ଟେବୁଲରେ ବନ୍ଧୁକ ରଖି ମାଗଣା ଖାଇଲେ, ପିଇଲେ ପୁଲିସ

The Sakala Picture
Published On

ଭୁବନେଶ୍ୱର : କଟକରୋଡ୍‍ରେ ଥିବା ଏକ ହୋଟେଲରେ ପୁଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ୩ଜଣ ପୁଲିସ କନ୍‍ଷ୍ଟେବଳ ଟେବୁଲ ଉପରେ ବନ୍ଧୁକ ରଖି ହୋଟେଲ ମାଲିକଙ୍କୁ ଧମକାଇଥିଲେ। ସମସ୍ତେ ସାଧା ପୋଷାକରେ ଥିଲେ। ‘ଆମକୁ ଚିହ୍ନିନୁ। ଆମେ ସ୍ପେଶାଲ ସ୍କ୍ୱାଡ୍‍ର କର୍ମଚାରୀ। ଖାଇବାକୁ ଦେ, ଆଉ ପିଇବାକୁ ଦେ। ନ ହେଲେ ତେତେ ଆମେ ଦେଖିନେବୁ’ ବୋଲି କହି ଧମକାଇଥିଲେ। ଶେଷରେ ଏଭଳି ଧମକ ଦେଖି ହୋଟେଲ ମାଲିକ ଭୟଭୀତ ହୋଇଯାଇଥିଲେ। ସେମାନଙ୍କୁ ମାଗଣାରେ ଖାଇବାକୁ ଦେବା […]

ଭୁବନେଶ୍ୱର : କଟକରୋଡ୍‍ରେ ଥିବା ଏକ ହୋଟେଲରେ ପୁଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ୩ଜଣ ପୁଲିସ କନ୍‍ଷ୍ଟେବଳ ଟେବୁଲ ଉପରେ ବନ୍ଧୁକ ରଖି ହୋଟେଲ ମାଲିକଙ୍କୁ ଧମକାଇଥିଲେ। ସମସ୍ତେ ସାଧା ପୋଷାକରେ ଥିଲେ। ‘ଆମକୁ ଚିହ୍ନିନୁ। ଆମେ ସ୍ପେଶାଲ ସ୍କ୍ୱାଡ୍‍ର କର୍ମଚାରୀ। ଖାଇବାକୁ ଦେ, ଆଉ ପିଇବାକୁ ଦେ। ନ ହେଲେ ତେତେ ଆମେ ଦେଖିନେବୁ’ ବୋଲି କହି ଧମକାଇଥିଲେ। ଶେଷରେ ଏଭଳି ଧମକ ଦେଖି ହୋଟେଲ ମାଲିକ ଭୟଭୀତ ହୋଇଯାଇଥିଲେ। ସେମାନଙ୍କୁ ମାଗଣାରେ ଖାଇବାକୁ ଦେବା ସହ ପିଇବାକୁ ମଦ ଦେଇଥିଲେ। ହୋଟେଲ ଭିତରେ ମଦ ପିଇବା ପରେ ୩ ପୁଲିସ କର୍ମଚାରୀ ଉତ୍ପାତ କରିଥିଲେ। ହୋ ହାଲ୍ଲା କରିବା ସହ ଗ୍ରାହକମାନଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ: ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ଆଜି ବାଚସ୍ପତିଙ୍କୁ ଭେଟିବ ବିଜେଡି

୩ଜଣ ପୁଲିସ କର୍ମଚାରୀଙ୍କ ଏଭଳି ଉତ୍ପାତ ଦେଖି ଗ୍ରାହକମାନେ ଚୁପ୍‍ ରହିଥିଲେ। ପୁଲିସର ଧମକରେ ହୋଟେଲ ମାଲିକ ଥାନା କିମ୍ବା ଡିସିପିଙ୍କ ନିକଟରେ କୌଣସି ଅଭିଯୋଗ କରିନାହାନ୍ତି। ୩ପୁଲିସ କର୍ମଚାରୀ ନିଜର କ୍ଷମତାର ଅପବ୍ୟବହାର କରି ଏଭଳି କାରନାମା କରୁଥିବା ଅଭିଯୋଗ ହୋଇଛି। ଏନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଆମେ ଏହାର ତଦନ୍ତ କରିବୁ। ଯଦି ଏହାର ସତ୍ୟାସତ ଥିବା କାର୍ଯ୍ୟାନୁଷ୍ଠାନ ହେବ।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ସୁଧୁରୁଛି ଆଇନଶୃଙ୍ଖଳା: ନୂଆ ଥାନା ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚା

25 Oct 2021 By The Sakala

ଟେବୁଲରେ ବନ୍ଧୁକ ରଖି ମାଗଣା ଖାଇଲେ, ପିଇଲେ ପୁଲିସ

ଭୁବନେଶ୍ୱର : କଟକରୋଡ୍‍ରେ ଥିବା ଏକ ହୋଟେଲରେ ପୁଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ୩ଜଣ ପୁଲିସ କନ୍‍ଷ୍ଟେବଳ ଟେବୁଲ ଉପରେ ବନ୍ଧୁକ ରଖି ହୋଟେଲ ମାଲିକଙ୍କୁ ଧମକାଇଥିଲେ। ସମସ୍ତେ ସାଧା ପୋଷାକରେ ଥିଲେ। ‘ଆମକୁ ଚିହ୍ନିନୁ। ଆମେ ସ୍ପେଶାଲ ସ୍କ୍ୱାଡ୍‍ର କର୍ମଚାରୀ। ଖାଇବାକୁ ଦେ, ଆଉ ପିଇବାକୁ ଦେ। ନ ହେଲେ ତେତେ ଆମେ ଦେଖିନେବୁ’ ବୋଲି କହି ଧମକାଇଥିଲେ। ଶେଷରେ ଏଭଳି ଧମକ ଦେଖି ହୋଟେଲ ମାଲିକ ଭୟଭୀତ ହୋଇଯାଇଥିଲେ। ସେମାନଙ୍କୁ ମାଗଣାରେ ଖାଇବାକୁ ଦେବା ସହ ପିଇବାକୁ ମଦ ଦେଇଥିଲେ। ହୋଟେଲ ଭିତରେ ମଦ ପିଇବା ପରେ ୩ ପୁଲିସ କର୍ମଚାରୀ ଉତ୍ପାତ କରିଥିଲେ। ହୋ ହାଲ୍ଲା କରିବା ସହ ଗ୍ରାହକମାନଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ।

୩ଜଣ ପୁଲିସ କର୍ମଚାରୀଙ୍କ ଏଭଳି ଉତ୍ପାତ ଦେଖି ଗ୍ରାହକମାନେ ଚୁପ୍‍ ରହିଥିଲେ। ପୁଲିସର ଧମକରେ ହୋଟେଲ ମାଲିକ ଥାନା କିମ୍ବା ଡିସିପିଙ୍କ ନିକଟରେ କୌଣସି ଅଭିଯୋଗ କରିନାହାନ୍ତି। ୩ପୁଲିସ କର୍ମଚାରୀ ନିଜର କ୍ଷମତାର ଅପବ୍ୟବହାର କରି ଏଭଳି କାରନାମା କରୁଥିବା ଅଭିଯୋଗ ହୋଇଛି। ଏନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଆମେ ଏହାର ତଦନ୍ତ କରିବୁ। ଯଦି ଏହାର ସତ୍ୟାସତ ଥିବା କାର୍ଯ୍ୟାନୁଷ୍ଠାନ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର