ଲୋକଙ୍କ ସହ ଭିଡ଼ିଓ କଲରେ କଥା ହେଲେ ମୁଖ୍ୟମନ୍ତ୍ରୀ, ନେଲେ ଉନ୍ନୟନମୂଳକ କାମର ଅପଡେଟ୍‌

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ରାଜନୀତି କରି ନାହାନ୍ତି; ବରଂ ସେ ରାଜନୀତିରେ ରହି ଲୋକଙ୍କ ସେବା କରୁଛନ୍ତି। ଆଉ ଏହା ତାଙ୍କ ରାଜନୀତି ଜୀବନ ଆରମ୍ଭ ହେବା ଦିନଠୁ ଆଜି ଯାଏଁ ପ୍ରମାଣିତ ହୋଇଆସିଛି। ବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ରାଜନୈତିକ ବାତାବରଣ ଉଷ୍ମ ରହିଥିବା ବେଳେ ବିଭିନ୍ନ ଦଳର ନେତା ପ୍ରଚାରେ ବ୍ୟସ୍ତ ଅଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଚାଲିଥିବା ଉନ୍ନୟନମୂଳକ କାମ କେତେ […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ରାଜନୀତି କରି ନାହାନ୍ତି; ବରଂ ସେ ରାଜନୀତିରେ ରହି ଲୋକଙ୍କ ସେବା କରୁଛନ୍ତି। ଆଉ ଏହା ତାଙ୍କ ରାଜନୀତି ଜୀବନ ଆରମ୍ଭ ହେବା ଦିନଠୁ ଆଜି ଯାଏଁ ପ୍ରମାଣିତ ହୋଇଆସିଛି। ବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ରାଜନୈତିକ ବାତାବରଣ ଉଷ୍ମ ରହିଥିବା ବେଳେ ବିଭିନ୍ନ ଦଳର ନେତା ପ୍ରଚାରେ ବ୍ୟସ୍ତ ଅଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଚାଲିଥିବା ଉନ୍ନୟନମୂଳକ କାମ କେତେ ବାଟ ଗଲା ତାହାର ଅପଡେଟ୍‌ ନେବାରେ ବ୍ୟସ୍ତ ଅଛନ୍ତି।

ଆହୁରି ପଢ଼ନ୍ତୁ: ୨୮ ବର୍ଷ ପରେ ପୋଲିସ ହାତରେ ଧରାପଡ଼ିଲା ହତ୍ୟା ଅଭିଯୁକ୍ତ, ୧୯୯୮ରୁ ଥିଲା ଫେରାର

ଗତକିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଭଏସ୍‌ କଲ୍‌ରେ ଲୋକମାନଙ୍କୁ ନିଜ ଅଞ୍ଚଳରେ ହେଉଥିବା ବିକାଶମୂଳକ କାମ ବିଷୟରେ ପଚାରି ବୁଝୁଥିବା ବେଳେ ଆଜି ଭିଡିଓ କଲରେ ଲୋକମାନଙ୍କ ନିକଟରୁ ସେମାନଙ୍କ ଅଞ୍ଚଳରେ ହେଉଥିବା ଉନ୍ନୟନମୂଳକ କାମର ଅପଡେଟ୍‌ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ର ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲରେ ଡିଜିଟାଲ ଶିକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରିଛି ବେଦାନ୍ତ

https://www.youtube.com/shorts/xrow19XgyEI

ଆହୁରି ପଢ଼ନ୍ତୁ: ମିଶନ ଶକ୍ତିର ଗୌରବ ଲିଭାଇବାକୁ ସରକାରଙ୍କ ଉଦ୍ୟମ: ବିଜେଡି

ନିର୍ବାଚନ ମାହୋଲରେ ଲୋକଙ୍କ ପାଇଁ ହେଉଥିବା ବିକାଶମୂଳକ କାମ ଯେପରି ଅଧାର ବନ୍ଦ ନହୁଏ, ସେ ନେଇ ନବୀନ ନେଇଛନ୍ତି ଅପଡେଟ୍‌। ଭିଡିଓ କଲରେ ସାଧାରଣ ଲୋକଙ୍କ ସହ କଥା ହୋଇ ବିଭିନ୍ନ ଉନ୍ନତିମୂଳକ କାମର ଟିକିନିଖି ତଦାରଖ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଭିନ୍ନ ରୂପାନ୍ତରଣ ପ୍ରକଳ୍ପର ନେଇ ଲୋକଙ୍କ ସହ ନବୀନ କଥାବାର୍ତ୍ତା କରୁଥିବାର ଦୃଶ୍ୟ ଏହି ଭିଡିଓରେ ରହିଛି। ବିଭିନ୍ନ ଅଞ୍ଚଳରେ ଚାଲିଥିବା ସ୍କୁଲ ରୂପାନ୍ତରଣ, ମନ୍ଦିର, ବ୍ରିଜ ଆଦି ବିକାଶ ମୂଳକ କାମ କିଭଳି ଚାଲୁଛି ଓ ସରିଲାଣି କି ନାହିଁ ସେନେଇ ମତାମତ ନେଉଛନ୍ତି । ଏପରିକି ପିଲାମାନେ ଖୁସି ଅଛନ୍ତି କି ବୋଲି ବି ନବୀନ ଲୋକଙ୍କୁ ପଚାରି ବୁଝୁଛନ୍ତି । ଲୋକମାନେ ବି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି।

16 Apr 2024 By The Sakala

ଲୋକଙ୍କ ସହ ଭିଡ଼ିଓ କଲରେ କଥା ହେଲେ ମୁଖ୍ୟମନ୍ତ୍ରୀ, ନେଲେ ଉନ୍ନୟନମୂଳକ କାମର ଅପଡେଟ୍‌

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ରାଜନୀତି କରି ନାହାନ୍ତି; ବରଂ ସେ ରାଜନୀତିରେ ରହି ଲୋକଙ୍କ ସେବା କରୁଛନ୍ତି। ଆଉ ଏହା ତାଙ୍କ ରାଜନୀତି ଜୀବନ ଆରମ୍ଭ ହେବା ଦିନଠୁ ଆଜି ଯାଏଁ ପ୍ରମାଣିତ ହୋଇଆସିଛି। ବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ରାଜନୈତିକ ବାତାବରଣ ଉଷ୍ମ ରହିଥିବା ବେଳେ ବିଭିନ୍ନ ଦଳର ନେତା ପ୍ରଚାରେ ବ୍ୟସ୍ତ ଅଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ଚାଲିଥିବା ଉନ୍ନୟନମୂଳକ କାମ କେତେ ବାଟ ଗଲା ତାହାର ଅପଡେଟ୍‌ ନେବାରେ ବ୍ୟସ୍ତ ଅଛନ୍ତି।

ଗତକିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଭଏସ୍‌ କଲ୍‌ରେ ଲୋକମାନଙ୍କୁ ନିଜ ଅଞ୍ଚଳରେ ହେଉଥିବା ବିକାଶମୂଳକ କାମ ବିଷୟରେ ପଚାରି ବୁଝୁଥିବା ବେଳେ ଆଜି ଭିଡିଓ କଲରେ ଲୋକମାନଙ୍କ ନିକଟରୁ ସେମାନଙ୍କ ଅଞ୍ଚଳରେ ହେଉଥିବା ଉନ୍ନୟନମୂଳକ କାମର ଅପଡେଟ୍‌ ନେଇଛନ୍ତି।

https://www.youtube.com/shorts/xrow19XgyEI

ନିର୍ବାଚନ ମାହୋଲରେ ଲୋକଙ୍କ ପାଇଁ ହେଉଥିବା ବିକାଶମୂଳକ କାମ ଯେପରି ଅଧାର ବନ୍ଦ ନହୁଏ, ସେ ନେଇ ନବୀନ ନେଇଛନ୍ତି ଅପଡେଟ୍‌। ଭିଡିଓ କଲରେ ସାଧାରଣ ଲୋକଙ୍କ ସହ କଥା ହୋଇ ବିଭିନ୍ନ ଉନ୍ନତିମୂଳକ କାମର ଟିକିନିଖି ତଦାରଖ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅପଲୋଡ୍ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଭିନ୍ନ ରୂପାନ୍ତରଣ ପ୍ରକଳ୍ପର ନେଇ ଲୋକଙ୍କ ସହ ନବୀନ କଥାବାର୍ତ୍ତା କରୁଥିବାର ଦୃଶ୍ୟ ଏହି ଭିଡିଓରେ ରହିଛି। ବିଭିନ୍ନ ଅଞ୍ଚଳରେ ଚାଲିଥିବା ସ୍କୁଲ ରୂପାନ୍ତରଣ, ମନ୍ଦିର, ବ୍ରିଜ ଆଦି ବିକାଶ ମୂଳକ କାମ କିଭଳି ଚାଲୁଛି ଓ ସରିଲାଣି କି ନାହିଁ ସେନେଇ ମତାମତ ନେଉଛନ୍ତି । ଏପରିକି ପିଲାମାନେ ଖୁସି ଅଛନ୍ତି କି ବୋଲି ବି ନବୀନ ଲୋକଙ୍କୁ ପଚାରି ବୁଝୁଛନ୍ତି । ଲୋକମାନେ ବି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର