ବେଆଇନ ମଦ ଯାଞ୍ଚ ବେଳେ ଦମ୍ପତିଙ୍କ ଆକ୍ରମଣରେ ମହିଳା ପୁଲିସ ଅଧିକାରୀ ଆହତ

The Sakala Picture
Published On

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ବଳମ ଗ୍ରାମରେ ବେଆଇନ ମଦ କାରବାର ଯାଞ୍ଚ କରିବାକୁ ଯାଇଥିବା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ବେଆଇନ ମଦ କାରବାରରେ ଲିପ୍ତ ଦମ୍ପତିଙ୍କର ଆକ୍ରମଣ,  ଆହତ ମହିଳା ପୁଲିସ ଅଧିକାରୀ ଜଣକ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାଇ ଗତକାଲି ରାତିରେ ଦେବଗଡ଼ ଥାନାରେ କାର୍ଯ୍ୟରତ ଏଏସଆଇ ଲଷ୍ମୀପ୍ରିୟା ସାହୁ ବଳମ ବଜାର ଅଞ୍ଚଳରେ ବେଆଇନ ମଦ କାରବାର ହେଉଥିବା ସୂଚନା ପାଇ ବଳମ ଠାରେ ଏକ […]

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ବଳମ ଗ୍ରାମରେ ବେଆଇନ ମଦ କାରବାର ଯାଞ୍ଚ କରିବାକୁ ଯାଇଥିବା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ବେଆଇନ ମଦ କାରବାରରେ ଲିପ୍ତ ଦମ୍ପତିଙ୍କର ଆକ୍ରମଣ,  ଆହତ ମହିଳା ପୁଲିସ ଅଧିକାରୀ ଜଣକ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାଇ ଗତକାଲି ରାତିରେ ଦେବଗଡ଼ ଥାନାରେ କାର୍ଯ୍ୟରତ ଏଏସଆଇ ଲଷ୍ମୀପ୍ରିୟା ସାହୁ ବଳମ ବଜାର ଅଞ୍ଚଳରେ ବେଆଇନ ମଦ କାରବାର ହେଉଥିବା ସୂଚନା ପାଇ ବଳମ ଠାରେ ଏକ ଚିକେନ ସେଣ୍ଟର ନିକଟରେ ବୈଷ୍ଣବ କିସାନର ଦୋକାନରେ ଯାଞ୍ଚ ପାଇଁ ପହଞ୍ଚି ଥିଲେ। ସେଠାରେ ବୈଷ୍ଣବ ଓ ତାର ସ୍ତ୍ରୀ ସରସ୍ବତୀ ପୁଲିସକୁ ଦେଖି ଗାଳିଗୁଲଜ ଆରମ୍ଭ କରିଥିଲେ। ଏହା ଦେଖି ଚଢ଼ାଉ ପାଇଁ ଯାଇଥିବା ପୁଲିସ ଟିମ ସେମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଅଭିଯୁକ୍ତ ଦମ୍ପତି ମହିଳା ପୁଲିସ ଅଧିକାରୀ ଲଷ୍ମୀଙ୍କ ସହ ଠେଲା ପେଲା କରିବା ସହ ଆକ୍ରମଣ କରିଥିଲେ। ଫଳରେ ଲଷ୍ମୀଙ୍କ ଡାହାଣ ହାତରେ ପିନ୍ଧି ଥିବା କାଚ ଚୁଡ଼ି ଭାଙ୍ଗିଯିବା ସହ ଆଘାତ ଲାଗିଥିଲା। ଏ ନେଇ ଲଷ୍ମୀଙ୍କ ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ନିକଟରୁ ୨୩ ଲିଟର ବେଆଇନ ଦେଶୀ ମଦ ଜବତ କରିବାସହ ଆକ୍ରମଣ କାରି ସରସ୍ବତୀ କିସାନକୁ ଅଟକ ରଖିଥିବା ବେଳେ ସରସ୍ୱତୀର ସ୍ୱାମୀ ବୈଷ୍ଣବ କିସାନ ଫେରାର ହୋଇଯାଇଥିବା ଜଣା ପଡିଛି।

21 Apr 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର