କୌଳିକ ବୃତ୍ତି ହରାଉଛନ୍ତି କୁମ୍ଭକାର 

The Sakala Picture
Published On

ଆଠମଲ୍ଲିକ: ବୃତ୍ତି ଏ ମୋ ପୋଷେ କୁଟୁମ୍ବ ନ୍ୟାୟରେ ଆଠମଲ୍ଲିକ ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା କୁମ୍ଭକାର ନିଜ ପରିବାର ଭରଣ ପୋଷଣ କରିଥାନ୍ତି। କିନ୍ତୁ ଏବେ ଏହି ବୃତ୍ତି ପରିବାର ଚଳାଇବା ପାଇଁ ଯଥେଷ୍ଟ ହେଉ ନ ଥିବାରୁ କୁମ୍ଭକାର ମାନେ ସେମାନଙ୍କର ବୃତ୍ତି ହରାଉଥିବା ଭଲି ଦୃଶ୍ୟ ଦେଖିବାକୁ ମିଳୁଛି। ଆବଶ୍ୟକ କାଞ୍ଚମାଲ ମିଳୁ ନ ଥିବା ବେଳେ କରୋନା ମହାମାରୀ ପାଇଁ ଲାଗିଥିବା କଟକଣା ସେମାନଙ୍କୁ ଅନ୍ୟ ବୃତ୍ତି ଆପଣେଇବାକୁ ବାଧ୍ୟ କରିଦେଉଛି। […]

ଆଠମଲ୍ଲିକ: ବୃତ୍ତି ଏ ମୋ ପୋଷେ କୁଟୁମ୍ବ ନ୍ୟାୟରେ ଆଠମଲ୍ଲିକ ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା କୁମ୍ଭକାର ନିଜ ପରିବାର ଭରଣ ପୋଷଣ କରିଥାନ୍ତି। କିନ୍ତୁ ଏବେ ଏହି ବୃତ୍ତି ପରିବାର ଚଳାଇବା ପାଇଁ ଯଥେଷ୍ଟ ହେଉ ନ ଥିବାରୁ କୁମ୍ଭକାର ମାନେ ସେମାନଙ୍କର ବୃତ୍ତି ହରାଉଥିବା ଭଲି ଦୃଶ୍ୟ ଦେଖିବାକୁ ମିଳୁଛି। ଆବଶ୍ୟକ କାଞ୍ଚମାଲ ମିଳୁ ନ ଥିବା ବେଳେ କରୋନା ମହାମାରୀ ପାଇଁ ଲାଗିଥିବା କଟକଣା ସେମାନଙ୍କୁ ଅନ୍ୟ ବୃତ୍ତି ଆପଣେଇବାକୁ ବାଧ୍ୟ କରିଦେଉଛି। ଅନ୍ୟ ପଟେ ସରକାରୀ ପ୍ରୋତ୍ସାହନ ଅଭାବରୁ କୁମ୍ଭକାର ପରିବାର ବ୍ୟୟ ତୁଳନାରେ ଆୟ କରିପାରୁ ନ ଥିବା ପ୍ରକାଶ କରିଛ ନ୍ତି। ଆଠମଲ୍ଲିକ ବ୍ଲକର ରାମେଶ୍ୱରପାଟଣା, ବାଦାମ ପଡ଼ିଆ ଆଦି ବିଭିନ୍ନ ଅଞ୍ଚଳରେ ବହୁ କୁମ୍ଭକାର ପରିବାର ବସବାସ କରୁଛନ୍ତି। ସେମାନେ ରାତି ପାହିଲେ ମାଟି ପାତ୍ର ତିଆରି କରି ଗାଁରୁ ବଜାର ହାଟ ଆଦି ବୁଲି ମାଟି ତିଆରି ଜିନିଷ ବିକ୍ରିକରି ପରିବାର ଚଳାଇଥାନ୍ତି। ଶୁଭ କାର୍ଯ୍ଯ ହେଉ ଅବା ଶୁଦ୍ଧିକ୍ରିୟା ସବୁଠି ମାଟି ପାତ୍ର ର ଆବଶ୍ୟକ ରହୁଥିବା ବେଳେ ଏହି ପରିବାର ସେମାନଙ୍କ ମାଟି ତିଆରି ଜିନିଷ ପହଞ୍ଚାଇ ଥାନ୍ତି। ହେଲେ ଆବଶ୍ୟକ କାଞ୍ଚମାଲ ସାଙ୍ଗକୁ ପ୍ରୋତ୍ସାହନ ଅଭାବରୁ ଏବଂ କରୋନା ପ୍ରବେଶ ଦିନରୁ ମାଟି ପାତ୍ରର ଚାହିଦା କମି ଯାଇଥିବାରୁ ଏବେ କୁମ୍ଭକାର ତିଆରି କରିଥିବା ହାଣ୍ଡି, ମାଠିଆ,କଳସ, ଦୀପ, ଝୁଣା ଦୀପ, ମାଟି ତାୱା,ଉଠାଚୁଲି,ଆଦି ଘର ଭିତରେ ପଡ଼ି ରହିଛି। ବର୍ତମାନ କରୋନାର ଦ୍ୱିତୀୟ ଲହରୀ ଆସିବାରୁ କୁମ୍ଭକାର ମାନେ ତିଆରି କରିଥିବା ଜିନିଷ ଗୁଡ଼ିକ କିପରି ବିକ୍ରି କରିବେ ଚିନ୍ତାରେ ପଡ଼ି ଯାଇଛନ୍ତି। କୁମ୍ଭକାର ମାନଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇବାକୁ ସାଧାରଣରେ ଦାବି ହେଉଛି।

05 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର