ବିଜ୍ଞାପନରେ ସୀମିତ ଡେଙ୍ଗୁ ସଚେତନତା: ସାଧାରଣ ୱାର୍ଡରେ ଡେଙ୍ଗୁ ରୋଗୀ, ହେଲେ ମଶାରି ନାହିଁ

The Sakala Picture
Published On

ଭୁବନେଶ୍ୱର:  ଘାଇଁ ଘାଇଁ ହେଇ ଘୂରୁଛି ପଙ୍ଖା। ଝରକା ଖୋଲା ରହିଛି। ଯେ କେହି ବିଶ୍ୱାସ କରିବନି ଇଏ ସ୍ୱତନ୍ତ୍ର ୱାର୍ଡ। ସେ ପୁଣି ଡେଙ୍ଗୁ ରୋଗୀଙ୍କ ପାଇଁ। ପାଦଚଲା ରାସ୍ତା ପାଲଟିଛି ଚିକିତ୍ସିତ ଡେଙ୍ଗୁ ରୋଗୀଙ୍କ ସ୍ଥାନ। ସେଇଠି ସଫେଇ କର୍ମଚାରୀ ଅଳିଆ ସଫା କରୁଛନ୍ତି। ପାଖରେ ଡେଙ୍ଗୁ ଆକ୍ରାନ୍ତ ଶୋଇ ରହିଛନ୍ତି। ମଶାରି ନାହିଁ। ମଶାଙ୍କ ଦାଉରୁ ରକ୍ଷା ମିଳିବ ତାହାଲେ କେମିତି। ସଫେଇ ଗାଡ଼ିଠାରୁ ନେଇ ସବୁଠି ପ୍ରଚାର ହେଉଛି। ମାଳମାଳ ବିଜ୍ଞାପନ […]

ଭୁବନେଶ୍ୱର:  ଘାଇଁ ଘାଇଁ ହେଇ ଘୂରୁଛି ପଙ୍ଖା। ଝରକା ଖୋଲା ରହିଛି। ଯେ କେହି ବିଶ୍ୱାସ କରିବନି ଇଏ ସ୍ୱତନ୍ତ୍ର ୱାର୍ଡ। ସେ ପୁଣି ଡେଙ୍ଗୁ ରୋଗୀଙ୍କ ପାଇଁ। ପାଦଚଲା ରାସ୍ତା ପାଲଟିଛି ଚିକିତ୍ସିତ ଡେଙ୍ଗୁ ରୋଗୀଙ୍କ ସ୍ଥାନ। ସେଇଠି ସଫେଇ କର୍ମଚାରୀ ଅଳିଆ ସଫା କରୁଛନ୍ତି। ପାଖରେ ଡେଙ୍ଗୁ ଆକ୍ରାନ୍ତ ଶୋଇ ରହିଛନ୍ତି। ମଶାରି ନାହିଁ। ମଶାଙ୍କ ଦାଉରୁ ରକ୍ଷା ମିଳିବ ତାହାଲେ କେମିତି। ସଫେଇ ଗାଡ଼ିଠାରୁ ନେଇ ସବୁଠି ପ୍ରଚାର ହେଉଛି। ମାଳମାଳ ବିଜ୍ଞାପନ ବାହାରୁଛି। ହେଲେ କାମ ପୂରା ଓଲଟା। ମଶାରି ଟାଙ୍ଗି ଶୋଇବା ଲାଗି ସଚେତନତା ଏବେ କେବଳ ବିଜ୍ଞାପନରେ ସୀମିତ ରହିଛି। ଡେଙ୍ଗୁ ରୋଗୀଙ୍କ ପାଇଁ ରାଜଧାନୀ ଚିକିତ୍ସାଳୟ(କ୍ୟାପିଟାଲ ହସ୍ପିଟାଲ)ରେ ମଶାରି ନାହିଁ। ପଚାରିଲେ ନାହିଁ ତ ଆଣିବୁ କେଉଁଠୁ, ନ ହେଲେ ଏତେ ରୋଗୀଙ୍କୁ ଦେଇହେବ କେମିତି ବୋଲି ଓଲଟା ପ୍ରଶ୍ନ କରୁଛନ୍ତି କର୍ମଚାରୀଠାରୁ ଅଧିକାରୀ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଅନ୍ୟପକ୍ଷେ ଡେଙ୍ଗୁରୋଗୀଙ୍କୁ ଦେଖିବାକୁ ଆସୁଥିବା ଡାକ୍ତର କେବଳ ପରିଦର୍ଶନ କରିବା ଲାଗି ଆସୁଥିବାବେଳେ ଆଉ ଦେଖାମିଳୁନି। ହଠାତ୍‌‌ କିଛି ଅସୁବିଧା ହେଲେ ଶୁଣିବା ପାଇଁ କେହି ନାହିଁ। ଖବର ଯାଇ ପହଞ୍ଚିଲା ପରେ ଆସୁଛନ୍ତି। ପ୍ଲେଟ୍‌‌ଲେଟ୍‌‌ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହୋଇ ରହୁଛନ୍ତି ରୋଗୀଙ୍କ ସମ୍ପର୍କୀୟ। ତାହା ପୁଣି ଅନିଶ୍ଚିତତାରେ। କେତେବେଳେ ମିଳୁଛି ତ ଆଉ କେତେବେଳେ ନିରାଶ। ଏଭଳି ଅଭିଯୋଗ କରିଛନ୍ତି ରୋଗୀ ଓ ସେମାନଙ୍କ ସହିତ ଆସିଥିବା ସମ୍ପର୍କୀୟମାନେ। ରାଜଧାନୀର ବହୁ ଜାଗାରୁ ଡେଙ୍ଗୁ ଚିହ୍ନଟ ହୋଇ ଆସୁଛନ୍ତି ବହୁ ରୋଗୀ। ସେହିଭଳି ଅନ୍ୟ ଜିଲ୍ଲାରୁ ମଧ୍ୟ ରୋଗୀ ଚିକିତ୍ସା ହେବା ପାଇଁ ଆସୁଛନ୍ତି କ୍ୟାପିଟାଲ ହସ୍‌‌ପିଟାଲ। ତଳେ ଯେତିକି, ଉପରେ ସେତିକି ଆକ୍ରାନ୍ତଙ୍କ ଚାଲିଛି ଚିକିତ୍ସା। ସାଧାରଣ ରୋଗୀ ଓ ଡେଙ୍ଗୁରୋଗୀ ଗୋଟିଏ ୱାର୍ଡରେ ରହୁଥିବାର ଦେଖିବାକୁ ମିଳୁଛି। ରାଜଧାନୀରେ ହୁ ହୁ ହେଇ ବଢ଼଼ିଚାଲିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ବାହାରୁଥିବାବେଳେ ପଛକୁ ପଛ ବାଲେଶ୍ୱର, ପୁରୀ, କଟକ ଓ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ିବଢ଼଼ି ଚାଲିଛି। ସାରା ରାଜ୍ୟରେ ଏବେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଛୁଇଁବାକୁ ବସିଲାଣି। ଡାକ୍ତରଖାନାରୁ ସୁସ୍ଥ ହେଇ ଯେତେ ରୋଗୀ ଘରକୁ ଫେରୁଛନ୍ତି ତା’ଠାରୁ ଅଧିକ ରୋଗୀ ଡେଙ୍ଗୁ ଚିହ୍ନଟ ହେଉଛନ୍ତି। ତେଣେ ରକ୍ତଭଣ୍ଡାରଠାରୁ ନେଇ ପରୀକ୍ଷା ଯାଏ ଲମ୍ବା ଧାଡ଼ିରୁ ମୁକୁଳି ପାରୁନାହାନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର