ମନୋରଞ୍ଜନ
ଓଡ଼ିଶା
କୂଅରୁ ବାଛୁରୀ ଛୁଆକୁ ଉଦ୍ଧାର କରିବାକୁ ଯାଇ ଯୁବକଙ୍କ ମୃତ୍ୟୁ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ରାସୋଳ ଥାନା ଆନ୍ତର୍ଗତ ଜାମୁଚକଡା ଗ୍ରାମର ଆଜି ସନ୍ଧ୍ୟା ସମୟରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏକ କୂଅରେ ବାଛୁରୀ ଛୁଆ ପଡ଼ି ଯାଇଥିଲା । ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକ କୂଅକୁ ଯାଇଥିଲେ । ସେଠାରେ ଯୁବକ ଜଣଙ୍କ ଅଣନିଃଶ୍ବାସୀ ହୋଇ ଅଚେତ ହୋଇ ପଡ଼ିଥିଲେ। ପରେ ଲୋକେ ଦେଖି ଖଜୁରୀଆକଟା […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ରାସୋଳ ଥାନା ଆନ୍ତର୍ଗତ ଜାମୁଚକଡା ଗ୍ରାମର ଆଜି ସନ୍ଧ୍ୟା ସମୟରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ଏକ କୂଅରେ ବାଛୁରୀ ଛୁଆ ପଡ଼ି ଯାଇଥିଲା । ବାଛୁରୀକୁ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକ କୂଅକୁ ଯାଇଥିଲେ । ସେଠାରେ ଯୁବକ ଜଣଙ୍କ ଅଣନିଃଶ୍ବାସୀ ହୋଇ ଅଚେତ ହୋଇ ପଡ଼ିଥିଲେ। ପରେ ଲୋକେ ଦେଖି ଖଜୁରୀଆକଟା ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ବେଳକୁ ଉକ୍ତ ଯୁବକଙ୍କର ମୃତ୍ୟୁ ଘଟି ଯାଇଥିଲା। ମୃତ ଯୁବକ ଜଣଙ୍କ ସେହି ଗ୍ରାମର ହିମାଂଶୁ ନାୟକ ବୋଲି ଜଣାପଡ଼ିଛି।