ନକଲି ୱେବ୍‌‌ସାଇଟ୍‌‌ ଖୋଲି ଷ୍ଟାର୍‌‌ ହୋଟେଲ୍‌ ନାଁରେ ଠକେଇ, ପର୍ଯ୍ୟଟନ ଋତୁରେ ହୋଟେଲ ବୁକିଂ ଆଳରେ ସର୍ବାଧିକ ଠକେଇ

The Sakala Picture
Published On

ଭୁବନେଶ୍ୱର : ସାଇବର ଠକମାନେ ଏବେ ଠକେଇ ପାଇଁ ପ୍ରମୁଖ ନାମୀଦାମୀ ହୋଟେଲକୁ ଟାଗେର୍ଟ କରୁଛନ୍ତି। ସେମାନେ ନକଲି ୱେବ୍‌‌ସାଇଟ୍‌‌ ଖୋଲି ବୁକିଂ ଆଳରେ ଠକେଇ କରୁଛନ୍ତି। ତେଣୁ ଏଭଳି ଠକେଇକୁ ରୋକିବା ପାଇଁ କ୍ରାଇମ୍‌‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏବଂ ହୋଟେଲ, ରେଷ୍ଟୁରାଣ୍ଟ ମାଲିକ ସଂଘକୁ ନେଇ ଭୁବନେଶ୍ୱରର ସାଇବର୍‌‌ କମ୍ପେ୍ଲକ୍ସରେ ଆଲୋଚନା ହୋଇଥିଲା। ଏଭଳି ଅପରାଧକୁ ରୋକିବା ଏବଂ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ କିଭଳି ପଦକ୍ଷେପ ନିଆଯିବ ସେନେଇ ଆଲୋଚନା କରିଥିଲେ ଅରୁଣ […]

ଭୁବନେଶ୍ୱର : ସାଇବର ଠକମାନେ ଏବେ ଠକେଇ ପାଇଁ ପ୍ରମୁଖ ନାମୀଦାମୀ ହୋଟେଲକୁ ଟାଗେର୍ଟ କରୁଛନ୍ତି। ସେମାନେ ନକଲି ୱେବ୍‌‌ସାଇଟ୍‌‌ ଖୋଲି ବୁକିଂ ଆଳରେ ଠକେଇ କରୁଛନ୍ତି। ତେଣୁ ଏଭଳି ଠକେଇକୁ ରୋକିବା ପାଇଁ କ୍ରାଇମ୍‌‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏବଂ ହୋଟେଲ, ରେଷ୍ଟୁରାଣ୍ଟ ମାଲିକ ସଂଘକୁ ନେଇ ଭୁବନେଶ୍ୱରର ସାଇବର୍‌‌ କମ୍ପେ୍ଲକ୍ସରେ ଆଲୋଚନା ହୋଇଥିଲା। ଏଭଳି ଅପରାଧକୁ ରୋକିବା ଏବଂ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ କିଭଳି ପଦକ୍ଷେପ ନିଆଯିବ ସେନେଇ ଆଲୋଚନା କରିଥିଲେ ଅରୁଣ ବୋଥ୍ରା। ହୋଟେଲ ବୁକିଂ ଆଳରେ ଦୁଇଟି ଠକେଇ ନେଇ କ୍ରାଇମ୍‌‌ବ୍ରାଞ୍ଚରେ ମାମଲା ହୋଇଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି: ଜାଣନ୍ତୁ ସମୟ ଓ ନିୟମାବଳୀ

ଏଭଳି ଠକେଇକୁ ରୋକିବା ପାଇଁ କ୍ରାଇମ୍‌‌ବ୍ରାଞ୍ଚ ହୋଟେଲ ମାଲିକ ସଂଘକୁ ନେଇ ବୈଠକ କରିଥିଲା। କ୍ରାଇମ୍‌‌ବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ, ସାଇବର୍‌‌ ଅପରାଧୀମାନେ ଓଡ଼ିଶାରେ ଥିବା ନାମୀ ହୋଟେଲ ନାଁରେ ନକଲି ୱେବ୍‌‌ସାଇଟ୍‌‌ ତିଆରି କରି ଠକେଇ କରୁଛନ୍ତି। ପୁରୀ, କଟକ, ଭୁବନେଶ୍ୱରରେ ଥିବା ନାମୀ ହୋଟେଲକୁ ପର୍ଯ୍ୟଟନ ସମୟରେ ଏକାଧିକ ପର୍ଯ୍ୟଟକ ଆସୁଛନ୍ତି। ତେଣୁ ଏହାକୁ ନଜରରେ ରଖି ସାଇବର୍‌‌ ଠକମାନେ ବଡ଼ ବଡ଼ ହୋଟେଲକୁ ଟାର୍ଗେଟ କରି ଏଭଳି ନକଲି ୱେବ୍‌‌ସାଇଟ୍‌‌ ଖୋଲୁଛନ୍ତି। ଯାତ୍ରୀମାନେ ଅନ୍‌‌ଲାଇନ୍‌‌ରେ ହୋଟେଲର ରୁମ୍‌‌ ବୁକ୍‌‌ କରିବାକୁ ଚେଷ୍ଟା କରୁଥିବା ସମୟରେ ଠକମାନେ ଖୋଲି ନ ଥିବା ନକଲି ୱେବ୍‌‌ସାଇଟ୍‌‌କୁ ଯାଇଥାନ୍ତି। ନକଲି ୱେବ୍‌‌ସାଇଟ୍‌‌କୁ ସେମାନେ ଅସଲି ଭାବି ସାଇବର୍‌‌ ଠକ ଦେଇଥିବା ଆକାଉଣ୍ଟକୁ ନମ୍ବରକୁ ଟଙ୍କା ପଠାଇଥାନ୍ତି। ଟଙ୍କା ନେବା ପରେ ଠକ ସେମାନଙ୍କୁ ନକଲି ଭାଉଚର ଦେଇଥାନ୍ତି। ଯେତେବେଳେ ପର୍ଯ୍ୟଟକମାନେ ନକଲି ବୁକିଂ ଭାଉଚର ନେଇ ଉକ୍ତ ହୋଟେଲରେ ପହଞ୍ଚିଥାନ୍ତି ସେମାନେ ଏହି ଠକେଇ ବିଷୟରେ ଜାଣିବାକୁ ପାଆନ୍ତି।

ଆହୁରି ପଢ଼ନ୍ତୁ: ରାଜନଗର ଚାଷୀ ମୃତ୍ୟୁକୁ ନେଇ ସମବାୟ ମନ୍ତ୍ରୀଙ୍କ ବିବାଦୀୟ ବୟାନ: କହିଲେ, 'ମଣ୍ଡିରେ ଅପେକ୍ଷା କରି କେହି ମରନ୍ତି ନାହିଁ'

ଅଧିକାଂଶ କ୍ଷେତ୍ରରେ ପର୍ଯ୍ୟଟକମାନେ ଠକାମିର ଶିକାର ହେବାପରେ ପୁଲିସରେ ଅଭିଯୋଗ ନ କରି ଚାଲିଯାଉଛନ୍ତି। ଫଳରେ ପୁଲିସ ଠକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇ ପାରୁନି। ଭୁବନେଶ୍ୱରସ୍ଥିତ ସାଇବର କମ୍ପେ୍ଲକ୍ସରେ ହୋଟେଲ୍‌‌ ଓ ରେଷ୍ଟୁରାଣ୍ଟ୍‌‌ ମାଲିକ ସଂଘ ପ୍ରତିନିଧିଙ୍କ ସହ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆଇଜି ସେଫିନ ଅହମ୍ମଦ କେ. ଆଇପିଏସ୍‌‌, ଆଇଜିପି, ଅତିରିକ୍ତ ଏସ୍‌‌ପି ଶିଶିର ମିଶ୍ର, ଇନ୍ସପେକ୍ଟର ଅନିଲ ଆନନ୍ଦ ବୈଠକରେ ଉପସ୍ଥିତ ଥିଲେ। ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକ ସଙ୍ଘ, ଓଡ଼ିଶାର ପ୍ରତିନିଧିମାନେ ଜେ.କେ. ମହାନ୍ତି( ଅଧ୍ୟକ୍ଷ), ଜୁଆଥନ ରାଉଳ-(ଭିସି), ଡଃ ଶ୍ରୀନିବାସ ସୁବୁଦ୍ଧି, କାର୍ଯ୍ୟକାରୀ ସଭାପତି ରବି ନାରାୟଣ ସାହୁ ଆଦି ଉପସ୍ଥିତ ରହିଥିଲେ। ଏହି ବୈଠକରେ ଆଇଝି ସେଫିନ ଅହମ୍ମଦ ଏହି ବିଷୟକୁ ନେଇ ଉପସ୍ଥାପନ କରିଥିଲେ। ହୋଟେଲ ଶିଳ୍ପରେ ହେଉଥିବା ବିଭିନ୍ନ ପ୍ରକାରର ସାଇବର ସ୍କାମ ବିଷୟରେ ସେ ଅବଗତ କରାଇଥିଲେ। ହୋଟେଲ ମାଲିକମାନଙ୍କୁ ଅନୁରୋଧ କରାଯାଇଥିଲା ଯେ, ସେମାନେ ପୁଲିସ ସହିତ ସହଯୋଗ କରି ଏଭଳି ମାମଲାକୁ ତୁରନ୍ତ ଏବଂ ଭଲ ଭାବେ ପରିଚାଳନା କରିପାରିବେ। ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ହୋଟେଲ ରୁମ୍‌‌ ବୁକିଂ ସମ୍ପର୍କିତ ସମସ୍ତ ସାଇବର୍‌‌ ଅପରାଧ ମାମଲା ଯଥାଶୀଘ୍ର ପୁଲିସର ଦୃଷ୍ଟିକୁ ଆଣିବା ପାଇଁ ସେମାନଙ୍କୁ ସଚେତନ କରାଯାଇଥିଲା। ବୈଠକରେ ଉଭୟ ପକ୍ଷର ନୋଡାଲ ଅଧିକାରୀମାନଙ୍କୁ ନିୟୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀମନ୍ଦିରରେ ଫଗୁ ଦଶମୀ, ରତ୍ନସିଂହାସନରେ ମନୋରମ ଚାଚେରୀ ବେଶରେ ଭକ୍ତକୁ ଦର୍ଶନ ଦେବେ ମହାପ୍ରଭୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp