ଆସୁଛି ଦୁର୍ଗାପୂଜା: ମେଢ଼ ନିର୍ମାଣରେ ବ୍ୟସ୍ତ କାରିଗର, କରୋନା କଟକଣା ଯୋଗୁଁ ମାନ୍ଦା ବ୍ୟବସାୟ

The Sakala Picture
Published On

କଟକ: ଆସୁଛି ଦୁର୍ଗାପୂଜା। ଚଳିତବର୍ଷ ମଧ୍ୟ କରୋନା କଟକଣା ମେଧ୍ୟରେ ଶାରଦୀୟ ପୂଜା ପାଳନ ହେବ। ମୂର୍ତ୍ତି ଉଚ୍ଚତା ନେଇ ବିବାଦ ତୁଟିବା ପରେ ଏବେ ସହରର ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂଜା ମଣ୍ଡପଗୁଡ଼ିକରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଉଛି। ଏଥିସହ ମେଢ କାରିଗରମାନେ ମଧ୍ୟ ମେଢ କାରୁକାର୍ଯ୍ୟରେ ଲାଗି ପଡ଼ିଛନ୍ତି। ତେବେ କରୋନା କଟକଣା ଯୋଗୁ ୪ଫୁଟର ମୂର୍ତ୍ତି ନିର୍ମାଣ ହେଉଥିବାରୁ ମେଢର ଉଚ୍ଚତା ମଧ୍ୟ ହ୍ରାସ ପାଇଛି। ଫଳରେ […]

କଟକ: ଆସୁଛି ଦୁର୍ଗାପୂଜା। ଚଳିତବର୍ଷ ମଧ୍ୟ କରୋନା କଟକଣା ମେଧ୍ୟରେ ଶାରଦୀୟ ପୂଜା ପାଳନ ହେବ। ମୂର୍ତ୍ତି ଉଚ୍ଚତା ନେଇ ବିବାଦ ତୁଟିବା ପରେ ଏବେ ସହରର ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂଜା ମଣ୍ଡପଗୁଡ଼ିକରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଉଛି। ଏଥିସହ ମେଢ କାରିଗରମାନେ ମଧ୍ୟ ମେଢ କାରୁକାର୍ଯ୍ୟରେ ଲାଗି ପଡ଼ିଛନ୍ତି। ତେବେ କରୋନା କଟକଣା ଯୋଗୁ ୪ଫୁଟର ମୂର୍ତ୍ତି ନିର୍ମାଣ ହେଉଥିବାରୁ ମେଢର ଉଚ୍ଚତା ମଧ୍ୟ ହ୍ରାସ ପାଇଛି। ଫଳରେ ଛୋଟ ମେଢ ନିର୍ମାଣ ହେଉଥିବାରୁ କାରିଗରମାନେ ପୂର୍ବପରି କାମ ପାଉନାହାନ୍ତି। ଫଳରେ ବହୁ କାରିଗର ଏବେ ହାତବାନ୍ଧି ବସିଛନ୍ତି। ମୂର୍ତ୍ତିର ଉଚ୍ଚତା ଅନୁଯାୟୀ ମେଢର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା କାରିଗରମାନେ କହିଛନ୍ତି। ମା’ଙ୍କ ମୂର୍ତ୍ତିର ଉଚ୍ଚତା ଛୋଟ ହୋଇଥିବାରୁ କେତେକ ପୂଜା ମଣ୍ଡପରେ ଚାନ୍ଦିମେଢ ପରିବର୍ତ୍ତେ ଜରିମେଢ ନିର୍ମାଣ କରାଯାଉଛି। ତାରକସୀ ନଗରୀରେ ଏବେବି ଜରିମେଢର ଚାହିଦା ରହିଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

କଟକ ସହରରେ ଜରିମେଢ ନିର୍ମାଣ କ୍ଷେତ୍ରରେ କାରିଗରମାନଙ୍କ ନିପୂଣତା କୌଣସି ଗୁଣରେ କମ୍‍ ନୁହେଁ। ଜରିମେଢ ତିଆରି କରୁଥିବା କାରିଗରମାନେ ପ୍ରଥମେ ବାଉଁଶରେ ତିଆରି ଫ୍ରେମ୍‍ରେ କାର୍ଡବୋର୍ଡକୁ ନକ୍ସା ଅନୁଯାୟୀ କାଟି ଏହା ଉପରେ ରଙ୍ଗ ଦେଇଥାନ୍ତି। ପରେ ଚୁମ୍‍କି ପ୍ଲେଟ, ବୁରହା, ଜିକ୍‍ଜାକ୍‍ ଆଦି ଦିଆଯାଇ ମେଢର ସୌନ୍ଦର୍ଯ୍ୟକରଣ କରାଯାଇଥାଏ। ପୂର୍ବରୁ ୧୪ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଜରିମେଢ ପ୍ରସ୍ତୁତ କରାଯାଉଥିଲା। ମାତ୍ର କରୋନା କଟକଣା ଯୋଗୁ ଏବେ ଏହା ୮ଫୁଟ ମଧ୍ୟରେ ସୀମିତ ରହୁଥିବା ଦେଖିବାକୁ ମିଳିଛି। ତେବେ ପୂର୍ବରୁ ବଡ ମେଢ ନିର୍ମାଣ ଲାଗି ୫୦ହଜାରରୁ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରିଗରମାନେ ନେଉଥିଲେ। ମାତ୍ର ଏବେ ଛୋଟ ମେଢ ହେଉଥିବାରୁ ୧୦ହଜାରରୁ ୪୦ହଜାର ଟଙ୍କା ମଧ୍ୟରେ ଜରିମେଢ ପ୍ରସ୍ତୁତ କରାଯାଉଛି। ପୂର୍ବରୁ ବିଶାଳ ମେଢ ନିର୍ମାଣ ପାଇଁ ନିୟୋଜିତ ହେଉଥିଲେ ୧୫ରୁ ୨୦ କାରିଗର। ସମ୍ପ୍ରତି ଜଣେ ଦୁଇ ଜଣ କାରିଗରରେ ଏହି କାମ ଚାଲୁରହିଛି। ଦଶହରା ସମୟରେ କାରିଗରମାନେ ଯେତିକି ରୋଜଗାର କରିଥାନ୍ତି ସେହି ପାରିଶ୍ରମିକରେ ସେମାନେ ବେଶ ଦୁଇ ପଇସା ପାଇଥାନ୍ତି। ଦୁଇବର୍ଷ ହେବ କରୋନା ବାଧକ ସାଜିଥିବାରୁ ପୂର୍ବପରି କାମ ମିଳୁନଥିବାରୁ ଆର୍ଥୀକ ସମସ୍ୟା ଦେଇ ଗତି କରୁଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; କଣ୍ଟେନର ଧକ୍କାରେ ତିନି ବାଇକ ଆରୋହୀ ମୃତ

ଶରଦୀୟ ଦୁର୍ଗାପୂଜା ପୂର୍ବରୁ ମେଢ ତିଆରି କରୁଥିବା କାରଗର ମାନଙ୍କ ମଧ୍ୟରୁ ଯେଉଁ କେତେକ ନିଖୁଣ କାରିଗର ରହିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି କିଛି ମୁସଲମାନ କାରିଗର। ଯେଉଁମାନେ ବର୍ଷବର୍ଷ ଧରି ମା’ଙ୍କ ମେଢ ନିର୍ମାଣ କରିଆସୁଛନ୍ତି। ତାଙ୍କ ପରିବାର ମଧ୍ୟ ଏଥିରେ ସହଯୋଗର ହାତ ବଢ଼ାଇଛନ୍ତି। ଏହା ହେଉଛି କଟକ ଭାଇଚାରାର ନିଆରା ସମ୍ପର୍କ। ବାଙ୍କାବଜାର ଅଞ୍ଚଳର ଜହୁର ଖାନଙ୍କ ମେଢ କାରିଗର ଭାବେ ସୁଖ୍ୟାତି ରହିଛି। ସେ ୪୦ବର୍ଷରୁ ଅଧିକ ସମୟ ଧରି ମେଢ ନିର୍ମାଣ କରି ଆସୁଛନ୍ତି। ତାଙ୍କୁ ପୂରା ପରିବାର ଏଥିରେ ସହଯୋଗ କରିଥାନ୍ତି। ଜହୁର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଇ ମେଢ ନିର୍ମାଣ କରିଥାନ୍ତି। ପୂର୍ବରୁ ଦଶହରାରେ ୧୫ରୁ ଅଧିକ ମେଢ ନିର୍ମାଣ କରୁଥିଲେ। ଏପରିକି ରାଜ୍ୟ ବହାରୁ ମଧ୍ୟ ମେଢ ନିର୍ମାଣ ପାଇଁ ଅର୍ଡର ଆସୁଥିଲା। ମାତ୍ର ଚଳିତବର୍ଷ ୮ଟି ମେଢ ନିର୍ମାଣ ଲାଗି ତାଙ୍କୁ ବରାଦ ମିଳିଛି। ଛୋଟ ମେଢ ନିର୍ମାଣ କରାଯାଉଥିବାରୁ ଏହାର ମୂଲ୍ୟ ମାତ୍ର ୨୦ରୁ ୪୦ହଜାର ଟଙ୍କା ମଧ୍ୟରେ ରହିଛି। କରୋନା କଟକଣା ଯୋଗୁ କାରିଗରମାନଙ୍କୁ ଉପଯୁକ୍ତ ପାଉଣା ମିଳିପାରୁ ନଥିବା ସେ କହିଛନ୍ତି। ସେହିପରି ସହରର ପ୍ରତିଷ୍ଠିତ ଜରିମେଢ କାରିଗର ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ସିଂହ, ଯେକି ସମସ୍ତଙ୍କ ଆଦରର ଜାପାନୀ ଭାଇ ନାମରେ ପରିଚିତ। ସେ ପ୍ରଥମେ ରୋଭରଷ୍ଟ୍ରିଟ୍‍ ଓ କାଜିବଜାର ପୂଜାମଣ୍ଡପରୁ ମେଢ ତିଆରି ଆରମ୍ଭ କରିଥିଲେ। ୬୪ ବର୍ଷ ଧର ଜରିମେଢ ନିର୍ମାଣ କରି ଆସୁଛନ୍ତି। ପ୍ରଥମେ ୬୫ ଟଙ୍କାରୁ ମେଢ ତିଆରି ଆରମ୍ଭ କରିଥିଲେ। ଚାନ୍ଦି ମେଢର ପ୍ରତିଯୋଗତା ମଧ୍ୟରେ ଏବେବି ଜରିମେଢର ସ୍ୱତନ୍ତ୍ର ଚାହିଦା ରହିଛି। ସେ ରାଣୀହାଟ, ବାଦାମବାଡି, ଶେଖବଜାର, ବାଖରାବାଦ ଭଳି କେତେକ ପୂଜା ମଣ୍ଡପରେ ଶୋଭାପାଉଥିବା ଚାନ୍ଦିମେଢର ସେ ଡିଜାଇନ୍‍ ଦେଇଛନ୍ତି। ମୂର୍ତ୍ତି ଉଚ୍ଚତା କମ ହେବା ଫଳରେ ଚଳିତବର୍ଷ ମେଢ ଓ ସାଜସଜା ପ୍ରତି ସେତେଟା ଗୁରତ୍ୱ ଦିଆଯାଉ ନାହିଁ। କରୋନା ପୂର୍ବରୁ ପ୍ରାୟ ୩୦ ମେଢ ପ୍ରସ୍ତୁତ କରୁଥିଲେ। ପ୍ରତ୍ୟେକ ମେଢ ଲାଗି ଲକ୍ଷେରୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୂଜାମଣ୍ଡପ ପକ୍ଷରୁ ଖର୍ଚ୍ଚ କରାଯାଉଥିଲା। ଏଥିରେ ୨୫ଊର୍ଦ୍ଧ୍ବ କାରିଗର ନିୟୋଜିତ ହେଉଥିଲେ। ତଥାପି ସମୟ ଅଣ୍ଟୁ ନଥିଲା। ଏପରିକି ଦେଶର ବିଭିନ୍ନ ସ୍ଥାନରୁ ମେଢ ନିର୍ମାଣ କରିବା ଲାଗି ଡକରା ଆସୁଥିଲା। ମାତ୍ର କରୋନା କଟକଣା ମେଢ ବ୍ୟବସାୟକୁ ପୁରା ବରବାଦ କରି ଦେଇଛି। ଚଳିତବର୍ଷ ମାତ୍ର ୧୦ ମେଢ ପାଇଁ ଅଗ୍ରୀମ ଆସିଛି। ଫଳରେ ବହୁ କାରିଗର କାମ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଜାପାନୀ ଭାଇ କହିଛନ୍ତି। ଏଣୁ ସରକାର ମଧ୍ୟ କାରିଗରଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

29 Sep 2021 By The Sakala

https://www.thesakala.in/latest-odisha-news/cuttack/craftsmen-busy-for-durga-puja/article-5739
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର