ପୁଣି ନାଗାର୍ଜୁନ ବେଶକୁ ନେଇ ଦ୍ୱନ୍ଦ୍ୱ

The Sakala Picture
Published On

ପୁରୀ : ନାଗାର୍ଜୁନ ବେଶକୁ ନେଇ ପୁଣି ଦ୍ୱନ୍ଦ୍ୱ ଉପୁଜୁଛି। ଗୋଟିଏ କ୍ୟାଲେଣ୍ଡରରେ ୨୦୨୧ରେ ନାଗାର୍ଜୁନ ବେଶ ହେଉଥିବା ଉଲ୍ଲେଖ ଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଯଦିଓ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ୨୦୨୧ରେ ନାଗାର୍ଜୁନ ବେଶ ପଡୁ ନ ଥିବା ନେଇ ସ୍ପଷ୍ଟୀକରଣ ଦେଇସାରିଛି; କିନ୍ତୁ କ୍ୟାଲେଣ୍ଡରରେ କିପରି ଭୁଲ୍‍ ତଥ୍ୟ ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ। ଅନ୍ୟପକ୍ଷରେ ଏଭଳି ଭ୍ରାନ୍ତ ଧାରଣାରୁ ନିବୃତ୍ତ ରହିବା ଲାଗି ଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ […]

ପୁରୀ : ନାଗାର୍ଜୁନ ବେଶକୁ ନେଇ ପୁଣି ଦ୍ୱନ୍ଦ୍ୱ ଉପୁଜୁଛି। ଗୋଟିଏ କ୍ୟାଲେଣ୍ଡରରେ ୨୦୨୧ରେ ନାଗାର୍ଜୁନ ବେଶ ହେଉଥିବା ଉଲ୍ଲେଖ ଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଯଦିଓ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ୨୦୨୧ରେ ନାଗାର୍ଜୁନ ବେଶ ପଡୁ ନ ଥିବା ନେଇ ସ୍ପଷ୍ଟୀକରଣ ଦେଇସାରିଛି; କିନ୍ତୁ କ୍ୟାଲେଣ୍ଡରରେ କିପରି ଭୁଲ୍‍ ତଥ୍ୟ ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ। ଅନ୍ୟପକ୍ଷରେ ଏଭଳି ଭ୍ରାନ୍ତ ଧାରଣାରୁ ନିବୃତ୍ତ ରହିବା ଲାଗି ଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ପରିଚାଳନା କମିଟି ସଦସ୍ୟ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି, ଏ ବର୍ଷ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେଉନାହିଁ। ଏଥିପାଇଁ ଯେଉଁ ତିଥି, ବାର ପଡ଼ିବା କଥା ତାହା ପଡୁନାହିଁ। ଏ ବିଷୟରେ କେହି ସନ୍ଦେହରେ ନ ପଡନ୍ତୁ। ଅନ୍ୟପକ୍ଷରେ ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା ଏ ବର୍ଷ ନାଗାର୍ଜୁନ ବେଶ ନାହିଁ। ତେଣୁ ଏହାକୁ ନେଇ ଭକ୍ତମାନେ ଦ୍ୱନ୍ଦ୍ୱରେ ନ ପଡନ୍ତୁ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ସୂଚନାଥାଉ କି, ଗତବର୍ଷ ନଭେମ୍ବର ୨୭ ତାରିଖରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ହୋଇଥିଲା। ସେ ସମୟରେ ୨୦୨୧ରେ ପୁଣି ଦାରୁବିଗ୍ରହଙ୍କ ନାଗାର୍ଜୁନ ବେଶ ପଡୁଥିଲା ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ୨୦୨୧ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁ ନ ଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏବେ ପୁଣି ସମାନ ପ୍ରକାର ଦ୍ୱନ୍ଦ୍ୱ ଉପୁଜିଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ସେପଟେ ସୋମବାର ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେଉଥିବାରୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ପଞ୍ଚୁକର ପ୍ରଥମ ଦିନ ଏକାଦଶୀରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ତେବେ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । କିନ୍ତୁ ଦ୍ୱାଦଶୀରେ ବାଙ୍କଚୁଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଧଶୀରେ ଲକ୍ଷ୍ମୀନୃସିଂହ ବେଶ ଭକ୍ତମାନେ ଦର୍ଶନ କରିପାରିବେ । ପଞ୍ଚୁକର ଶେଷ ଦିନରେ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ସେହିଦିନ ସାଧାରଣ ଦର୍ଶନକୁ ବାରଣ କରାଯାଇଛି । ପଞ୍ଚୁକ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର