲୀର ସ୍ମାର୍ଟ ଚିପ୍ ଲିମିଟେଡ୍‌ କମ୍ପାନୀ ସହ ବୁଝାମଣା କରିଥିଲେ। ଚଳିତ ବର୍ଷ ଜୁଲାଇ ୨୮ ତାରିଖରେ ଏହି ଚୁକ୍ତି ଶେଷ ହୋଇଯାଇଛି। ତେବେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅବଧିକୁ ବଢ଼ାଯାଇଛି। ସମ୍ପ୍ରତି ପରିବହନ ଓ ଯାନ ବାହନ ସମ୍ପର୍କିତ ସେବାରେ ବ୍ୟାପକ ସଂସ୍କାର ଆଣିବା ଦିଗରେ ‘୫-ଟି’ ଉପକ୍ରମ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ମାର୍ଟଚିପ୍ ଲିମିଟେଡ୍‌ର କାର୍ଯ୍ୟକାଳ ଶେଷ ହେଲେ ଜନସାଧାରଣଙ୍କୁ ବାଧାବିହୀନ ସେବା ଯୋଗାଇ ଦେବା ଉପରେ ବିଭାଗ ଗୁରୁତ୍ବ ଦେଉଛି।

ତେଣୁ ଏନ୍‌ଆଇସି ଜରିଆରେ ପରିବହନ ବିଭାଗ ଏକ ସ୍ଵତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି। ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ସମ୍ପ୍ରତି ଅନ୍‌ଲାଇନ୍ ସେବା ପାଇଁ ଆମର ୱେବ୍‌ସାଇଟ୍ ରହିଛି। ତେବେ କମ୍ପାନୀ ଯିବା ପରେ ନିରବିଚ୍ଛିନ୍ନ ଭାବେ ସେବା ଯୋଗାଣ ଉଦ୍ଦେଶ୍ୟରେ ପୋର୍ଟାଲ ପ୍ରସ୍ତୁତ କରାଯାଉଛି। ଏହା ଜରିଆରେ ଡିଏଲ୍ ଆରସି ଏବଂ ଅନ୍ୟ ସମସ୍ତ କାଗଜପତ୍ର ଡାଉନଲୋଡ୍ କରିହେବ। ଆରଟିଓରେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଆବେଦନକାରୀଙ୍କ ମୋବାଇଲ୍‌କୁ ଏକ ମ୍ୟାସେଜ୍ ଆସିବ ଏବଂ ଏହା ପରେ ଆବେଦନକାରୀ ନିଜ ସୁବିଧା ଅନୁସାରେ ଡାଉନଲୋଡ୍ କରିପାରିବେ। ଲୋକେ ଉଭୟ ପିଡିଏଫ୍ ଏବଂ ପ୍ଲାଷ୍ଟିକ୍ କାର୍ଡ ଫର୍ମାଟ୍‌ରେ ଡାଉନଲୋଡ୍ କରିପାରିବେ । ଏହାର ସଫ୍ଟ କପିକୁ ମୋବାଇଲ, କମ୍ପ୍ୟୁଟର ଅବା ଅନ୍‌ଲାଇନ୍‌ରେ ସଂରକ୍ଷିତ ରଖିପାରିବେ। ଡାଉନ୍‌ଲୋଡ ହେଉଥିବା ଡିଏଲ୍, ଆରସି ଏବଂ ଅନ୍ୟ ପ୍ରମାଣପତ୍ରରେ ଡିଜିଟାଲ ଦସ୍ତଖତ ଅବା ଇ-ସିଗ୍‌ନେଚର୍ ରହିବ । ଏହା ଦ୍ବାରା ଲୋକଙ୍କ ସମୟ ଓ ଅର୍ଥର ଅପଚୟକୁ ରୋକାଯାଇପାରିବ । ଜାନୁଆରୀ ପହିଲାରୁ ନୂଆ ବ୍ୟବସ୍ଥା ଲାଗୁ ହେବ ବୋଲି ସେ କହିଛନ୍ତି।

ମୋଟର ଯାନ ଆଇନ-୧୯୮୮ର ଧାରା ୨୧୧ (ଏ), କେନ୍ଦ୍ରୀୟ ମୋଟର ଯାନ ନିୟମ-୧୯୮୯ର ଚୁଲ୍-୧୭୧ ଉପଧାରା (୨) ବଳରେ ରାଜ୍ୟ ସରକାର ଜାନୁଆରୀ ୧ରୁ ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବାପେକ୍ଷା ପରିବହନ ବିଭାଗ ସେବାରେ ବ୍ୟାପକ ପରିବର୍ତ୍ତନ ଆସିଛି। ତେବେ ସ୍ମାର୍ଟ କାର୍ଡ ଡିଏଲ୍ ଆରସି ତଥା ଅନ୍ୟ କାଗଜପତ୍ର ନିର୍ଦ୍ଧାରିତ ସମୟରେ ପ୍ରସ୍ତୁତ ହୋଇ ଯାଉଥିଲେ ସୁଦ୍ଧା ଲୋକଙ୍କ ଘରେ ପହଞ୍ଚୁ ନଥିଲା। ଆରଟିଓରୁ ସିଧାସଳଖ ସଂଗ୍ରହ କରିବା ମଧ୍ୟ ସମ୍ଭବ ନୁହେଁ । ଏପରିସ୍ଥଳେ ଜନସାଧାରଣ ସମସ୍ୟା ଭୋଗୁଥିଲେ। ତେବେ ନୂଆ ବ୍ୟବସ୍ଥାରେ ଅନେକ ସମସ୍ୟା ଦୂର ହୋଇ ପାରିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର