ଆଜିଠୁ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା, ଯୋଗ ଦେଉଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ମହିମା ଭକ୍ତ ଓ ସାଧୁସନ୍ଥ

The Sakala Picture
Published On

ଢେଙ୍କାନାଳ : ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା। ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ମହିମା ପୀଠ । ସାଧୁସନ୍ଥ ଓ ଭକ୍ତ ମାନଙ୍କ ମୁହଁରୁ ନିସୃତ ଶୂନ୍ୟ ବ୍ରହ୍ମ ମହିମା ଅଲେଖ ବାଣୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ମାଘ ଚତୁର୍ଦଶୀ ଅଲେଖ ଗୋସେଇଁଙ୍କ ଇହଲୀଳା ସମ୍ବରଣ ଦିବସଟି ମହିମା ଧର୍ମଲମ୍ବୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ । ଯାହାକୁ ଦୀର୍ଘ୧୫୧ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ମହାସମାରୋହରେ ପାଳନ କରାଯାଉଛି । […]

ଢେଙ୍କାନାଳ : ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା। ଯୋରନ୍ଦା ମେଳା ପାଇଁ ଚଳଚଞ୍ଚଳ ମହିମା ପୀଠ । ସାଧୁସନ୍ଥ ଓ ଭକ୍ତ ମାନଙ୍କ ମୁହଁରୁ ନିସୃତ ଶୂନ୍ୟ ବ୍ରହ୍ମ ମହିମା ଅଲେଖ ବାଣୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ମାଘ ଚତୁର୍ଦଶୀ ଅଲେଖ ଗୋସେଇଁଙ୍କ ଇହଲୀଳା ସମ୍ବରଣ ଦିବସଟି ମହିମା ଧର୍ମଲମ୍ବୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ । ଯାହାକୁ ଦୀର୍ଘ୧୫୧ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ମହାସମାରୋହରେ ପାଳନ କରାଯାଉଛି । ମେଳା ପାଇଁ ମହିମା ପୀଠରେ ଜମିଛି ସାଧସନ୍ଥଙ୍କ ଭିଡ ।

ମହିମା ମେଳାର ମୁଖ୍ୟ ଆକର୍ଷଣ ହେଉଛି ଝାଡବତୀରେ ମହଣ ମହଣ ଦେଶୀ ଘିଅ ଆହୁତି । ଯାହାକୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗୁଛି । ମହିମାପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ୧୬୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଫଳରେ ମହିମା ସାଧୁଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ୍ୟରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

୩ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ଶାନ୍ତି ଶୃଙ୍ଖଳା ପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକର ସ୍ଵତନ୍ତ୍ର ବନ୍ଦୋବସ୍ତ କରାଯିବା ସହ ଗାଦି ମନ୍ଦିରରେ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟରିକେଟ୍ କରାଯାଇଛି।

22 Feb 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର