କୂଅ ଖୋଳିବା ସମୟରେ ଅଘଟଣ, ମାଟି ଅତଡ଼ା ଧସି ଜଣେ ଶ୍ରମିକଙ୍କ ମୃତ୍ଯୁ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ କାମାକ୍ଷାନଗର ଥାନା ଆଳତୁମା ଗାଁରେ ମଙ୍ଗଳବାର ଅଘଟଣ ଘଟିଛି । ପୁରୁଣା କୂଅକୁ ଅଧିକ ଗଭୀର କରିବା ପାଇଁ ମାଟି ଖୋଳିବା ସମୟରେ ମାଟି ଅତଡା ଧସି କୂଅ ଭିତରେ ଫସିଥିବା ଜଣେ ଶ୍ରମିକଙ୍କ ମୃତ ହୋଇଛି । ମୃତ ଶ୍ରମିକଙ୍କ ନାମ ଧୁଳିଆ ମଲିକ । ଘର କାମାକ୍ଷାନଗର ଏନଏସିର ୧୦ ନମ୍ବର ୱାର୍ଡର ଶରଧାପୁର ଗାଁର ବୋଲି ଜଣାପଡ଼ିଛି । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦମକଳ ବାହିନୀ ଓ ୩ଟି ଜେସିବି […]

ଢେଙ୍କାନାଳ: ଢେଙ୍କାନାଳ କାମାକ୍ଷାନଗର ଥାନା ଆଳତୁମା ଗାଁରେ ମଙ୍ଗଳବାର ଅଘଟଣ ଘଟିଛି । ପୁରୁଣା କୂଅକୁ ଅଧିକ ଗଭୀର କରିବା ପାଇଁ ମାଟି ଖୋଳିବା ସମୟରେ ମାଟି ଅତଡା ଧସି କୂଅ ଭିତରେ ଫସିଥିବା ଜଣେ ଶ୍ରମିକଙ୍କ ମୃତ ହୋଇଛି । ମୃତ ଶ୍ରମିକଙ୍କ ନାମ ଧୁଳିଆ ମଲିକ । ଘର କାମାକ୍ଷାନଗର ଏନଏସିର ୧୦ ନମ୍ବର ୱାର୍ଡର ଶରଧାପୁର ଗାଁର ବୋଲି ଜଣାପଡ଼ିଛି । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦମକଳ ବାହିନୀ ଓ ୩ଟି ଜେସିବି ନିୟୋଜିତ ହୋଇଥିଲେ ।

ସୂଚନା ଅନୁଯାୟୀ, ଆଜି ସକାଳୁ କାମାକ୍ଷାନଗରର ଆଳତୁମା ଅଂଚଳରେ ଏକ କୁଅ ଖୋଳିବାକୁ ୫ ଜଣ ଶ୍ରମିକ ଯାଇଥିଲେ । ଧୁଳିଆ ମଲିକ କୂଅ ଭିତରକୁ ଦଉଡି ଜରିଆରେ ଖସୁଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି ।

06 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର