ଭାରସାମ୍ଯ ହରାଇ ଘାଟିରେ ଓଲଟିଲା ମା’ ଜଗଦମ୍ବା ଯାତ୍ରାପାର୍ଟିର ବସ୍: ୧୩ ଗୁରୁତର, ୨୦ରୁ ଅଧିକ ଆହତ

The Sakala Picture
Published On

କାମାକ୍ଷାନଗର: ଢେଙ୍କାନାଳ ଅନ୍ତର୍ଗତ କାମାକ୍ଷାନଗରରେ ମା’ ଜଗଦମ୍ବା ଯାତ୍ରାପାର୍ଟିର ବସ ଓଲଟି ପଡ଼ିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ବସରେ ପ୍ରାୟ ୩୫ ରୁ ୪୦ ଜଣ ଯାତ୍ରା କଳାକାର ଥିବା ସୂଚନା । ସୂଚନା ଅନୁଯାୟୀ, ଯାତ୍ରାପାର୍ଟି ବସଟି କଙ୍କଡାହାଡ଼ ୩ନଂ କଲୋନୀରୁ ଦେବଗଡ଼ ଜିଲ୍ଲା ପଳସାବାହାଳକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜରଡା ଘାଟିରେ ଓଲଟି ପଡିଥିଲା । ତେବେ ମଦ୍ୟପ […]

କାମାକ୍ଷାନଗର: ଢେଙ୍କାନାଳ ଅନ୍ତର୍ଗତ କାମାକ୍ଷାନଗରରେ ମା’ ଜଗଦମ୍ବା ଯାତ୍ରାପାର୍ଟିର ବସ ଓଲଟି ପଡ଼ିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୧୩ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି। ବସରେ ପ୍ରାୟ ୩୫ ରୁ ୪୦ ଜଣ ଯାତ୍ରା କଳାକାର ଥିବା ସୂଚନା ।

ସୂଚନା ଅନୁଯାୟୀ, ଯାତ୍ରାପାର୍ଟି ବସଟି କଙ୍କଡାହାଡ଼ ୩ନଂ କଲୋନୀରୁ ଦେବଗଡ଼ ଜିଲ୍ଲା ପଳସାବାହାଳକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜରଡା ଘାଟିରେ ଓଲଟି ପଡିଥିଲା । ତେବେ ମଦ୍ୟପ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସମସ୍ତ ଗୁରୁତର ଓ ଆହତ ଯାତ୍ରା କଳାକାରଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା । ସମ୍ବଲପୁରର ଜଗଦମ୍ବା ଅପେରା ଢେଙ୍କାନାଳ ଏବଂ ଏହାର ଆଖ ପାଖ ଅଞ୍ଚଳରେ କିଛି ବର୍ଷ ହେବ ଯାତ୍ରା ପରିବେଷଣ କରି ଆସୁଥିଲା । ଆଜି ଦେବଗଡ଼ ଅଞ୍ଚଳକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର