କାଲିଠୁ ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଯାତ୍ରା : ମଧ୍ୟପ୍ରାଚ୍ୟ ପୁଞ୍ଜିପତିଙ୍କୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିବେ ନବୀନ

The Sakala Picture
Published On

ରୋମ୍/ଭୁବନେଶ୍ବର :  ଆଜି ସରୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ୍‌ ରହଣୀ। କାଲିଠୁ ଦୁବାଇ ଯାତ୍ରାରେ ଯିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତ ୨୦ତାରିଖରୁ ୧୦ଦିନିଆ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଟାଲୀର ରୋମରେ ୬ଦିନ ରହି ଆସନ୍ତାକାଲି ରାତିରେ ଦୁବାଇରେ ପହଞ୍ଚିବେ। ସେଠାରେ ‘ପ୍ରବାସୀ ଓଡ଼ିଆଙ୍କୁ ସାକ୍ଷାତ’ ଓ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ଯ୍ୟକ୍ରମରେ ଯୋଗ ଦେଇ ୩୦ତାରିଖ ରାତିରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୯ ତାରିଖରେ ଦୁବାଇର […]

ରୋମ୍/ଭୁବନେଶ୍ବର :  ଆଜି ସରୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ୍‌ ରହଣୀ। କାଲିଠୁ ଦୁବାଇ ଯାତ୍ରାରେ ଯିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗତ ୨୦ତାରିଖରୁ ୧୦ଦିନିଆ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଟାଲୀର ରୋମରେ ୬ଦିନ ରହି ଆସନ୍ତାକାଲି ରାତିରେ ଦୁବାଇରେ ପହଞ୍ଚିବେ। ସେଠାରେ ‘ପ୍ରବାସୀ ଓଡ଼ିଆଙ୍କୁ ସାକ୍ଷାତ’ ଓ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ କାର୍ଯ୍ୟକ୍ରମରେ ଯୋଗ ଦେଇ ୩୦ତାରିଖ ରାତିରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ପାରାଦୀପ ବନ୍ଦରରେ ହୁତୁହୁତୁ ହୋଇ ଜଳିଗଲା ମାଛଧରା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୯ ତାରିଖରେ ଦୁବାଇର ବିଜିନେସ୍ ବେ ସ୍ଥିତ ‘ଦି ଓବରୋଇ’ ହୋଟେଲରେ ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ସାମିଲ ହେବେ । ଫିକ୍କି ସହଯୋଗରେ ଆୟୋଜିତ ହେଉଥିବା ଏହି ଇନଭେଷ୍ଟର୍ସ ମିଟରେ ଓଡ଼ିଶାରେ ଖଣି, ପେଟ୍ରୋ କେମିକାଲ୍ସ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସି’ ଫୁଡ୍ ପ୍ରୋସିସିଂ, ଟେକ୍ସଟାଇଲ, ପୋର୍ଟ, ବିମାନ ବନ୍ଦର ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ୟାପକ ବ୍ୟବସାୟିକ ସମ୍ଭାବନାକୁ ନେଇ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ମଧ୍ୟ-ପ୍ରାଚ୍ୟର ପୁଞ୍ଜିପତିମାନଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଦୁବାଇ ରାଜରାସ୍ତାରେ ମେକ୍-ଇନ୍-ଓଡ଼ିଶାର ହୋର୍ଡିଂ ବି ଲାଗିଲାଣି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ କରିଥିବା ଶିଳ୍ପପତିଙ୍କ ଏକ ଟିମ୍ ମଧ୍ୟ ବୈଠକରେ ଯୋଗ ଦେବେ । କରୋନା ସମୟରେ ବି ରାଜ୍ୟରେ ରେକର୍ଡ ପରିମାଣର ପୁଞ୍ଜିନିବେଶ ହୋଇଛି । ଦୁବାଇରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ସହିତ ପେଟ୍ରୋ କେମିକାଲ୍ସ, ପେଟ୍ରୋଲିୟମ ସେକ୍ଟର ଏବଂ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରୀ ଉପରେ ଫୋକସ ରହିବ । ଓଡ଼ିଶାରେ ଥିବା ଶିଳ୍ପ ବାତାବରଣ, ଲ୍ୟାଣ୍ଡ ବ୍ୟାଙ୍କ, ଇନଭେଷ୍ଟମେଣ୍ଟକୁ ଗ୍ରାଉଣ୍ଡ ଜିରୋରେ ରୂପାୟନ ପର୍ଯ୍ୟନ୍ତ ସରକାରଙ୍କ ସହଜ ଓ ସମୟ ଉପଯୋଗୀ ବ୍ୟବସ୍ଥା ବାବଦରେ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ପୁଞ୍ଜପତିଙ୍କ ସହ ଆଲୋଚନା କରିବେ ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର