ସରକାରୀ ଜମି ହଡ଼ପ ମାମଲା, ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

The Sakala Picture
Published On

କଟକ : ଭୁବନେଶ୍ୱରର ଦୁଇ ସରକାରୀ ଜମି ହଡ଼ପ ସଂକ୍ରାନ୍ତୀୟ ମାମଲରେ ଓଡ଼ିଶା ହାଇକୋର୍ଟ ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ରିଭ୍ୟୁ ପିଟିସନର ଶୁଣାଣି କରି ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଏହି ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ବମିଖାଲ ଓ ଭୋଇନଗର ଅଞ୍ଚଳର ଖାତା ନଂ ୩୮ ଓ ୧୦୯ର ଏହି ବିବାଦୀୟ କେତେକ ଜମି କେଳେଙ୍କାରୀ ଘଟଣାରେ କାହାରିକୁ ଅଭିଯୁକ୍ତ ନଦର୍ଶାଇ ସିବିଆଇ ପ୍ରାରମ୍ଭିକ ତଦନ୍ତ କରିବ। […]

କଟକ : ଭୁବନେଶ୍ୱରର ଦୁଇ ସରକାରୀ ଜମି ହଡ଼ପ ସଂକ୍ରାନ୍ତୀୟ ମାମଲରେ ଓଡ଼ିଶା ହାଇକୋର୍ଟ ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ରିଭ୍ୟୁ ପିଟିସନର ଶୁଣାଣି କରି ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଏହି ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ବମିଖାଲ ଓ ଭୋଇନଗର ଅଞ୍ଚଳର ଖାତା ନଂ ୩୮ ଓ ୧୦୯ର ଏହି ବିବାଦୀୟ କେତେକ ଜମି କେଳେଙ୍କାରୀ ଘଟଣାରେ କାହାରିକୁ ଅଭିଯୁକ୍ତ ନଦର୍ଶାଇ ସିବିଆଇ ପ୍ରାରମ୍ଭିକ ତଦନ୍ତ କରିବ। ତେବେ ପ୍ରାରମ୍ଭିକ ଅନୁସନ୍ଧାନରୁ କୌଣସି ବେଆଇନ ଆର୍ଥିକ କାରବାର ଅବା କିଛି ଅପରାଧିକ ଘଟଣାବଳୀର ପ୍ରମାଣ ମିଳିଲେ ସିବିଆଇ ଆଇନ ଅନୁସାରେ ତଦନ୍ତ କରିବ ବୋଲି ହାଇକୋର୍ଟ କହିଛନ୍ତି। ଏଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଖୋଜି ବାହାର କରାଯିବ।

ଆହୁରି ପଢ଼ନ୍ତୁ: ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ହେବ କଡ଼ା ଆକ୍ସନ, ଲାଗିବ ଅପରାଧ ଆକ୍ଟ

ଏଭଳି ସ୍ଥିତିରେ ପ୍ରାଥମିକ ତଦନ୍ତ ଆରମ୍ଭ କରିବାକୁ ଭୁବନେଶ୍ୱର ସିବିଆଇ ଏସପିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତରେ ମାମଲାରେ ପ୍ରତିପକ୍ଷ ଥିବା ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡକଣର ୮ଜଣଙ୍କୁ ସମ୍ପୃକ୍ତ କରାଯିବ। ମାମଲାରୁ ପ୍ରକାଶ ଯେ ବମିଖାଲର ୬ଟି ପ୍ଲଟ ଓ ଭୋଇନଗରର ୨୧ଟି ପ୍ଲଟର ମାଲିକାନା ପ୍ରସଙ୍ଗ ନେଇ ଭୁବନେଶ୍ୱର ମୁନସିଫ କୋର୍ଟରେ କେତେକ ବ୍ୟକ୍ତି ରାଜ୍ୟ ସରକାରଙ୍କ ବିରୋଧରେ ୧୯୮୮ରେ ମାମଲା ଦାୟର କରିଥିଲେ। ଏହି ଜମି ସେମାନଙ୍କ ନାଁରେ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ମାମଲାରେ ଦର୍ଶାଯାଇଥିଲା। ୧୯୯୧ ଅକ୍ଟୋବର ୨୮ରେ ଏହି ବ୍ୟକ୍ତିମାନଙ୍କ ସପକ୍ଷରେ ଅଦାଲତ ରାୟ ଦେଇଥିଲେ। ଏହି ରାୟକୁ ଭୁବନେଶ୍ୱର ଜିଲ୍ଲା ଜଜ୍‍ ଅଦାଲତରେ ସରକାର ଚାଲେଞ୍ଜ କରିଥିଲେ।

ଆହୁରି ପଢ଼ନ୍ତୁ: ଗାଧୋଇବାକୁ ଯାଇଥିଲେ ଦୁଇ ନାବାଳିକା ସାଙ୍ଗ, ପୋଖରୀରେ ବୁଡି ଚାଲିଗଲା ଜୀବନ

ଜିଲ୍ଲା ଅଦାଲତ ସରକାରଙ୍କ ଆବଦନକୁ ଗ୍ରହଣ କରି ମାମଲାର ସାନି ଶୁଣାଣି ପାଇଁ ନିର୍ଦ୍ଦେଶ ଦେବା ସହିତ ଜବାବରେ ସଂଶୋଧନ କରିବା ପାଇଁ ସରକାରଙ୍କୁ ଅନୁମତି ଦେଇଥିଲା ବେଳେ ୨୦୦୧, ଅକ୍ଟୋବର ୧୨ର ଏହି ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ୨୦୧୨, ଜୁନ ୨୭ରେ ହାଇକୋର୍ଟ ଜିଲ୍ଲା ଅଦାଲତ ନିର୍ଦ୍ଦେଶକୁ ରଦ୍ଦ କରିଥିଲେ। ଏହି ରାୟର ପୁନଃବିଚାର ପାଇଁ ସାଧାରଣ ପ୍ରଶାସନ ବିଭାଗ ୨୦୧୯ରେ ହାଇକୋର୍ଟରେ ଏକ ରିଭ୍ୟୁପିଟିସନ ଦାୟର କରିଥିଲା।

ଆହୁରି ପଢ଼ନ୍ତୁ: ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜୁ ଯୁବ ଓ ଛାତ୍ର ଜନତା ଦଳ: ଇପ୍ସିତା ସାହୁ

୨୦୨୧, ଏପ୍ରିଲ ୮ରେ ୨୦୧୨, ଜୁନ ୨୭ର ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିବା ସହ ନିମ୍ନ ଅଦାଲତଙ୍କୁ ୬ ମାସ ଭିତରେ ମାମଲାର ସାନି ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏପରିକି ହାଇକୋର୍ଟଙ୍କ ରାୟକୁ ପୁଣି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲେ ବି ସୁପ୍ରିମକୋର୍ଟରେ ଏହା କାଏମ ରହିଥିଲା। ଅନ୍ୟପଟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନିମ୍ନ ଅଦାଲତରେ ମାମଲାର ଶୁଣାଣି ବିଭିନ୍ନ କାରଣରୁ ଶୁଣାଣି ଘୁଞ୍ଚି ଚାଲିଥିଲା ବେଳେ ହାଇକୋର୍ଟ ଏହି ସମ୍ବେଦନଶୀଳ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

21 Sep 2022 By The Sakala

ସରକାରୀ ଜମି ହଡ଼ପ ମାମଲା, ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଭୁବନେଶ୍ୱରର ଦୁଇ ସରକାରୀ ଜମି ହଡ଼ପ ସଂକ୍ରାନ୍ତୀୟ ମାମଲରେ ଓଡ଼ିଶା ହାଇକୋର୍ଟ ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର ରିଭ୍ୟୁ ପିଟିସନର ଶୁଣାଣି କରି ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଏହି ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ବମିଖାଲ ଓ ଭୋଇନଗର ଅଞ୍ଚଳର ଖାତା ନଂ ୩୮ ଓ ୧୦୯ର ଏହି ବିବାଦୀୟ କେତେକ ଜମି କେଳେଙ୍କାରୀ ଘଟଣାରେ କାହାରିକୁ ଅଭିଯୁକ୍ତ ନଦର୍ଶାଇ ସିବିଆଇ ପ୍ରାରମ୍ଭିକ ତଦନ୍ତ କରିବ। ତେବେ ପ୍ରାରମ୍ଭିକ ଅନୁସନ୍ଧାନରୁ କୌଣସି ବେଆଇନ ଆର୍ଥିକ କାରବାର ଅବା କିଛି ଅପରାଧିକ ଘଟଣାବଳୀର ପ୍ରମାଣ ମିଳିଲେ ସିବିଆଇ ଆଇନ ଅନୁସାରେ ତଦନ୍ତ କରିବ ବୋଲି ହାଇକୋର୍ଟ କହିଛନ୍ତି। ଏଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଖୋଜି ବାହାର କରାଯିବ।

ଏଭଳି ସ୍ଥିତିରେ ପ୍ରାଥମିକ ତଦନ୍ତ ଆରମ୍ଭ କରିବାକୁ ଭୁବନେଶ୍ୱର ସିବିଆଇ ଏସପିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଦନ୍ତରେ ମାମଲାରେ ପ୍ରତିପକ୍ଷ ଥିବା ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡକଣର ୮ଜଣଙ୍କୁ ସମ୍ପୃକ୍ତ କରାଯିବ। ମାମଲାରୁ ପ୍ରକାଶ ଯେ ବମିଖାଲର ୬ଟି ପ୍ଲଟ ଓ ଭୋଇନଗରର ୨୧ଟି ପ୍ଲଟର ମାଲିକାନା ପ୍ରସଙ୍ଗ ନେଇ ଭୁବନେଶ୍ୱର ମୁନସିଫ କୋର୍ଟରେ କେତେକ ବ୍ୟକ୍ତି ରାଜ୍ୟ ସରକାରଙ୍କ ବିରୋଧରେ ୧୯୮୮ରେ ମାମଲା ଦାୟର କରିଥିଲେ। ଏହି ଜମି ସେମାନଙ୍କ ନାଁରେ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ମାମଲାରେ ଦର୍ଶାଯାଇଥିଲା। ୧୯୯୧ ଅକ୍ଟୋବର ୨୮ରେ ଏହି ବ୍ୟକ୍ତିମାନଙ୍କ ସପକ୍ଷରେ ଅଦାଲତ ରାୟ ଦେଇଥିଲେ। ଏହି ରାୟକୁ ଭୁବନେଶ୍ୱର ଜିଲ୍ଲା ଜଜ୍‍ ଅଦାଲତରେ ସରକାର ଚାଲେଞ୍ଜ କରିଥିଲେ।

ଜିଲ୍ଲା ଅଦାଲତ ସରକାରଙ୍କ ଆବଦନକୁ ଗ୍ରହଣ କରି ମାମଲାର ସାନି ଶୁଣାଣି ପାଇଁ ନିର୍ଦ୍ଦେଶ ଦେବା ସହିତ ଜବାବରେ ସଂଶୋଧନ କରିବା ପାଇଁ ସରକାରଙ୍କୁ ଅନୁମତି ଦେଇଥିଲା ବେଳେ ୨୦୦୧, ଅକ୍ଟୋବର ୧୨ର ଏହି ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ୨୦୧୨, ଜୁନ ୨୭ରେ ହାଇକୋର୍ଟ ଜିଲ୍ଲା ଅଦାଲତ ନିର୍ଦ୍ଦେଶକୁ ରଦ୍ଦ କରିଥିଲେ। ଏହି ରାୟର ପୁନଃବିଚାର ପାଇଁ ସାଧାରଣ ପ୍ରଶାସନ ବିଭାଗ ୨୦୧୯ରେ ହାଇକୋର୍ଟରେ ଏକ ରିଭ୍ୟୁପିଟିସନ ଦାୟର କରିଥିଲା।

୨୦୨୧, ଏପ୍ରିଲ ୮ରେ ୨୦୧୨, ଜୁନ ୨୭ର ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିବା ସହ ନିମ୍ନ ଅଦାଲତଙ୍କୁ ୬ ମାସ ଭିତରେ ମାମଲାର ସାନି ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏପରିକି ହାଇକୋର୍ଟଙ୍କ ରାୟକୁ ପୁଣି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲେ ବି ସୁପ୍ରିମକୋର୍ଟରେ ଏହା କାଏମ ରହିଥିଲା। ଅନ୍ୟପଟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରି ନିମ୍ନ ଅଦାଲତରେ ମାମଲାର ଶୁଣାଣି ବିଭିନ୍ନ କାରଣରୁ ଶୁଣାଣି ଘୁଞ୍ଚି ଚାଲିଥିଲା ବେଳେ ହାଇକୋର୍ଟ ଏହି ସମ୍ବେଦନଶୀଳ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର