ବିଧାନସଭା ଅପଡ଼େଟ୍: ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲେ ବିଜେଡି…

The Sakala Picture
Published On

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହଜି ଯାଇଛନ୍ତି । ତେଣୁ ତାଙ୍କୁ ଖୋଜିବାକୁ ବାହାରିଛନ୍ତି ବିଜେଡି ବିଧାୟକ । ହାତରେ ଧରିଛନ୍ତି ଲଣ୍ଠନ । ବିଧାନସଭାରେ କୋଠରୀରୁ କୋଠରୀ ବୁଲି ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ।ଆଜି ଗୃହରେ ବିଜେପି ବିଧାୟକଙ୍କ ଗୁଣ୍ଠାରାଜ ଦେଖିବାକୁ ମିଳିଛି । ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରୁଥିବା ବେଳେ ବିଜେପି ବିଧାୟକ ବାଧା ଦେଇଥିଲେ । କଥା ସେତିକିରେ ସରି ନଥିଲା । ବିଜେପିର ବିବାଦୀୟ ବିଧାୟକ […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହଜି ଯାଇଛନ୍ତି । ତେଣୁ ତାଙ୍କୁ ଖୋଜିବାକୁ ବାହାରିଛନ୍ତି ବିଜେଡି ବିଧାୟକ । ହାତରେ ଧରିଛନ୍ତି ଲଣ୍ଠନ । ବିଧାନସଭାରେ କୋଠରୀରୁ କୋଠରୀ ବୁଲି ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ।ଆଜି ଗୃହରେ ବିଜେପି ବିଧାୟକଙ୍କ ଗୁଣ୍ଠାରାଜ ଦେଖିବାକୁ ମିଳିଛି । ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରୁଥିବା ବେଳେ ବିଜେପି ବିଧାୟକ ବାଧା ଦେଇଥିଲେ । କଥା ସେତିକିରେ ସରି ନଥିଲା । ବିଜେପିର ବିବାଦୀୟ ବିଧାୟକ ଜୟନାରାୟଣ, ତାରାଙ୍କ କଲର ଧରି ଘୋଷାଡି ଦେବା ସହ ତାଙ୍କୁ ଠେଲାପେଲା କରିଥିଲେ । ଏହାକୁ ନେଇ ଉଭୟ ବିରୋଧୀ କଂଗ୍ରେସ ଓ ଶାସକ ବିଧାୟକଙ୍କ ମଧ୍ୟରେ ହାତହାତି ପର୍ଯ୍ୟନ୍ତ କଥା ଯାଇଥିଲା ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ଗୃହ ଭିତରେ ବିଜେପି ବିଧାୟକଙ୍କ ଏମିତି ଗୁଣ୍ଡାରାଜକୁ ବିଜେଡି ବିରୋଧ କରିଛି । ଦଳର ସଦସ୍ୟମାନେ ହାତରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ବିଜେଡିର ସମସ୍ତ ବିଧାୟକ ଲଣ୍ଠନ ଧରି ପ୍ରଥମେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଥିଲେ । ଏହାପରେ ବିଧାନସଭା ମଧ୍ୟରେ କୋଠରୀରୁ କୋଠରୀକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଛନ୍ତି । ଏନେଇ ଦଳ ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ହଜି ଯାଇଛନ୍ତି । ତାଙ୍କୁ ଖୋଜିବା ପାଇଁ ଲଣ୍ଠନ ଧରି ବାହାରିଛୁ ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର