ପୁଣି ଅଡୁଆରେ ଯାତ୍ରା ଅଭିନେତା ପୀୟୂଷ, ଯାତ୍ରା ମାଲିକଙ୍କ ସହିତ ନାଟକ ବର୍ଷର ଚୁକ୍ତିକୁ ନେଇ ବିବାଦ

The Sakala Picture
Published On

ଭୁବନେଶ୍ୱର: ପୁଣି ଅଡୁଆରେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ । ଯାତ୍ରା ଅଭିନେତା ପୀୟୂଷଙ୍କୁ ନେଇ ପୁଣି ବିବାଦ। ଯାତ୍ରା ମାଲିକଙ୍କ ସହିତ ନାଟକ ବର୍ଷର ଚୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ଅପେରା ସୂର୍ଯ୍ଯ ମନ୍ଦିର ପାର୍ଟି ସହିତ ୨୦୨୪-୨୫ ଓ ୨୦୨୫-୨୬ ବର୍ଷ ଲାଗି ଚୁକ୍ତି ଥିବା ନେଇ ସାଂଘାତିକ ଅଭିଯୋଗ ଆଣିଲେ ମାଲିକ ପ୍ରମୋଦ କୁମାର ସ୍ବାଇଁ। ୨୦୨୫-୨୬ ଯାତ୍ରା ବର୍ଷ ଲାଗି ଯାତ୍ରା ସିହଂବାହିନୀକୁ ଯିବା ନେଇ ଗଣ ମାଧ୍ଯମରେ […]

ଭୁବନେଶ୍ୱର: ପୁଣି ଅଡୁଆରେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ । ଯାତ୍ରା ଅଭିନେତା ପୀୟୂଷଙ୍କୁ ନେଇ ପୁଣି ବିବାଦ। ଯାତ୍ରା ମାଲିକଙ୍କ ସହିତ ନାଟକ ବର୍ଷର ଚୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ଅପେରା ସୂର୍ଯ୍ଯ ମନ୍ଦିର ପାର୍ଟି ସହିତ ୨୦୨୪-୨୫ ଓ ୨୦୨୫-୨୬ ବର୍ଷ ଲାଗି ଚୁକ୍ତି ଥିବା ନେଇ ସାଂଘାତିକ ଅଭିଯୋଗ ଆଣିଲେ ମାଲିକ ପ୍ରମୋଦ କୁମାର ସ୍ବାଇଁ। ୨୦୨୫-୨୬ ଯାତ୍ରା ବର୍ଷ ଲାଗି ଯାତ୍ରା ସିହଂବାହିନୀକୁ ଯିବା ନେଇ ଗଣ ମାଧ୍ଯମରେ ପୀୟୂଷ କହିବା ପରେ ବିବାଦ ଦେଖା ଦେଇଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

୨୦୨୫-୨୬ ଲାଗି ଅପେରା ସୂର୍ଯ୍ଯ ମନ୍ଦିରରେ ସେ ଅଭିନୟ କରିବେ ବୋଲି କହିଛନ୍ତି ମାଲିକ ପ୍ରମୋଦ କୁମାର ସ୍ବାଇଁ । କେବଳ ପୀୟୂଷ ନୁହେଁ ଅନ୍ଯ କଳାକାର ମଧ୍ଯ ଚୁକ୍ତି କରି ଅଗ୍ରୀମ ଟଙ୍କା ନେଇଛନ୍ତି। ଏପରିକି ଖଣ୍ଡଗିରି ଯାତ୍ରା ମହାସମରରେ ନିଜେ ପୀୟୂଷ ‘ହାଇଦର’ ନାଟକର ପାର୍ଟ-୨ ‘ସତ୍ଯ ମେବ ଜୟେତ’ରେ ଅଭିୟନ କରିବା ନେଇ ଘୋଷଣା କରିଥିଲେ। ଏହା ପରେ ଏକାଧିକ କମିଟି ମଧ୍ଯ ଆସନ୍ତା ବର୍ଷ ଲାଗି ବୁକିଂ କରିଛନ୍ତି। ଦୁଇ ବର୍ଷିଆ ଚୁକ୍ତି ଥାଇ ପାର୍ଟି ଛାଡିଲେ ଆଇନ ଅନୁସାରେ ପଦକ୍ଷେପ ନେବୁ ବୋଲି ମାଲିକ ପ୍ରମୋଦ କୁମାର ସ୍ବାଇଁ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର