ମୃତ୍ୟୁ ଏମିତି ବି ଆସେ , ଜେଜେ ମା’ଙ୍କ ଜୁଇ ଜଳିବା ବେଳେ ମହାନିଦ୍ରାରେ ନାତି

The Sakala Picture
Published On

ମାହାଙ୍ଗା : ବିଧିର ବିଧାନ ଅତି ବିଚିତ୍ର। ଜେଜେମା’ଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମ୍ୟ ଶ୍ମାଶାନରେ ଶବ ସତ୍କାର ହେଉଥିଲା। ଏତିକି ବେଳେ ନାତି ଚାଲିଗଲା ଆରପାରିକୁ। ଏହି ଖବର ଆସିବା ବେଳକୁ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଗୋଟିଏ ଜୁଇ ଜଳିବା ପରେ ପୁଣି ଆଉ ଏକ ଜୁଇ ଜାଳିବା ପାଇଁ ପ୍ରସ୍ତୁତ ହେଉଥିଲେ ପରିବାର ବର୍ଗ। ଏଭଳି ହୃଦୟବିଦାରକ ଘଟଣା ଘଟିଛି ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମରେ। ବିଶ୍ୱନାଥ ପଲେଇଙ୍କ ପତ୍ନୀ ଉମା […]

ମାହାଙ୍ଗା : ବିଧିର ବିଧାନ ଅତି ବିଚିତ୍ର। ଜେଜେମା’ଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମ୍ୟ ଶ୍ମାଶାନରେ ଶବ ସତ୍କାର ହେଉଥିଲା। ଏତିକି ବେଳେ ନାତି ଚାଲିଗଲା ଆରପାରିକୁ। ଏହି ଖବର ଆସିବା ବେଳକୁ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଗୋଟିଏ ଜୁଇ ଜଳିବା ପରେ ପୁଣି ଆଉ ଏକ ଜୁଇ ଜାଳିବା ପାଇଁ ପ୍ରସ୍ତୁତ ହେଉଥିଲେ ପରିବାର ବର୍ଗ। ଏଭଳି ହୃଦୟବିଦାରକ ଘଟଣା ଘଟିଛି ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମରେ। ବିଶ୍ୱନାଥ ପଲେଇଙ୍କ ପତ୍ନୀ ଉମା (୮୧)ଙ୍କ ଗତକାଲି ଅପରାହ୍ନ ୫ଟାରେ ପରଲୋକ ହୋଇଥିଲା। ଗ୍ରାମ ଶ୍ମଶାନରେ ତାଙ୍କ ଶବଦାହ କରାଯାଉଥିଲା। ଏତିକିବେଳେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ନାତି ଦିଲ୍ଲୀପ(୩୨)ଙ୍କ ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: ବାଇକ୍‌-ସ୍କୋର୍ପିଓ ମୁହାଁମୁହିଁ ଧକ୍କା; ଦମ୍ପତି ମୃତ, ୫ ଗୁରୁତର

ତାଙ୍କ ପରିବାରଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଥିଲା। ପ୍ରକାଶ ଥାଉ କି କଲ୍ୟାଣପୁର ଗ୍ରାମର ବ୍ରଜବନ୍ଧୁ ପଲେଇଙ୍କ ଏକ ମାତ୍ର ପୁତ୍ର ଦିଲ୍ଲୀପ ରେଳ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଗତ କିଛି ଦିନ ପୂର୍ବେ ଦିଲ୍ଲୀପ ଘରକୁ ଆସିଥିବା ବେଳେ ସେ ହଠାତ୍‍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ କଟକ ଅଣାଯାଇଥିଲା। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହାର ୬ ଘଣ୍ଟା ପୂର୍ବରୁ ତାଙ୍କ ଜେଜେ ମା’ଙ୍କ ମୃତ୍ୟୁ ଘଟିସାରିଥିଲା। ଦିଲ୍ଲୀପ ଛୁଟି ସମୟରେ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରିଥାନ୍ତି। ସେ ଜଣେ ପରୋପକାରୀ,ମେଳାପୀ ଓ ବନ୍ଧୁବତ୍ସଳ ଭାବେ ବେଶ ପରିଚିତ ଥିଲେ।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ FM ସ୍ୱୟଂଶାସିତ ମହାବିଦ୍ୟାଳୟ: ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ହ୍ଵାଟସଆପ୍ ଡାର୍ଟି ମେସେଜ୍ ଭାଇରାଲ୍

17 May 2021 By The Sakala

ମୃତ୍ୟୁ ଏମିତି ବି ଆସେ , ଜେଜେ ମା’ଙ୍କ ଜୁଇ ଜଳିବା ବେଳେ ମହାନିଦ୍ରାରେ ନାତି

ମାହାଙ୍ଗା : ବିଧିର ବିଧାନ ଅତି ବିଚିତ୍ର। ଜେଜେମା’ଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମ୍ୟ ଶ୍ମାଶାନରେ ଶବ ସତ୍କାର ହେଉଥିଲା। ଏତିକି ବେଳେ ନାତି ଚାଲିଗଲା ଆରପାରିକୁ। ଏହି ଖବର ଆସିବା ବେଳକୁ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଗୋଟିଏ ଜୁଇ ଜଳିବା ପରେ ପୁଣି ଆଉ ଏକ ଜୁଇ ଜାଳିବା ପାଇଁ ପ୍ରସ୍ତୁତ ହେଉଥିଲେ ପରିବାର ବର୍ଗ। ଏଭଳି ହୃଦୟବିଦାରକ ଘଟଣା ଘଟିଛି ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମରେ। ବିଶ୍ୱନାଥ ପଲେଇଙ୍କ ପତ୍ନୀ ଉମା (୮୧)ଙ୍କ ଗତକାଲି ଅପରାହ୍ନ ୫ଟାରେ ପରଲୋକ ହୋଇଥିଲା। ଗ୍ରାମ ଶ୍ମଶାନରେ ତାଙ୍କ ଶବଦାହ କରାଯାଉଥିଲା। ଏତିକିବେଳେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ନାତି ଦିଲ୍ଲୀପ(୩୨)ଙ୍କ ମୃତ୍ୟୁ ଘଟିଥିଲା।

ତାଙ୍କ ପରିବାରଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଥିଲା। ପ୍ରକାଶ ଥାଉ କି କଲ୍ୟାଣପୁର ଗ୍ରାମର ବ୍ରଜବନ୍ଧୁ ପଲେଇଙ୍କ ଏକ ମାତ୍ର ପୁତ୍ର ଦିଲ୍ଲୀପ ରେଳ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଗତ କିଛି ଦିନ ପୂର୍ବେ ଦିଲ୍ଲୀପ ଘରକୁ ଆସିଥିବା ବେଳେ ସେ ହଠାତ୍‍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ କଟକ ଅଣାଯାଇଥିଲା। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହାର ୬ ଘଣ୍ଟା ପୂର୍ବରୁ ତାଙ୍କ ଜେଜେ ମା’ଙ୍କ ମୃତ୍ୟୁ ଘଟିସାରିଥିଲା। ଦିଲ୍ଲୀପ ଛୁଟି ସମୟରେ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରିଥାନ୍ତି। ସେ ଜଣେ ପରୋପକାରୀ,ମେଳାପୀ ଓ ବନ୍ଧୁବତ୍ସଳ ଭାବେ ବେଶ ପରିଚିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର